Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Supreme Court / 'ରାଜ୍ୟପାଳ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବିଲ୍‌ ଚାପି ରଖିବା ଉଚିତ୍ ନୁହେଁ'

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
'ରାଜ୍ୟପାଳ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବିଲ୍‌ ଚାପି ରଖିବା ଉଚିତ୍ ନୁହେଁ'

Key Points

ଅଦାଲତ କହିଛନ୍ତି, ଏଭଳି ବିଳମ୍ବ କେବଳ ଲୋକତାନ୍ତ୍ରିକ ପ୍ରକ୍ରିୟାକୁ ପ୍ରଭାବିତ କରେ ତାହା ନୁହେଁ, ବରଂ ଏହା ସାମ୍ବିଧାନିକ ଦାୟିତ୍ୱର ବିପରିତ ଦିଗରେ ଗତି କରେ ।

'ବିଧାନସଭାରେ ପାରିତ ହୋଇସାରିଥିବା ବିଲ୍‌କୁ ରାଜ୍ୟପାଳ ଦୀର୍ଘ ଦିନ ପର୍ଯ୍ୟନ୍ତ ଅଟକାଇ ରଖିବା ଉଚିତ୍ ନୁହେଁ । କିନ୍ତୁ ସୁପ୍ରିମ୍‌କୋର୍ଟଙ୍କ ସେତିକି କ୍ଷମତା ନାହିଁ, ସେ ରାଜ୍ୟପାଳଙ୍କୁ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ବିଲ୍‌କୁ ମଞ୍ଜୁରି ଦେବା ପାଇଁ ନିର୍ଦ୍ଦେଶ ଦେଇପାରିବେ' ।

ଗୁରୁବାର ଏମିତି କିଛି କହିଛନ୍ତି ସୁପ୍ରିମ୍‌କୋର୍ଟ । ବିଧାନସଭାରେ ବିଲ୍‌ ପାରିତ ହେବା ପରେ, ରାଜ୍ୟପାଳଙ୍କ ପାଖରେ ଦୀର୍ଘ ସମୟ ଯାଏଁ ମଞ୍ଜୁରି ନପାଇ ପଡ଼ି ରହୁଛି । ଯାହାକି ସାମ୍ବିଧାନିକ ବ୍ୟବସ୍ଥାକୁ ଦୁର୍ବଳ କରିଥାଏ । ଏକ 'ପ୍ରେସିଡେନ୍‌ସିଆଲ ରେଫରେନ୍ସ' ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ଏଭଳି କହିଛନ୍ତି । ଅଦାଲତ କହିଛନ୍ତି, ଏଭଳି ବିଳମ୍ବ କେବଳ ଲୋକତାନ୍ତ୍ରିକ ପ୍ରକ୍ରିୟାକୁ ପ୍ରଭାବିତ କରେ ତାହା ନୁହେଁ, ବରଂ ଏହା ସାମ୍ବିଧାନିକ ଦାୟିତ୍ୱର ବିପରିତ ଦିଗରେ ଗତି କରେ ।

'ପ୍ରେସିଡେନ୍‌ସିଆଲ ରେଫରେନ୍ସ'ର ଏହି ମାମଲାରେ ଆବେଦନ କରାଯାଇଥିଲା ଯେ ବିଭିନ୍ନ ରାଜ୍ୟର ରାଜ୍ୟପାଳମାନେ ଯେଭଳି ବିଧାନସଭାରେ ପାରିତ ବିଲ୍‌ଗୁଡ଼ିକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଝୁଲେଇ ରଖୁଛନ୍ତି, ସେମିତି ନରଖନ୍ତୁ । ଯାହାର ଶୁଣାଣିରେ ସୁପ୍ରିମକୋର୍ଟ କହିଥିଲେ, 'ରାଜ୍ୟପାଳ ଏମିତି କରିବା ଉଚିତ୍‌ ନୁହେଁ । କିନ୍ତୁ ରାଜ୍ୟପାଳଙ୍କୁ ଆମେ କୌଣସି ସମୟ ସୀମା ମଧ୍ୟରେ ବାନ୍ଧି ପାରିବୁ ନାହିଁ । କାରଣ ଏହା ଆମ କ୍ଷମତା ବାହାରେ । ଯଦି ଏମିତି କିଛି ନିର୍ଦ୍ଦେଶ ସୁପ୍ରିମକୋର୍ଟ ଦିଅନ୍ତି ତେବେ ଏହା ସଂଘୀୟ ବ୍ୟବସ୍ଥାର ଉଲଂଘନ ହେବ । ଏମିତି ନିଷ୍ପତ୍ତି ନେଲେ କ୍ଷମତା ପୃଥକୀକରଣ ନୀତିର ବି ଉଲ୍ଲଂଘନ ହେବ' ।

ସୁପ୍ରିମକୋର୍ଟ ଆହୁରି କହିଛନ୍ତି, 'ରାଜ୍ୟରେ ରାଜ୍ୟପାଳଙ୍କର କୌଣସି ଆନୁଷ୍ଠାନିକ ଭୂମିକା ନାହିଁ। କିନ୍ତୁ ସେ ସବୁଥିରେ ହସ୍ତକ୍ଷେପ କରିପାରିବେ । ଧାରା ୧୪୨ ବ୍ୟବହାର କରି ସୁପ୍ରିମକୋର୍ଟ କୌଣସି ବିଲ୍‌କୁ ଅନୁମୋଦନ ଦେଇପାରିବେ ନାହିଁ। ଏହା କେବଳ ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ ଅଧିକାର' ।

'ବିଧାନସଭା ଦ୍ୱାରା ଗୃହୀତ ବିଲ୍‌କୁ ଯଦି ରାଜ୍ୟପାଳ ନିଜ ପାଖରେ ଚାପି ରଖୁଛନ୍ତି, ତେବେ ଏହା ସଂଘୀୟତା ବିରୁଦ୍ଧ ହେବ । ତେଣୁ ସେ ବିଲ୍‌କୁ ପୁନଃବିଚାର ପାଇଁ ଫେରାଇ ଦେବା ଉଚିତ୍। ସାଧାରଣତଃ, ରାଜ୍ୟପାଳ କ୍ୟାବିନେଟର ପରାମର୍ଶ ଅନୁଯାୟୀ କାର୍ଯ୍ୟ କରିବାକୁ ବାଧ୍ୟ । ତଥାପି, ସମ୍ବେଦନଶୀଳ ମାମଲାରେ ସେ ନିଜର ନିଷ୍ପତ୍ତି ମଧ୍ୟ ନେଇପାରିବେ। କାରଣ ରାଜ୍ୟରେ ରାଷ୍ଟ୍ରପତିଙ୍କ ରୋଲ ପ୍ଲେ କରନ୍ତି ରାଜ୍ୟପାଳ । ତାଙ୍କର ବିଶେଷ ପ୍ରଭାବ ମଧ୍ୟ ରହିଛି' ।

'ରାଜ୍ୟପାଳଙ୍କର ବିଲ୍ ଅଟକାଇବା କିମ୍ବା ପ୍ରୋସେସ କରିବାର କୌଣସି କ୍ଷମତା ନାହିଁ। ସେ କେବେଳ ମଞ୍ଜୁରି ଦେଇପାରିବେ, ନଚେତ ପୁଣି ବିଧାନସଭାକୁ ଫେରାଇ ପାରିବେ । କିମ୍ବା ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ପାରିବେ। ଯେତେବେଳେ ରାଜ୍ୟପାଳ ନିଜର କାମ ନକରିବାକୁ ନିଷ୍ପତ୍ତି ନିଅନ୍ତି, ସେତେବେଳେ ସାମ୍ବିଧାନିକ ଅଦାଲତ ନ୍ୟାୟିକ ସମୀକ୍ଷା କରିପାରିବେ। ଏହି ସମୟରେ କୋର୍ଟ କୌଣସି ଦିଗକୁ ନଦେଖି, ରାଜ୍ୟପାଳଙ୍କୁ କାମ କରିବା ପାଇଁ ସୀମିତ ନିର୍ଦ୍ଦେଶ ଜାରି କରିପାରିବେ ବୋଲି ନିଜେ କହିଛନ୍ତି ସୁପ୍ରିମକୋର୍ଟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Supreme Court | 'Cannot sit on bills indefinitely': SC's big guideline for Governors | Argus News