Hit And Run Case / ବାଇକ ଚାଳକଙ୍କୁ ଧକ୍କା ଦେଇ ଅଧା କିଲୋମିଟର ଘୋଷାଡ଼ି ନେଲେ କାର ଚାଳକ
·6 months ago·2 min read

Key Points
ବେଙ୍ଗାଲୁରୁ ରାସ୍ତାରେ ଡିସେମ୍ବର ୨୪ ତାରିଖରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଯାହାର ଭିଡିଓ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ। ଏଭଳି ଦୁର୍ଘଟଣାର ଛାତିଥରା ଦୃଶ୍ୟ ଆପଣ କେବେ ଦେଖି ନ ଥିବେ।
ବେଙ୍ଗାଲୁରୁ ରାସ୍ତାରେ ଡିସେମ୍ବର ୨୪ ତାରିଖରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଯାହାର ଭିଡିଓ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ। ଏଭଳି ଦୁର୍ଘଟଣାର ଛାତିଥରା ଦୃଶ୍ୟ ଆପଣ କେବେ ଦେଖି ନ ଥିବେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏକ କ୍ରେଟା କାର ରୟାଲ ଏନଫିଲ୍ଡ ମୋଟରସାଇକେଲକୁ ଧକ୍କା ଦେଇ ଅଧ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଲୋକମାନେ ଉକ୍ତ ମଦ୍ୟପ କାର ଚାଳକଙ୍କୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ।
ଏହାସହ ପଢ଼ନ୍ତୁ: ରୋଗ ଦେଖାଇବାକୁ ହସ୍ପିଟାଲ ଆସିଥିଲେ: ଡାକ୍ତର କିନ୍ତୁ କିଛି ନ ଶୁଣି ରୋଗୀଙ୍କୁ ପିଟିବାକୁ ଲାଗିଲେ
ଦୁର୍ଘଟଣା ଘଟାଇଥିବା କାର ଚାଳକଙ୍କୁ ନିସ୍ତୁକମାଡ଼
ବେଙ୍ଗାଲୁରୁ ପୋଲିସର ସୂଚନା ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୭:୧୫ ସମୟରେ ସୁମନହଲ୍ଲି ଫ୍ଲାଏଓଭରରୁ ନାଗରଭାବି ସର୍କଲ ଅଭିମୁଖେ ରୟାଲ ଏନଫିଲ୍ଡ ମୋଟରସାଇକେଲରେ ଯାତ୍ରା କରୁଥିବା ରୋହିତ ଏସ୍.ଙ୍କୁ ପଛରୁ ଏକ କ୍ରେଟା କାର ଚାଳକ ଧକ୍କା ଦେଇ ୫୦୦ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ। ଏହି ସମୟରେ କାର ତଳୁ ନିଆଁ ବି ବାହାରିଥିଲା। ଉକ୍ତ କାର ଚାଳକ ବାଇକ ସହିତ ଅନ୍ୟ ଗାଡ଼ିକୁ ମଧ୍ୟ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣାରେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ସହିତ ବାଇକ୍ ଆରୋହୀ ରୋହିତ ଏସଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଛାତି, ଗୋଡ ଏବଂ ହାତରେ ଗଭୀର ଭାବେ ଆଘାତ ଲାଗିଛି।

ଦୁର୍ଘଟଣାକୁ ନେଇ ପୋଲିସ ସୂତ୍ରରୁ ପ୍ରକାଶ, ଧକ୍କା ଦେବା କାରଟି ଅଟକିବା ପରେ ଚାଳକଙ୍କୁ ଲୋକେ କାବୁ କରି ପୁଲିସକୁ ହସ୍ତାନ୍ତର କରିଥିଲେ। ଘଟଣା ଘଟାଇଥିବା ଚାଳକଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ୨୦୨୩ର ଧାରା ୨୮୧ ଏବଂ ୧୨୫(ଏ), ମୋଟର ଯାନ ଆଇନର ଧାରା ୧୮୫, ଅପରାଧ ନମ୍ବର ୪୧୦/୨୦୨୫ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।
नशे में धुत कार ड्राइवर ने बुलेट को मारी टक्कर, 500 मीटर तक घसीटा
— NDTV India (@ndtvindia) December 26, 2025
बेंगलुरु के रिंग रोड पर नशे में कार चलाने से एक्सीडेंट हो गया, जिसमें एक बाइक सवार घायल हो गया. पुलिस के मुताबिक, रॉयल एनफील्ड बाइक सवार रोहित एस को पीछे से कार ने टक्कर मार दी. आरोपी श्रीनिवास के.वी. कथित तौर पर… pic.twitter.com/VR5t4vVety
ଏହାସହ ପଢ଼ନ୍ତୁ: ରୋଗ ଦେଖାଇବାକୁ ହସ୍ପିଟାଲ ଆସିଥିଲେ: ଡାକ୍ତର କିନ୍ତୁ କିଛି ନ ଶୁଣି ରୋଗୀଙ୍କୁ ପିଟିବାକୁ ଲାଗିଲେ
ଦୁର୍ଘଟଣା ଘଟାଇଥିବା କାର ଚାଳକଙ୍କୁ ନିସ୍ତୁକମାଡ଼
ବେଙ୍ଗାଲୁରୁ ପୋଲିସର ସୂଚନା ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୭:୧୫ ସମୟରେ ସୁମନହଲ୍ଲି ଫ୍ଲାଏଓଭରରୁ ନାଗରଭାବି ସର୍କଲ ଅଭିମୁଖେ ରୟାଲ ଏନଫିଲ୍ଡ ମୋଟରସାଇକେଲରେ ଯାତ୍ରା କରୁଥିବା ରୋହିତ ଏସ୍.ଙ୍କୁ ପଛରୁ ଏକ କ୍ରେଟା କାର ଚାଳକ ଧକ୍କା ଦେଇ ୫୦୦ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ। ଏହି ସମୟରେ କାର ତଳୁ ନିଆଁ ବି ବାହାରିଥିଲା। ଉକ୍ତ କାର ଚାଳକ ବାଇକ ସହିତ ଅନ୍ୟ ଗାଡ଼ିକୁ ମଧ୍ୟ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣାରେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ସହିତ ବାଇକ୍ ଆରୋହୀ ରୋହିତ ଏସଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଛାତି, ଗୋଡ ଏବଂ ହାତରେ ଗଭୀର ଭାବେ ଆଘାତ ଲାଗିଛି।
ଏହାସହ ପଢ଼ନ୍ତୁ: ରୋଗ ଦେଖାଇବାକୁ ହସ୍ପିଟାଲ ଆସିଥିଲେ: ଡାକ୍ତର କିନ୍ତୁ କିଛି ନ ଶୁଣି ରୋଗୀଙ୍କୁ ପିଟିବାକୁ ଲାଗିଲେ
ଦୁର୍ଘଟଣାକୁ ନେଇ ପୋଲିସ ସୂତ୍ରରୁ ପ୍ରକାଶ, ଧକ୍କା ଦେବା କାରଟି ଅଟକିବା ପରେ ଚାଳକଙ୍କୁ ଲୋକେ କାବୁ କରି ପୁଲିସକୁ ହସ୍ତାନ୍ତର କରିଥିଲେ। ଘଟଣା ଘଟାଇଥିବା ଚାଳକଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ୨୦୨୩ର ଧାରା ୨୮୧ ଏବଂ ୧୨୫(ଏ), ମୋଟର ଯାନ ଆଇନର ଧାରା ୧୮୫, ଅପରାଧ ନମ୍ବର ୪୧୦/୨୦୨୫ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories