Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଘରେ ବସି କେନ୍ଦ୍ର ସରକାରଙ୍କ କାର୍ଯ୍ୟର ମୂଲ୍ୟାଙ୍କନ କରିବେ ଜନତା 

Manini Pattanayak
Browse all articles by Manini Pattanayak
·2 years ago·2 min read
ଘରେ ବସି କେନ୍ଦ୍ର ସରକାରଙ୍କ କାର୍ଯ୍ୟର ମୂଲ୍ୟାଙ୍କନ କରିବେ ଜନତା 

Key Points

ଘରେ ବସି କେନ୍ଦ୍ର ସରକାରଙ୍କ କାର୍ଯ୍ୟର ମୂଲ୍ୟାଙ୍କନ କରିବେ ଜନତା 
ନମୋ ଆପ୍ ରେ ନମୋଙ୍କ ଯୋଜନାର ଲୋକେ କରିବେ ସମୀକ୍ଷା  
ଆପଣଙ୍କ ଅଞ୍ଚଳରେ ବିକାଶ ହୋଇଛି ନା ନାହିଁ ?
ଜନ ପ୍ରତିନିଧି ଆପଣଙ୍କ ସମସ୍ୟା ସମାଧାନରେ କେତେ ସମର୍ଥ ?
ଗୋଟିଏ କ୍ଲିକରେ ସିଧା ପିଏମଙ୍କ ପାଖରେ ପହଞ୍ଚିବ ଆପଣଙ୍କ ମତ 
ପିଏମଙ୍କ ବିକଶିତ ଭାରତ ସଂକଳ୍ପରେ ହୋଇପାରିବେ ଭାଗିଦାର 

ନୂଆଦିଲ୍ଲୀ:  ଡିଜିଟାଲ ଇଣ୍ଡିଆରେ ଏଥର ଜନତାଙ୍କ ସ୍ବର ପହଞ୍ଚିବ ସିଧା ପ୍ରଧାନମନ୍ତ୍ରୀଙ୍କ ନିକଟକୁ । ଅଭିଯୋଗ କରିପାରିବେ, ପ୍ରଶଂସା ବି କରିପାରିବେ। ଜଣାଇପାରିବେ ଅଞ୍ଚଳର ସମସ୍ୟା, ମୂଲ୍ୟାଙ୍କନ କରିବେ ସାଂସଦଙ୍କ ଯୋଗ୍ୟତା। ଡିଜିଟାଲ ଇଣ୍ଡିଆର ଆଉ ଏକ ବଡ଼ ପଦକ୍ଷେପ ନମୋ ଆପ୍। ନମୋ ଆପକୁ ଯାଇ ଆପଣ ଜନ ମନ ସର୍ଭେରେ ନେଇପାରିବେ ଭାଗ। ପ୍ରଥମେ ନିଜ ନାଁ ରେଜିଷ୍ଟ୍ରେସନ କରି ନିଜ ରାଜ୍ୟ ଏବଂ ଆପଣ କେଉଁ ନିର୍ବାଚନମଣ୍ଡଳୀର ତାକୁ ପୂରଣ କରିବାକୁ ପଡ଼ିବ। ପରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟ ଓ ପ୍ରଦର୍ଶନକୁ ନେଇ ଆପଣଙ୍କୁ ପରଚାଯିବ କେତୋଟି ପ୍ରଶ୍ନ। ଆପଣ ସନ୍ତୁଷ୍ଟ ନା ନୁହନ୍ତି ଦେଇପାରିବେ ଉତ୍ତର। ସେହିପରି ଚାଷ ଓ ଚାଷୀ, ରାସ୍ତା ଘାଟ, ଭିତ୍ତିଭୂମିର ବିକାଶ, ସ୍ବାସ୍ଥ୍ୟ, ଜଳ ସେଚନ ଭଳି ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପ୍ରଦର୍ଶନର କରିପାରିବେ ମୂଲ୍ୟାଙ୍କନ। କେନ୍ଦ୍ର ସରକାରଙ୍କ କେଉଁ କେଉଁ ଯୋଜନାରେ ଆପଣ ଲାଭାର୍ଥୀ ସିଧା ପ୍ରଧାନମନ୍ତ୍ରୀଙ୍କୁ ଜଣାଇପାରିବେ ଏହି ସର୍ଭେ ମାଧ୍ୟମରେ। କେବଳ କଣ ଏତିକି, ଆପଣଙ୍କର ପ୍ରିୟ ନେତା କିଏ। ଆପଣଙ୍କ ସାଂସଦଙ୍କ ପ୍ରଦର୍ଶନ, ଆପଣଙ୍କ ନିଜ ନିର୍ବାଚନ ମଣ୍ଡଳିର ପ୍ରମୁଖ ସମସ୍ୟା, ଏ ସବୁ ବିଷୟରେ ଅପଣ ଦେଇପାରିବେ ମତ । ସେହିପରି ଆପଣ 2024 ନିର୍ବାଚନରେ କେଉଁ ପ୍ରସଙ୍ଗକୁ ନେଇ କରିବେ ମତଦାନ ଜଣାଇପାରିବେ ନମୋ ଆପରେ। 

ବିକଶିତ ଭାରତର ସଂକଳ୍ପ ପୂରଣ ପାଇଁ ଏହି ଅଭିଯାନ ସହ ଯୋଡ଼ିହେବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଭାରତକୁ ବିକଶିତ କରିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ । ବିକଶିତ ଭାରତ ଓ ମୋଦିଙ୍କ ଗ୍ୟାରେଣ୍ଟି ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ନାଗରିକଙ୍କ ଅଭିମତ ମହତ୍ବପୂର୍ଣ୍ଣ । ନୂଆ ଭାରତର ଅଭିବୃଦ୍ଧି ପାଇଁ NaMo App ରେ ଆରମ୍ଭ ହୋଇଥିବା #JanManSurvey ରେ ସମସ୍ତ ନାଗରିକ ସ୍ବମତ ରଖନ୍ତୁ।  ପ୍ରଧାନମନ୍ତ୍ରୀଙ୍କର ଏହି ଅଭିଯାନକୁ 2024 ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ସାଂସଦ ମାନଙ୍କର କାମର ସମୀକ୍ଷା ରୂପରେ ମଧ୍ୟ ଦେଖାଯାଉଛି। ଗତ 19 ତାରିଖରେ ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ  ଜନ ମନ ସର୍ଭେ ବାବଦରେ ଦେଇଥିଲେ ସୂଚନା । 

ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Can be a partner in PM's Developed India concept | Argus News