Videos
|
National

ମାରାତ୍ମକ ରୋଗ କ୍ୟାନସର୍ ପାଇଁ ଆସିଲା ଭ୍ୟାକସିନ୍

Rashmita Mishra
Browse all articles by Rashmita Mishra
·1 year ago·2 min read
ମାରାତ୍ମକ ରୋଗ କ୍ୟାନସର୍ ପାଇଁ ଆସିଲା ଭ୍ୟାକସିନ୍

Key Points

ମାରାତ୍ମକ ରୋଗ କ୍ୟାନସର୍ ପାଇଁ ଭ୍ୟାକସିନ୍ ଆଣିଲା ରୁଷ୍... ହ୍ୟୁମାନ୍ ଟ୍ରାଏଲ୍ ସଫଳ ହୋଇଥିବା ନେଇ ରୁଷ୍ ବୈଜ୍ଞାନିକଙ୍କ ଦାବି । m-RNA ଟିକା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହ କ୍ୟାନସର କୋଷକୁ କରିଦେବ ନଷ୍ଟ

ଆସିଲା କ୍ୟାନ୍ସର ଟିକା । ଋଷିଆର କର୍କଟ ଟିକା ପ୍ରିକ୍ଲିନିକାଲ୍ ପରୀକ୍ଷଣରେ ଉତ୍ତୀର୍ଣ୍ଣ ହୋଇଛି ଏବଂ ଅନୁମୋଦନ ଅପେକ୍ଷାରେ ଅଛି । ଏହି ଟିକା କୋଲୋରେକ୍ଟଲ୍, ଗ୍ଲିଓବ୍ଲାଷ୍ଟୋମା ଏବଂ ମେଲାନୋମା କର୍କଟ ଉପରେ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି ।

୩ ବର୍ଷ ଧରି କରାଯାଇଥିବା ପରୀକ୍ଷଣଗୁଡ଼ିକ ଏହାର ସୁରକ୍ଷା ଏବଂ ପ୍ରଭାବକୁ ନିଶ୍ଚିତ କରିଛି । ଏହି ସୂଚନା ରୁଷିଆର ଫେଡେରାଲ୍ ମେଡିକାଲ୍ ଏବଂ ବାୟୋଲୋଜିକାଲ୍ ଏଜେନ୍ସିର ମୁଖ୍ୟ ଭେରୋନିକା ସ୍କୋଭର୍ଟସୋଭା ଦେଇଛନ୍ତି । ସେ କହିଛନ୍ତି ଯେ, ଏହି ଟିକା ଉପରେ ଗବେଷଣା ବହୁ ବର୍ଷ ଧରି କରାଯାଇଥିଲା ଏବଂ ଏହାର ପ୍ରିକ୍ଲିନିକାଲ୍ ପରୀକ୍ଷଣ ୩ ବର୍ଷ ଧରି କରାଯାଇଥିଲା ।

ଭେରୋନିକା କହିଛନ୍ତି ଯେ ଟିକା ବ୍ୟବହାର ପାଇଁ ପ୍ରସ୍ତୁତ ଆମେ ସରକାରୀ ଅନୁମୋଦନ ପାଇଁ ଅପେକ୍ଷା କରିଛୁ । ବାରମ୍ବାର ବ୍ୟବହାର ପରେ ମଧ୍ୟ ଟିକାର ପ୍ରଭାବ ବହୁତ ଭଲ ଥିଲା । ଗବେଷକମାନେ ଟ୍ୟୁମର ଆକାରରେ ୬୦% ରୁ ୮୦% ହ୍ରାସ ଦେଖିଛନ୍ତି। ଟିକାର ପ୍ରାରମ୍ଭିକ ଲକ୍ଷ୍ୟ କୋଲୋରେକ୍ଟଲ୍ କର୍କଟ ହେବ। ଏହାଛଡା ଗ୍ଲିଓବ୍ଲାଷ୍ଟୋମା ଏବଂ ବିଭିନ୍ନ ପ୍ରକାରର ମେଲାନୋମା ପାଇଁ ଟିକା ବିକାଶ କରିବାରେ ମଧ୍ୟ ଭଲ ପ୍ରଗତି ହୋଇଛି।

ଋଷିଆ ଦ୍ୱାରା ବିକଶିତ ଟିକା ହେଉଛି ଏକ ଏମଆରଏନଏ ଟିକା। ପ୍ରତ୍ୟେକ ରୋଗୀଙ୍କ ଆରଏନଏ ଅନୁସାରେ ଏହାକୁ ଷ୍ଟିମ୍ୟୁଲେଟ କରାଯିବ। ଯଦି ଟିକା ଅନୁମୋଦିତ ହୁଏ, ତେବେ କେମୋଥେରାପିର ଆଉ ଆବଶ୍ୟକ ହେବ ନାହିଁ। ବ୍ରିଟିଶ ସରକାର ଜର୍ମାନୀର ବାୟୋନଟେକ୍ ସହିତ ମିଳିତ ଭାବରେ ଏକ କର୍କଟ ଟିକା ବିକଶିତ କରୁଛନ୍ତି। ଆମେରିକୀୟ ଔଷଧ କମ୍ପାନି ମୋଡେ‌ର୍ଣ୍ଣା ଏବଂ ମେର୍କ ମଧ୍ୟ ଚର୍ମ କର୍କଟ ରୋଗ ପ୍ରତିରୋଧ ପାଇଁ ଟୀକା ବିକଶିତ କରୁଛନ୍ତି।

ଭାରତରେ ୨୦୨୪ ମସିହାରେ କର୍କଟ ରୋଗ ଯୋଗୁ ୮.୭୪ ଲକ୍ଷଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୪.୬୦ ଲକ୍ଷ ପୁରୁଷ କର୍କଟ ରୋଗରେ ପ୍ରାଣ ହରାଇଛନ୍ତି । ୪.୧୪ ଲକ୍ଷ ମହିଳା ପ୍ରାଣ ହରାଇଥିଲେ। ଅର୍ଥାତ୍ ପୁରୁଷମାନଙ୍କ ମଧ୍ୟରେ କର୍କଟ ରୋଗ ମୃତ୍ୟୁ ମହିଳାଙ୍କ ତୁଳନାରେ ଅଧିକ ଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: