MSP Hike / କେନ୍ଦ୍ର କ୍ୟାବିନେଟ୍ରେ ୩ ପ୍ରସ୍ତାବକୁ ମଞ୍ଜୁରୀ; ୬ ଫସଲର MSP ବଢ଼ାଇଲେ ସରକାର
·47 mins ago·2 min read

Key Points
କେନ୍ଦ୍ରର ମୋଦି ସରକାର କୃଷକଙ୍କ ଅମଳର ଉଚିତ୍ ଦାମ ଦେବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି । ରବି ଋତୁରେ ୬ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି କରାଯାଇଛି ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ରେ ୩ଟି ବଡ଼ ନିଷ୍ପତ୍ତି ନିଆଯାଇଛି । ଯାହାର ମୂଲ୍ୟ ୨.୭୯ ଲକ୍ଷ କୋଟି ଟଙ୍କା । ଯେଉଁଥିରେ କୃଷକଙ୍କ ପାଇଁ ଆଶ୍ଵସ୍ତିକର ନିଷ୍ପତ୍ତି ନିଆଯାଇଛି । ଆର୍ଥିକ ମାମଲା ସମ୍ବନ୍ଧୀୟ କ୍ୟାବିନେଟ ସମିତି (CCEA) ମାର୍କେଟିଂ ସିଜନ ୨୦୨୭-୨୮ରେ ନିର୍ଦ୍ଧାରିତ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ଯ (MSP) ବୃଦ୍ଧିକୁ ମଞ୍ଜୁରୀ ଦେଇଛି ।
କେନ୍ଦ୍ରର ମୋଦି ସରକାର କୃଷକଙ୍କ ଅମଳର ଉଚିତ୍ ଦାମ ଦେବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି । ରବି ଋତୁରେ ୬ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି କରାଯାଇଛି । କୁସୁମ (Safflower)ର ଦର ସର୍ବାଧିକ ବୃଦ୍ଧି ପାଇଛି । କ୍ଵିଣ୍ଟାଲ୍ ପିଛା କୁସୁମର ଦର ୬୭୫ ଟଙ୍କା ବୃଦ୍ଧି ହୋଇଛି ।
କେତେ ବଢ଼ିଲା MSP ?
୨୦୨୭-୨୮ ରବି ଋତୁରେ ଗହମ, ଯଅ, ଚଣ, ମସୁର, ଶୋରିଷ ସହ କୁସୁମର MSP ବୃଦ୍ଧି କରାଯାଇଛି । ଗେହୁର MSP କ୍ଵିଣ୍ଟାଲ୍ ପିଛା ୨୫ ଟଙ୍କା ବୃଦ୍ଧି ପାଇ ୨୬୧୦ ଟଙ୍କା ହୋଇଛି । ସେହିଭଳି ଯଅର MSP ୧୩୬ ଟଙ୍କା ବଢ଼ି କ୍ଵିଣ୍ଟାଲ୍ ୨୨୮୬ ଟଙ୍କା, ଚଣାର MSP ୮୩ ଟଙ୍କା ବଢ଼ି କ୍ଵିଣ୍ଟାଲ୍ ୫୯୫୮ ଟଙ୍କା, ମସୁରର MSP ୩୯୦ ଟଙ୍କା ବଢ଼ି କ୍ଵିଣ୍ଟାଲ୍ ୭୩୯୦ ଟଙ୍କା, ଶୋରିଷର MSP୪୧୩ ଟଙ୍କା ବଢ଼ି ୬୬୧୩ ଟଙ୍କା ଓ କୁସୁମର MSP ୬୭୫ ଟଙ୍କା ବୃଦ୍ଧି ପାଇ କ୍ଵିଣ୍ଟାଲ୍ ୭୨୧୫ ଟଙ୍କା ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: PM ସୂର୍ଯ୍ୟ ଘର ଯୋଜନା: ବିହାରରେ ସୋଲାର ପ୍ୟାନେଲ୍ ଲଗାଇଲେ ୯୮ ହଜାର ପର୍ଯ୍ୟନ୍ତ ସବସିଡି
କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କ୍ୟାବିନେଟ୍ ନିଷ୍ପତ୍ତି ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, "ସର୍ବଭାରତୀୟ ସ୍ତରରେ ଗହମର ଉତ୍ପାଦନ ଖର୍ଚ୍ଚରେ ଆନୁମାନିକ ମାର୍ଜିନ୍ ୧୦୬ ପ୍ରତିଶତ ଅଛି । ଶୋରିଷରେ ୯୬ ପ୍ରତିଶତ, ମସୁରରେ ୯୨ ପ୍ରତିଶତ, ଚଣାରେ ୫୯ ପ୍ରତିଶତ, ଯଅରେ ୫୮ ପ୍ରତିଶତ ଓ କୁସୁମରେ ୫୦ ପ୍ରତିଶତ ରହିଛି । ରବି ଫସଲର MSP ବୃଦ୍ଧି କୃଷକଙ୍କ ଅମଳ ଫସଲର ଲାଭକାରୀ ମୂଲ୍ୟ ନିଶ୍ଚିତ କରିବ ଫସଲ ବିବିଧକରଣକୁ ପ୍ରୋତ୍ସାହନ ଦେବ ।"
ଅକ୍ଷୟ ଶକ୍ତି ପାଇଁ ବଡ଼ ଯୋଜନା
ଏଥିସହ PM ଧାରା ଯୋଜନାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି କେନ୍ଦ୍ର କ୍ୟାବିନେଟ୍ । ଅକ୍ଷୟ ଶକ୍ତି ପାଇଁ ଆବଶ୍ୟକ ଗ୍ରିଡ୍ ଓ ସ୍ମାର୍ଟ ଗ୍ରିଡ୍ ଭିତ୍ତିଭୂମି ଲାଗି କେନ୍ଦ୍ର କ୍ୟାବିନେଟ୍ ୧.୮୬ ଲକ୍ଷ କୋଟି ଟଙ୍କା ଅନୁମୋଦନ କରିଛି । ଏହି ଅର୍ଥରେ ଏକ ଆନ୍ତଃରାଜ୍ୟ ଟ୍ରାନ୍ସମିସନ ସିଷ୍ଟମ ହେବ । ଯେଉଁଥିରେ ୫୦GWh ବ୍ୟାଟେରୀ ଷ୍ଟରେଜ ସହ ୧୩୫ GWର ଅକ୍ଷୟ ଶକ୍ତି ପ୍ରବାହ ହୋଇ ପାରିବ ।
ଟ୍ରାଫିକ୍ ସମ୍ଭାଳିବ AI
କେନ୍ଦ୍ର କ୍ୟାବିନେଟ୍ର ତୃତୀୟ ବଡ଼ ନିଷ୍ପତ୍ତି ହେଉଛି ଦିଲ୍ଲୀ ଟ୍ରାଫିକ୍ ପରିଚାଳନାକୁ ନେଇ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ପାଇଁ ଇଣ୍ଟେଲିଜେଣ୍ଟ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ (ITMS)କୁ ଅନୁମୋଦନ କରାଯାଇଛି । ଟେକ୍ନୋଲୋଜି ସହାୟତାରେ ଟ୍ରାଫିକ୍ ଉପରେ ନଜର ରଖାଯିବା ସହ ଯାତାୟାତକୁ ସହଜ କରାଯିବ । ITMSର ବ୍ୟବହାର ଟ୍ରାଫିକ୍ ଜାମ, ସଡ଼କ ସୁରକ୍ଷା ଓ ଯାନବାହାନ ନିୟନ୍ତ୍ରଣ ପାଇଁ କରାଯିବ ।

Related Topics
Explore more stories