Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦିଲ୍ଲୀ ଅବକାରୀ ଦୁର୍ନୀତି ଉପରେ ସିଏଜି ରିପୋର୍ଟ ବିଧାନସଭାରେ ଉପ୍ଥାପିତ

National

ଦିଲ୍ଲୀ ଅବକାରୀ ଦୁର୍ନୀତି ଉପରେ ସିଏଜି ରିପୋର୍ଟ ବିଧାନସଭାରେ ଉପ୍ଥାପିତ

Rashmita Mishra
Browse all articles by Rashmita Mishra
·1 year ago·1 min read
ଦିଲ୍ଲୀ ଅବକାରୀ ଦୁର୍ନୀତି ଉପରେ ସିଏଜି ରିପୋର୍ଟ ବିଧାନସଭାରେ ଉପ୍ଥାପିତ

Key Points

ଦିଲ୍ଲୀର ମଦ ନୀତି ପରିବର୍ତ୍ତନ କରିବା ଦ୍ୱାରା ୨,୦୦୨ କୋଟି ଟଙ୍କାର କ୍ଷତି

ନୂତନ ମଦ ନୀତି କାର୍ଯ୍ୟକାରୀ କରିବା ସମୟରେ ଆପ୍ କରିଛି ଗୁରୁତର ଅନିୟମିତତା

ହଙ୍ଗାମା ପାଇଁ ଆତିଶୀଙ୍କ ସମେତ ୨୧ଜଣ ଆପ୍ ବିଧାୟକ ୩ଦିନ ପାଇଁ ନିଲମ୍ବିତ

ଦିଲ୍ଲୀ ଅବକାରୀ ଦୁର୍ନୀତି ଉପରେ ସିଏଜି ରିପୋର୍ଟ ବିଧାନସଭାରେ ଉପ୍ଥାପିତ

ମଙ୍ଗଳବାର ଦିଲ୍ଲୀ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ, ଦିଲ୍ଲୀ ଅବକାରୀ ଦୁର୍ନୀତି ଉପରେ ସିଏଜି ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏହି ସିଏଜି ରିପୋର୍ଟକୁ ଗୃହରେ ଉପସ୍ଥାପନ କରିଛନ୍ତି। ଅବକାରୀ ନୀତି ଉପରେ ଏହି ସିଏଜି ଅଡିଟ୍ ରିପୋର୍ଟ ୨୦୧୭-୨୦୧୮ ରୁ ୨୦୨୦-୨୦୨୧ ପର୍ଯ୍ୟନ୍ତ ଚାରି ଅବଧି ପାଇଁ ମଧ୍ୟ ରହିଛି। ବିଧାନସଭାରେ ଉପସ୍ଥାପିତ ଏହି ରିପୋର୍ଟ ଅନୁସାରେ ଦିଲ୍ଲୀର ମଦ ନୀତି ପରିବର୍ତ୍ତନ କରିବା ଦ୍ୱାରା ୨,୦୦୨ କୋଟି ଟଙ୍କାର କ୍ଷତି ହୋଇଛି। CAG ରିପୋର୍ଟରେ କୁହାଯାଇଛି ନୂତନ ମଦ ନୀତି କାର୍ଯ୍ୟକାରୀ କରିବା ସମୟରେ, ଆମ ଆଦମୀ ପାର୍ଟି ଅନେକ ଗୁରୁତର ଅନିୟମିତତା କରିଛି। ଯେଉଁ କାରଣରୁ ସରକାରୀ ରାଜକୋଷକୁ ୨ ହଜାର କୋଟି ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡିଛି।


ଦିଲ୍ଲୀ ବିଧାନସଭା ଅଧିବେଶନର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଆମ ଆଦମୀ ପାର୍ଟି ବିଧାୟକମାନେ ହଟ୍ଟଗୋଳ କରିବା ଆରମ୍ଭ କରିଦେଇଛନ୍ତି। ଲେଫ୍ଟନାଣ୍ଟ ଗଭର୍ନର ଭିକେ ସକ୍ସେନାଙ୍କ ଅଭିଭାଷଣ ସମୟରେ ହଙ୍ଗାମା କରିବା ପାଇଁ ଆତିଶୀଙ୍କ ସମେତ ୨୧ଜଣ ଆପ୍ ବିଧାୟକଙ୍କୁ ୩ଦିନ ପାଇଁ ନିଲମ୍ବିତ କରାଯାଇଛି। ଗୃହରେ ଉପ-ରାଜ୍ୟପାଳ ବିନୟ ସକ୍ସେନାଙ୍କ ଅଭିଭାଷଣ ସମୟରେ ‘ମୋଦି-ମୋଦି’ ନାରା ଦିଆଯାଇଥିଲା। ଯାହା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସିଏଜି ରିପୋର୍ଟରେ, ୨୦୧୭-୧୮ ରୁ ୨୦୨୧-୨୨ ମଧ୍ୟରେ ମଦର ନିୟନ୍ତ୍ରଣ ଏବଂ ଯୋଗାଣ ଯାଞ୍ଚ କରାଯାଇଛି। ଏହା ସହିତ, ୨୦୨୧-୨୨ ର ଉତ୍ପାଦ ନୀତିର ମଧ୍ୟ ସମୀକ୍ଷା କରାଯାଇଛି।

Sponsored
CAG report on Delhi excise corruption tabled in Assembly | Argus News