Videos
|
National

Cancer Medicines Cheaper / ଶସ୍ତା ହେଲା ୫୪୩ ବ୍ରାଣ୍ଡର କ୍ୟାନ୍ସର ଔଷଧ! ମନଇଚ୍ଛା ଦର ଉପରେ ଲାଗିଲା ରୋକ୍

Bikash Mohanty
Browse all articles by Bikash Mohanty
·1 hour ago·2 min read
ଶସ୍ତା ହେଲା ୫୪୩ ବ୍ରାଣ୍ଡର କ୍ୟାନ୍ସର ଔଷଧ! ମନଇଚ୍ଛା ଦର ଉପରେ ଲାଗିଲା ରୋକ୍
Cancer Medicines

Key Points

କ୍ୟାନ୍ସର ରୋଗୀଙ୍କ ପରିବାର ପାଇଁ ଏକ ବଡ଼ ଆଶ୍ବସ୍ତି
କର୍କଟ ଔଷଧର ମୂଲ୍ୟରେ ବଡ଼ ଧରଣର ହ୍ରାସ
ଆଜିଠାରୁ ନୂଆ ଦର ସାରା ଦେଶରେ ହେଲା ଲାଗୁ
ନୂଆଦିଲ୍ଲୀ,୦୯/୧୧: କ୍ୟାନ୍ସର ରୋଗୀ ଏବଂ ସେମାନଙ୍କ ପରିବାର ପାଇଁ ଆଶ୍ୱସ୍ତିକର ଖବର। ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଛି ବଡ଼ ଉପହାର। କ୍ୟାନ୍ସର ଚିକିତ୍ସାରେ ବ୍ୟବହୃତ ଅନେକ ଔଷଧର ଦାମ ହ୍ରାସ ପାଇଛି। ଔଷଧ କମ୍ପାନୀ ଏବଂ ବିତରକଙ୍କ ମନମୁଖୀ ଲାଭ ଉପରେ ଅଙ୍କୁଶ ଲଗାଇବାକୁ ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ (NPPA) ନୂଆ ପଦକ୍ଷେପ ନେଇଛନ୍ତି।

ନୂଆ ନିୟମ ଅନୁଯାୟୀ, କ୍ୟାନ୍ସର ଚିକିତ୍ସାରେ ବ୍ୟବହୃତ ୧୩୭ଟି ଅଣ-ନିର୍ଦ୍ଧାରିତ ଔଷଧର ଟ୍ରେଡ୍ ମାର୍ଜିନକୁ ସର୍ବାଧିକ ୩୦ ପ୍ରତିଶତରେ ସୀମିତ ରଖାଯାଇଛି। ଏହାଦ୍ୱାରା ଏହି ଔଷଧଗୁଡ଼ିକର ସର୍ବାଧିକ ଖୁଚୁରା ମୂଲ୍ୟ (MRP) ହ୍ରାସ ପାଇବ। ସରକାରଙ୍କ ଏହି ନିଷ୍ପତ୍ତି କ୍ୟାନ୍ସର ଚିକିତ୍ସାର ଆର୍ଥିକ ବୋଝ କମାଇବାରେ ସହାୟକ ହେବ।

୫୪୩ ବ୍ରାଣ୍ଡର ଔଷଧ ହେବ ଶସ୍ତା

ଏହି ନିଷ୍ପତ୍ତି ଯୋଗୁଁ ୨୦ରୁ ଅଧିକ ପ୍ରକାରର କ୍ୟାନ୍ସର ଚିକିତ୍ସାରେ ବ୍ୟବହୃତ ୫୪୩ଟି ବ୍ରାଣ୍ଡର ଔଷଧ ଉପରେ ପ୍ରଭାବ ପଡ଼ିବ। ଏଥିରେ ସ୍ତନ କର୍କଟ, ଫୁସଫୁସ କର୍କଟ, ରକ୍ତ କର୍କଟ ଏବଂ କୋଲୋରେକ୍ଟାଲ୍ କ୍ୟାନ୍ସର ଭଳି ଗୁରୁତର ରୋଗର ଔଷଧ ସାମିଲ ରହିଛି। ତେବେ ସମସ୍ତ କ୍ୟାନ୍ସର ଔଷଧର ଦାମ ହ୍ରାସ ପାଇବ ନାହିଁ। କେତେକ ପେଟେଣ୍ଟେଡ୍ ବିଦେଶୀ ଇମ୍ୟୁନୋଥେରାପି ଔଷଧର ମୂଲ୍ୟ ଏହି ନିଷ୍ପତ୍ତି ଦ୍ୱାରା ଅପରିବର୍ତ୍ତିତ ରହିଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଧ୍ୟମ ପରିମାଣର ମଦ୍ୟପାନ କର୍କଟ ରୋଗର ଆଶଙ୍କା ବଢ଼ାଇପାରେ? ଜାଣନ୍ତୁ କଣ କହୁଛି WHO...

ହସ୍ପିଟାଲ୍ ଓ ମେଡିସିନ୍ ଦୋକାନ ପାଇଁ ନୂଆ ନିୟମ

ନୂଆ ଦର ଲାଗୁ ହେବା ପରେ ସମସ୍ତ ହସ୍ପିଟାଲ୍ ଏବଂ ଫାର୍ମାସିକୁ ଔଷଧର ସଂଶୋଧିତ ମୂଲ୍ୟ ତାଲିକା ପ୍ରଦର୍ଶନ କରିବାକୁ ପଡ଼ିବ। ଏହାଦ୍ୱାରା ରୋଗୀ ଏବଂ ସେମାନଙ୍କ ପରିବାର ଔଷଧର ପ୍ରକୃତ ଦାମ ଜାଣିପାରିବେ। ଏଥିସହ ସାଧାରଣ ଲୋକେ NPPAର 'ଫାର୍ମା ସହି ଦାମ' ମୋବାଇଲ୍ ଆପ୍ ଜରିଆରେ ମଧ୍ୟ ଔଷଧର ଦାମ ଯାଞ୍ଚ କରିପାରିବେ। କ୍ୟାନ୍ସର ଭଳି ଗୁରୁତର ରୋଗର ଚିକିତ୍ସା ଦୀର୍ଘକାଳୀନ ଏବଂ ବ୍ୟୟବହୁଳ ହୋଇଥିବାରୁ ଔଷଧ ଦରରେ ଏହି ହ୍ରାସ ରୋଗୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିପାରେ।