Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କାର-ବସ୍‌ ମୁହାଁମୁହିଁ ଧକ୍କା: ୫ ମୃତ

Ritu Das
Browse all articles by Ritu Das
·1 year ago·1 min read
କାର-ବସ୍‌ ମୁହାଁମୁହିଁ ଧକ୍କା: ୫ ମୃତ

Key Points

ମଙ୍ଗଳବାର ସକାଳେ ନଦିଆର କରିମପୁର ଥାନା କାଥାଲିଆ ଅଞ୍ଚଳରେ ଭୟଙ୍କର ଦୁର୍ଘଟଣା ଘଟିଛି।

ମଙ୍ଗଳବାର ସକାଳେ ନଦିଆର କରିମପୁର ଥାନା କାଥାଲିଆ ଅଞ୍ଚଳରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏହି ଭୟଙ୍କର ଦୁର୍ଘଟଣା କିପରି ଘଟିଲା? ସ୍ଥାନୀୟ ସୂତ୍ର ଅନୁଯାୟୀ, କୋଲକାତା-କରିମପୁର ରାଜ୍ୟ ରାଜପଥରେ ଏକ ଘରୋଇ ବସ୍ କରିମପୁର ଫେରୁଥିବା ସମୟରେ କାଥଲିଆ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ମାରୁତି ଭ୍ୟାନ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବହୁ ଲୋକ ଆହତ ହୋଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, କାର୍‌ର ଯାତ୍ରୀମାନେ ମୁର୍ଶିଦାବାଦ ଦିଗରୁ କୃଷ୍ଣନଗର ଅଭିମୁଖେ ଯାଉଥିଲେ।


ବେସରକାରୀ ବସ୍‌ଟି କୃଷ୍ଣନଗରରୁ କରିମପୁରକୁ ବିପରୀତ ଦିଗରେ ଯାଉଥିଲା। ଏହାାପରେ କାର ଓ ବସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ତେବେ ମୃତକଙ୍କ ନାମ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଦୁର୍ଘଟଣା ପରେ କରିମପୁର ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୂର୍ବରୁ ଇଦ୍ ସମୟରେ ତେହଟା ନିକଟରେ ଏହି ରାଜ୍ୟ ରାଜପଥରେ ଛଅ ଜଣ ପ୍ରାଣ ହରାଇଥିଲେ। ଗୋଟିଏ ପରେ ଗୋଟିଏ ଏପରି ଦୁର୍ଘଟଣାକୁ ନେଇ ପ୍ରଶାସନ ଚିନ୍ତିତ। ତେବେ ଦୁର୍ଘଟଣା ଘଟାଇଥିବା ବସ୍‌କୁ ଜବତ କରିଛି ପୋଲିସ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
car-bus-head-on-collision-5-dead | Argus News