ଡ୍ରାଇଭର ଶୋଇପଡ଼ିବାରୁ ଟ୍ରକ ସହ ପିଟିହେଲା କାର: ୬ ମୃତ

ଅର୍ଗସ ବ୍ୟୁରୋ: ଛୁଟି କଟାଇ ଘରକୁ ଫେରୁଥିବା ବେଳେ ଚାଲିଗଲା ୬ଜଣଙ୍କ ଜୀବନ। ଚାଳକ ଶୋଇପଡ଼ିବାରୁ ଟ୍ରକ ସହ ଧକ୍କା ଖାଇଲା କାର୍। ରବିବାର ଭୋର ସମୟରେ ତାମିଲନାଡୁରେ ଏହି ଘଟଣା ଘଟିଥିବା ସାମ୍ନାକୁ ଆସିଛି। ମୃତକମାନେ ହେଲେ କାର୍ତ୍ତିକ, ଭେଲ ମନୋଜ, ସୁବ୍ରମଣି, ମନୋହରନ୍ ଏବଂ ପୋଠିରାଜ। ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନା ନିଆଯିବା ବାଟରେ ଗାଡ଼ି ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା।
ସୂଚନା ମୁତାବକ, କୁଟ୍ରଲମରୁ ଛୁଟି କଟାଇ ଘରକୁ ଫେରୁଥିଲେ କାର୍ତ୍ତିକ, ଭେଲ ମନୋଜ, ସୁବ୍ରମଣି, ମନୋହରନ୍ ଏବଂ ପୋଠିରାଜ। ଏହି ସମୟରେ କାର୍ ଚାଳକଙ୍କୁ ନିଦ ଲାଗିବାରୁ ସେ ନିୟନ୍ତ୍ରଣ ହରାଇଥିଲେ। ଏହା ଫଳରେ କାରଟି ଯାଇ ସିମେଣ୍ଟ ବୋଝେଇ ଟ୍ରକରେ ଧକ୍କା ଖାଇଥିଲା। ଏହା ସହ କାର୍ ଡ୍ରାଇଭର ଜୀବିତ ଥିବା ଦେଖି ତାଙ୍କୁ ଡାକ୍ତରଖାନା ନିଆଯାଉଥିବା ବେଳେ ବାଟରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।
ଅଧିକ ପଢ଼ନ୍ତୁ ଭାରତ ଖବର