Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଥମିଲା ପ୍ରଚାର

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଥମିଲା ପ୍ରଚାର

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଥମିଲା ପ୍ରଚାର
ଶେଷ ଦିନରେ ମଇଦାନ କମ୍ପାଇଲେ ହାଇ ପ୍ରୋଫାଇଲ୍ ଲିଡର
ଶାହ, ରାଜନାଥ, ନଡ୍ଡା ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଧୂଆଁଧାର ପ୍ରଚାର
ଆପ୍ ଓ କଂଗ୍ରେସ ପକ୍ଷରୁ ବି ଶେଷ ଦିନରେ ପ୍ରଯାର ଜୋରଦାର
ଆସନ୍ତା 5 ତାରିଖରେ ଦିଲ୍ଲୀ ବାସୀ ବାଛିବେ ସରକାର
8ରେ ଜଣାପଡ଼ିବ ଆଗାମୀ ୫ ବର୍ଷ ପାଇଁ ଦିଲ୍ଲୀ କାହାର


ଅର୍ଗସ ବ୍ୟୁରୋ : ଦିଲ୍ଲୀ ସିଂହାସନ ପାଇଁ ଆରପାର୍ ଲଢେଇ । ପ୍ରଚାରର ଶେଷ ଦିନରେ ଭୋଟରଙ୍କ ମନ ଜିଣିବାକୁ ଶେଷ ପ୍ରୟାସ କରିଛନ୍ତି ସବୁ ଦଳର ହାଇପୋଫାଇଲ ନେତା । କମ୍ପିଛି ପ୍ରଚାର ମଇଦାନ । ଗତକାଲି ପ୍ରଧାନମନ୍ତ୍ରୀ ମୋଦି ବିକଶିତ ଦିଲ୍ଲୀ ଗ୍ୟାରେଣ୍ଟି ଦେଇଥିବାବେଳେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଖୋଲିଛନ୍ତି ଆପ୍ ସରକାରର ଦୁର୍ନୀତିର ପୋଲ୍ । ଆନ୍ନା ହଜାରେଙ୍କ ନାଁ ନେଇ ଦଳ ଗଠନ କରି କେଜ୍ରିୱାଲ 11 ବର୍ଷ ମଧ୍ୟରେ ଦିଲ୍ଲୀକୁ ଦୁର୍ନୀତିର ଗଡ଼ ବନାଇଥିବା କହି ଜୋରଦାର ଆଟାକ କରିଛନ୍ତି ଶାହ। ମୁକୁନ୍ଦପୁର, ବୁରାରି ସହ ନର୍ଥ ଇଷ୍ଟ ଦିଲ୍ଲୀରେ ପ୍ରଚାର କରି ଦିଲ୍ଲୀରେ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଆହ୍ବାନ ଦେଇଛନ୍ତି ନଡ୍ଡା ।

ଦିଲ୍ଲୀବାସୀଙ୍କୁ ମାଗଣା ବିଜୁଳି ଓ ପାଣିର ଲୋଭ ଦେଖାଇ ମଦ ନୀତି, ଜଳ ବୋର୍ଡ ଗଠନ ନାଁରେ କୋଟିକୋଟି ଲୁଣ୍ଠନ କରି ଶିଶ୍ ମହଲରେ ଆରାମ କରୁଥିବା କେଜ୍ରିୱାଲଙ୍କୁ ଏଥର ଜନତା ଉଚିତ ଜବାବ ଦେବେ ବୋଲି ଚେତାବନୀ ଶୁଣାଇଛନ୍ତି ରାଜନାଥ ସିଂହ । ସେହିପରି ଦିଲ୍ଲୀର ଓଡ଼ିଆ ବହୁଳ ଅଞ୍ଚଳରେ ପ୍ରଚାର କରି ପରିବର୍ତ୍ତନର ନାରା ତେଜିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦିଲ୍ଲୀକୁ ମାଫିଆଙ୍କ କବଜାରୁ ମୁକ୍ତ କରିବାକୁ ଜନତାଙ୍କୁ ଆହ୍ବାନ ଦେଇଛନ୍ତି ବିଜେପି ସାଂସଦ ସମ୍ବିତ ପାତ୍ର, ହରିୟଣା ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ।

ଦିଲ୍ଲୀବାସୀଙ୍କ ନିର୍ଣ୍ଣୟ ଉପରେ ସାରା ଦେଶର ନଜର । ଦୀର୍ଘ 26 ବର୍ଷ ପରେ ଏଥର ଦିଲ୍ଲୀ ଶାସନ କ୍ଷମତାକୁ କମବ୍ୟାକ କରିବାକୁ ପୁରା ଦମ ଲଗାଇଛି ବିଜେପି । ଶିକ୍ଷା ନାଁରେ ଆପ୍ ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଥିବା ନେଇ ହୋଇଛି ବଡ଼ ଅଭିଯୋଗ । ନବମ ଶ୍ରେଣୀ ପରେ ପିଲାଙ୍କୁ ପଢ଼ିବାକୁ ଦିଆଯାଉନି । ଏପଟେ ଭାବମୂର୍ତ୍ତି ସୁଧାରିବାକୁ ଆପ୍ ବେଇମାନୀ କାମ କରୁଥିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ଦିଲ୍ଲୀ ଛାତ୍ରଛାତ୍ରୀ । ଆସନ୍ତା 5 ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ପଡ଼ିବାକୁ ଥିବାବେଳେ 8ରେ ଗଣତି ସହ ସାମ୍ନାକୁ ଆସିବ ଜନତା ଜନାର୍ଦ୍ଦନଙ୍କ ନିଷ୍ପତ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
campaign for Delhi assembly elections | Argus News