Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Bihar Election / ମହାମେଣ୍ଟର ଲୁଣ୍ଠନ ବ୍ଲୁ-ପ୍ରିଣ୍ଟରୁ ପରଦା ହଟାଇଲେ ଧର୍ମେନ୍ଦ୍ର

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ମହାମେଣ୍ଟର ଲୁଣ୍ଠନ ବ୍ଲୁ-ପ୍ରିଣ୍ଟରୁ ପରଦା ହଟାଇଲେ ଧର୍ମେନ୍ଦ୍ର

Key Points

ବିହାରରେ ଜଙ୍ଗଲରାଜ ସମୟରେ ଚାକିରି ପାଇଁ ଜମି ହଡପକାରୀ ଏବେବି କୋର୍ଟର ଚକ୍କର କାଟୁଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏବେ ସମ୍ମୁଖ ଯୁଦ୍ଧ, ପ୍ରସ୍ତୁତ ମଇଦାନ । ସିଂହାସନ ପାଇଁ ସଂଗ୍ରାମ । ଆସନ୍ତା ୬ରେ ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ସଂଧ୍ୟା ୫ଟାରୁ ଥମିଛି ପ୍ରଚାର । ୧୮ ଜିଲ୍ଲାର ୧୨୧ ଆସନରେ ନିର୍ବାଚନ ପ୍ରଚାର ଶେଷ ଦିନରେ ଏନଡିଏ ଷ୍ଟାର ପ୍ରଚାରକ କରିଛନ୍ତି ହାଇଭୋଲ୍ଟେଜ ପ୍ରଚାର । ଏପଟେ ମେରା ବୁଥ୍ ସବସେ ସଜବୁତ ଯୁବ ସମ୍ବାଦ ଭର୍ଚୁଆଲ କର୍ଯ୍ୟକ୍ରମରେ ଦଳୀୟ ନେତା ଓ କର୍ମୀଙ୍କ ମନରେ ଜୋସ୍‌ ଭରିଛନ୍ତି ପିଏମ ମୋଦି । ଏନଡିଏ ମହିଳା ପ୍ରାର୍ଥୀ ଓ କର୍ମୀଙ୍କୁ ପ୍ରେରଣା, ମାର୍ଗଦର୍ଶନ ସହ ବିଜୟ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ବିହାରରେ ୧୫ ବର୍ଷ ଧରି ଲାଲୁ ପରିବାରର ଜଙ୍ଗଲ ରାଜ୍ ସମୟରେ ଦୁର୍ଦ୍ଦଶାର କାହାଣୀ ମୋଦିଙ୍କ ପାଖରେ ବଖାଣିଛନ୍ତି ମହିଳା ।

ସେପଟେ ଦରଭଙ୍ଗା, ମୋତିହାରୀରେ ଆଗାମୀ ୫ ବର୍ଷରେ ରାଜ୍ୟ ବିକାଶର ନକ୍ସା ଦେଖାଇଛନ୍ତି ଅମିତ ଶାହ । ସେହିଭଳି ରାଘୋପୁର ରାଲିରେ ସାମିଲ ହୋଇ ମହାମେଣ୍ଟକୁ ଜୋରଦାର ଆଟାକ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଗତ ୧୦ ବର୍ଷ ମଧ୍ୟରେ ବିହାର ବିକାଶ ପାଇଁ କେନ୍ଦ୍ର ସରକାର ୧୫ ଲକ୍ଷ କୋଟି ଟଙ୍କା ଯୋଗାଇ ଦେଇଥିବା କହିଛନ୍ତି ରାଜନାଥ । ମଧୁବନୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଜନତାଙ୍କୁ ଉଚିତ ନିଷ୍ପତ୍ତି ନେବାକୁ ଆହ୍ବାନ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

ବିହାରରେ ଜଙ୍ଗଲରାଜ ସମୟରେ ଚାକିରି ପାଇଁ ଜମି ହଡପକାରୀ ଏବେବି କୋର୍ଟର ଚକ୍କର କାଟୁଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପାଟନା ବିଜେପି କାର୍ଯ୍ୟାଳୟରେ ପ୍ରେସମିଟ୍‌ରେ ଏନଡିଏ ସପକ୍ଷରେ ଭୋଟ ଦେବାକୁ ଜନତାଙ୍କୁ ଅପିଲ୍ କରିଛନ୍ତି ଧର୍ମେନ୍ଦ୍ର । ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନ ଓ ନୀତୀଶଙ୍କ ନେତୃତ୍ଵ ଉପରେ ବିହାରବାସୀଙ୍କ ଭରସା ରହିଥିବାରୁ ଏନଡିଏର ବିଜୟ ନିଶ୍ଚିତ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଆଗାମୀ ୫ ବର୍ଷରେ ବିହାରକୁ ନ୍ୟୁ ଏଜ୍ ଇକୋନୋମିରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୩୩ ମହିଳାଙ୍କ ସହ ମୋଟ ୧୩୧୪ ଜଣ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା । ଏନଡିଏ ଆସନ ବୁଝାମଣା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଜେଡିୟୁ ୫୭, ବିଜେପି ୪୮ ଓ ଏଲଜେପି (ରାମବିଳାସ) ଦଳର ୧୩ ପ୍ରାର୍ଥୀ ମଇଦାନରେ ଥିବାବେଳେ ମହାମେଣ୍ଟରୁ ଆରଜେଡି ୭୨, କଂଗ୍ରେସ ୨୪, ଓ ସିପିଆଇଏମଏଲ ୧୪ ଆସନରେ ଲଢୁଛନ୍ତି ନିର୍ବାଚନ ।

ପ୍ରଥମ ପର୍ଯ୍ୟାୟରେ EVMରେ ସିଲ୍ ହେବ ବହୁ ହେଭିୱେଟ୍‌ଙ୍କ ଭାଗ୍ୟ । ଦୁଇ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ଓ ସମ୍ରାଟ ଚୌଧୁରୀ, RJD ନେତା ତେଜସ୍ବୀ ଯାଦବ, JJD ତେଜପ୍ରତାପ ଯାଦବ, ଗାୟିକା ମୈଥିଳୀ ଠାକୁର, ଗ୍ୟାଙ୍ଗଷ୍ଟର ଶାହାବୁଦ୍ଦିନଙ୍କ ପୁଅ ଓସାମା ସାହାବ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପୁଅ ନୀତୀଶ ମିଶ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କ ନାତୁଣୀ ଜାଗ୍ରୁତି ଠାକୁର, ଅଭିନେତା ଖେସାରୀ ଲାଲ ଯାଦବ ପ୍ରମୁଖଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ଆସନ୍ତା ୧୧ରେ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ପରେ ନଭେମ୍ବର ୧୪ରେ ସାମ୍ନାକୁ ଆସିବ ରେଜଲ୍ଟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bihar Election | Campaigning ends for 121 seats in the first phase of the Bihar Assembly election | Argus News