Videos
|
National

Supreme Court / ୨୭୦୦ ଟଙ୍କାର କ୍ୟାନ୍ସର ଔଷଧକୁ ୨୭ ହଜାର…ଦାମ୍ ବୃଦ୍ଧିକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ

Ritu Das
Browse all articles by Ritu Das
·1 hour ago·2 min read
୨୭୦୦ ଟଙ୍କାର କ୍ୟାନ୍ସର ଔଷଧକୁ ୨୭ ହଜାର…ଦାମ୍ ବୃଦ୍ଧିକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ
India

Key Points

କର୍କଟ ରୋଗ ଚିକିତ୍ସା ଔଷଧର ଅଧିକ ମୂଲ୍ୟରେ ବିପୁଳ ଲାଭ ଉପରେ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି
କର୍କଟ ରୋଗ ଚିକିତ୍ସା ଔଷଧର ଅଧିକ ମୂଲ୍ୟ ଏବଂ ଖୁଚୁରା ବ୍ୟବସାୟୀମାନେ କରୁଥିବା ବିପୁଳ ଲାଭ ଉପରେ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି ଯେ ୨୭୦୦ ରେ ଖୁଚୁରା ବିକ୍ରି ହେଉଥିବା ଏକ ଔଷଧର ମୂଲ୍ୟ ୨୭୦୦୦ଟଙ୍କାରେ ବିକ୍ରି କରାଯାଉଛି। ଏହି ୧୦ଗୁଣ ମୂଲ୍ୟ ଅଧିକ ଦରରେ ବିକ୍ରି କରାଯାଉଛି ଯାହା ଦିନ ଦ୍ବିପହରେ ଡକାୟତି ସଦୃଶ।

ଜଷ୍ଟିସ ବିକ୍ରମନାଥ ଏବଂ ଜଷ୍ଟିସ ସନ୍ଦୀପ ମେହତାଙ୍କ ବେଞ୍ଚ କହିଛନ୍ତି ଯେ, ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେଉଁ ଅଧିକାରୀମାନେ ଏହାଉପରେ ନିଷ୍ପତ୍ତି ନେବା କଥା, ସେମାନେ ସମ୍ପୂର୍ଣ୍ଣ ନୀରବ । ଏହାର କାରଣ କ’ଣ, ତାହା ଆମକୁ ଅଲଗା କରି କହିବାର ଆବଶ୍ୟକତା ନାହିଁ ।

ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ, ଯେତେବେଳେ ରୋଗୀମାନେ ଆୟୁଷ (AYUSH) ଯୋଜନା ଅଧୀନରେ ଚିକିତ୍ସିତ ହୁଅନ୍ତି, ସେତେବେଳେ ଏହାର ପୂରା ଖର୍ଚ୍ଚ କରଦାତା (Taxpayers) ବହନ କରନ୍ତି । ହସ୍ପିଟାଲଗୁଡ଼ିକ ଏହି ଅଧିକ ମୂଲ୍ୟରେ ଔଷଧ କିଣନ୍ତି ଏବଂ ପରେ ସରକାରଙ୍କ ଠାରୁ ସେହି ଟଙ୍କା ଫେରସ୍ତ (Reimburse) ନିଅନ୍ତି । ଏହା କରଦାତାଙ୍କର ହିଁ ଟଙ୍କା । ଏହା ସ୍ପଷ୍ଟ ଭାବେ ଏକ ପ୍ରତାରଣାର ମାମଲା ।

ଖଣ୍ଡପୀଠ ଏହା ଉପରେ ଗୁରୁତ୍ୱ ଦେଇଥିଲେ ଯେ, ଔଷଧ ନିର୍ମାତା ଏବଂ Supply Chain ଅନୁଚିତ ଲାଭ ଅର୍ଜନ କରିବାକୁ ସୁଯୋଗ ଦିଆ ଯାଉଛି, ଯେତେବେଳେ କି ନିୟାମକ ସଂସ୍ଥାଗୁଡ଼ିକ ଚୁପଚାପ୍ ଦେଖୁଛନ୍ତି । ଫଳରେ ଗମ୍ଭୀର ରୋଗ ସହ ଲଢ଼ୁଥିବା ପରିବାର ଗୁଡ଼ିକ ଗୁରୁତର ଆର୍ଥିକ ସଙ୍କଟ ମଧ୍ୟକୁ ଠେଲି ହୋଇ ଯାଉଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ପ୍ରତାରଣା ରୋକିବା ପାଇଁ ତୁରନ୍ତ ଆଇନଗତ ହସ୍ତକ୍ଷେପ ଆବଶ୍ୟକ

କୋର୍ଟଙ୍କ ଅନୁଯାୟୀ, ବେସରକାରୀ ହସ୍ପିଟାଲ ଏବଂ ବିତରକମାନେ କମ୍ ପାଇକାରୀ ଦରରେ ଔଷଧ କିଣି ଏବଂ ବୃଦ୍ଧି ପାଇଥିବା ସର୍ବାଧିକ ଖୁଚୁରା ମୂଲ୍ୟ (MRP) ରେ ଟଙ୍କା ଫେରସ୍ତ ଦାବି କରି କରଦାତାଙ୍କ ଟଙ୍କାରେ ଚାଲିଥିବା ସ୍ୱାସ୍ଥ୍ୟସେବାରୁ ପ୍ରଚୁର ସବସିଡି ହଡ଼ପ କରୁଛନ୍ତି । ଜୀବନରକ୍ଷକ ଔଷଧ ଉପରେ ଲାଭ ମାର୍ଜିନକୁ ସୀମିତ କରିବା ଏବଂ ବେସରକାରୀ ଓ ସରକାରୀ ସାହାଯ୍ୟପ୍ରାପ୍ତ ଚିକିତ୍ସା କ୍ଷେତ୍ରରେ ବ୍ୟାପକ ଆର୍ଥିକ ଠକେଇକୁ ରୋକିବା ପାଇଁ , ତୁରନ୍ତ ନିୟାମକ ହସ୍ତକ୍ଷେପ ଆବଶ୍ୟକ ବୋଲି ଅଦାଲତ ସଙ୍କେତ ଦେଇଛନ୍ତି ।