ଆଜି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ ବୈଠକ

Key Points
ଆଜି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ ବୈଠକ । ସିସିଏସ ବୈଠକରେ ଅପରେସନ ସିନ୍ଦୂର ଉପରେ ହୋଇପାରେ ଆଲୋଚନା।
ଆଜି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ ବୈଠକ । ସିସିଏସ ବୈଠକରେ ଅପରେସନ ସିନ୍ଦୂର ଉପରେ ହୋଇପାରେ ଆଲୋଚନା। ବୈଠକରେ ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଆରମ୍ଭ ହୋଇଥିବା ‘ଅପରେସନ ସିନ୍ଦୂର’ ଅଧୀନରେ ଚାଲିଥିବା ସୁରକ୍ଷା ଅଭିଯାନର ସମୀକ୍ଷା କରାଯିବ । ସୁରକ୍ଷା ସମ୍ପର୍କିତ କ୍ୟାବିନେଟ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ପ୍ରତିରକ୍ଷା ଓ ଗୁଇନ୍ଦା ଏଜେନ୍ସିର ଅଧିକାରୀମାନେ ମଧ୍ୟ ସାମିଲ ହେବେ । ଆତଙ୍କବାଦ ବିରୋଧରେ ଚାଲିଥିବା କାର୍ଯ୍ୟାନୁଷ୍ଠାନର ଅଗ୍ରଗତି, ଗୁଇନ୍ଦା ସୂଚନାର ସ୍ଥିତି, ସେନା ଓ ଅର୍ଦ୍ଧସାମରିକ ବାହିନୀ ମୁତୟନ ଏବଂ ଭବିଷ୍ୟତ ରଣନୀତି ଉପରେ ବୈଠକରେ ଆଲୋଚନା ହେବା ସମ୍ଭାବନା ରହିଛି।
ଗତ ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀମାନେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ଭାରତ ସରକାର ମେ’୭ ରେ ‘ଅପରେସନ ସିନ୍ଦୁର’ ଆରମ୍ଭ କରିଥିଲେ। ଅପରେସନରେ ଭାରତୀୟ ସେନା ପାକିସ୍ତାନରେ ଆତଙ୍କବାଦୀଙ୍କ ୯ଟି ଠିକଣାକୁ ଧ୍ୱଂସ କରିଥିଲା। ଭାରତ ଆକ୍ରମଣରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ।