ମହୀଶୁର-ଦରଭଙ୍ଗା ଏକ୍ସପ୍ରେସ୍ ସହ ମାଲବାହୀ ଟ୍ରେନ୍ ଧକ୍କା,୧୯ ଯାତ୍ରୀ ଆହତ
·1 year ago

ଅର୍ଗସ ବ୍ୟୁରୋ:ତାମିଲନାଡ଼ୁର ଥିରୁଭାଲୁର ଜିଲ୍ଲାର କବରପେଟ୍ଟାଇ ଷ୍ଟେସନ ନିକଟରେ ଟ୍ରେନ୍ ଦୁର୍ଘଟଣା ଘଟିଛି।ମହୀଶୁର-ଦରଭଙ୍ଗା ଏକ୍ସପ୍ରେସ୍ ସହ ମାଲବାହୀ ଟ୍ରେନ୍ ଧକ୍କା ହୋଇଥିଲା। ଘଟଣାରେ କିଛି ଯାତ୍ରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଏକ୍ସପ୍ରେସ ଟ୍ରେନର ୧୨ଟି ବଗି ଲାଇନଚ୍ୟୁତ ହୋଇଛି। ଦୁର୍ଘଟଣା ଏତେ ଭୟଙ୍କର ହୋଇଛି ଯେ ଦୁଇଟି ଯାତ୍ରିବାହୀ ବଗି ସଂପୂର୍ଣ୍ଣ ଜଳି ଯାଇଛି। ଏକ୍ସପ୍ରେସ ଟ୍ରେନର ପାର୍ସଲ ଭ୍ୟାନ ମଧ୍ୟ ଜଳି ଯାଇଛି,୧୯ ଯାତ୍ରୀ ଆହତ ହୋଇଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଟ୍ରେନରୁ ବାହାର କରାଯାଇଛି। ଆହତଙ୍କ ଚିକିତ୍ସା ଲାଗି ତୁରନ୍ତ ବ୍ୟବସ୍ଥା ହୋଇଛି। ମେଡିକାଲ ଭ୍ୟାନ ଓ ଉଦ୍ଧାରକାରୀ ଟିମକୁ ଘଟଣା ସ୍ଥଳକୁ ପଠାଯାଇଛି। ସେପଟେ ଯାତ୍ରୀ ଓ ସେମାନଙ୍କ ପରିବାର ଲୋକଙ୍କ ଲାଗି ହେଲପ ଲାଇନ ୦୪୪୨୫୩୫୪୧, ଏବଂ ୦୪୪୨୪୩୫୪୯୯୫ ଜାରି କରାଯାଇଛି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: