ଟ୍ରେଲରକୁ ଧକ୍କା ଦେଲା କାର: ୧୦ ମୃତ
·2 years ago·1 min read

ଅର୍ଗସ ବ୍ୟୁରୋ: ଅହମ୍ମଦାବାଦର ବଡ଼ୋଦରା ଏକ୍ସପ୍ରେସ୍ୱେରେ କାର୍ ଟ୍ରେଲରକୁ ଧକ୍କା ଦେବା ଫଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଗୁରୁତର ଥିବା ଜଣା ପଡିଛି। ଏନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।
ତେବେ ଦୁର୍ଘଟଣା ଖବରପାଇ ଘଟଣାସ୍ଥଳରେ ତୁରନ୍ତ ଦୁଇଟି ଆମ୍ବୁଲାନ୍ସ ପହଞ୍ଚିଥିଲା । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ସେଠାରେ ୧୦ ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର ଓ ଅନ୍ୟ ଜଣେ ଗୁରୁତର ଥିବା କହିଥିଲେ । ତେବେ ମୃତ ୧୦ ଜଣଙ୍କ ମଧ୍ୟରୁ ୮ ଜଣ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଅନ୍ୟ ଦୁଇ ଜଣ ମେଡିକାଲ ଯିବା ରାସ୍ତାରେ ଜୀବନ ହାରିଥିଲେ।
ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ପ୍ରବଳ ଭିଡ଼ ଜମା ହୋଇଥିଲା । ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଥିଲା । ଅନ୍ୟପଟେ ଶବଗୁଡ଼ିକୁ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଭାରତ ଖବର