Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

G7 ଶିଖର ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କଲେ କାନାଡାର ନବନିର୍ବାଚିତ ପ୍ରଧାନମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·1 year ago·1 min read
G7 ଶିଖର ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କଲେ କାନାଡାର ନବନିର୍ବାଚିତ ପ୍ରଧାନମନ୍ତ୍ରୀ

Key Points

ଭାରତ-କାନାଡା ସମ୍ପର୍କରେ ଆସିପାରେ ସୁଧାର

G7 ଶିଖର ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ କାନାଡାର ପିଏମ

ଚଳିତ ମାସ ଶେଷ ସପ୍ତାହରେ କାନାଡାରେ ହେବ G7 ସମ୍ମିଳନୀ

ଭାରତ-କାନାଡା ସମ୍ପର୍କରେ ଆସିବ ସୁଧାର । G7 ଶିଖର ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାନାଡାର ନବନିର୍ବାଚିତ ପିଏମ ମାର୍କ ଜେ କାର୍ଣ୍ଣିଙ୍କ ନିମନ୍ତ୍ରଣ । ଚଳିତ ମାସ ଶେଷ ସପ୍ତାହରେ କାନାଡାର କାନାନାସ୍କିସ ସହରରେ ଆୟୋଜନ ହେବାକୁ ଯାଉଛି G7 ଶିଖର ସମ୍ମିଳନୀ ।

G7 ବୈଠକରେ ଯୋଗଦେବାକୁ କାନାଡ଼ା ପିଏମଙ୍କ ନିମନ୍ତ୍ରଣ ସ୍ବୀକାର କରିବା ସହ ନିର୍ବାଚନରେ ବିଜୟ ପାଇଁ ମାର୍କ ଜେ କାର୍ଣ୍ଣିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୋଦି । ଫୋନରେ ବାର୍ତ୍ତାଳାପକୁ ନେଇ ଏକ୍ସ ପୋଷ୍ଟରେ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପାରସ୍ପରିକ ସହଯୋଗ ଓ ସମ୍ମାନ ସହ ଭାରତ-କାନାଡା ଦ୍ବିପାକ୍ଷିକ ଆଲୋଚନାକୁ ଅପେକ୍ଷା ରହିଛି ବୋଲି କହିଛନ୍ତି ମୋଦି ।

G7 ଦୁନିଆର ୭ ବିକଶିତ ଅର୍ଥବ୍ୟବସ୍ଥା ଯଥା ଆମେରିକା, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଓ ବ୍ରିଟେନର ମିଳିତ ସଂଗଠନ । ଏଥିରେ ୟୁରୋପୀୟ ସଂଘ, ବିଶ୍ବବ୍ୟାଙ୍କ, ଜାତିସଂଘ ଓ IMF ମଧ୍ୟ ସାମିଲ ଅଛନ୍ତି । ୨୦୨୩ରେ କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜର ହତ୍ୟାକୁ ନେଇ ତତ୍କାଳୀନ ପିଏମ ଜଷ୍ଟିନ ଟୁଡୁଙ୍କ ଅଭିଯୋଗକୁ ନେଇ ଉଭୟ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା । ଏବେ ସମ୍ପର୍କରେ ସୁଧାର ଆସିବା ସମ୍ଭାବନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
canadas-newly-elected-prime-minister-invites-pm-modi-to-attend-g7-summit | Argus News