Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜମ୍ମୁ ଓ କଶ୍ମୀର: ଆସନ୍ତାକାଲି ୪୦ଟି ବିଧାନସଭା ଆସନରେ ହେବ ମତଦାନ

National

ଜମ୍ମୁ ଓ କଶ୍ମୀର: ଆସନ୍ତାକାଲି ୪୦ଟି ବିଧାନସଭା ଆସନରେ ହେବ ମତଦାନ

Banajyotshna Ray
Browse all articles by Banajyotshna Ray
·1 year ago
ଜମ୍ମୁ ଓ କଶ୍ମୀର:  ଆସନ୍ତାକାଲି ୪୦ଟି ବିଧାନସଭା ଆସନରେ ହେବ ମତଦାନ

ଅର୍ଗସ ବ୍ୟୁରୋ:  ଜମ୍ମୁ ଓ କଶ୍ମୀରରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଶେଷ ହୋଇଛି। ଅନ୍ତିମ ପର୍ଯ୍ୟାୟରେ ଆସନ୍ତାକାଲି ୪୦ଟି ବିଧାନସଭା ଆସନରେ ହେବ ମତଦାନ। ଜମ୍ମୁ, ସାମ୍ବା, କଠୁଆର ୨୪ଟି ଏବଂ କୁପାୱାଡ଼ା, ବାରାମୂଳା ଓ ବନ୍ଦିପୁରା ଜିଲ୍ଲାର ୧୬ଟି ଆଶନରେ ହେବ ଭୋଟିଂ। ଏଥିପାଇଁ ପୋଲିଂ ପାର୍ଟି ନିଜ ନିଜ ବୁଥକୁ ଗସ୍ତ କରୁଥିବା ବେଳେ ଏସମସ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଏହି ପର୍ଯ୍ୟାୟରେ ପ୍ରାୟ ୪୦ ଲକ୍ଷ ଭୋଟର ୪୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Campaigning for third and final phase of assembly elections ends in Jammu and Kashmir | Argus News