Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଇଲେକ୍ଟ୍ରିକ୍ କାର ବ୍ୟାଟେରୀର ମୂଲ୍ୟ ଶୁଣିଲେ ଉଡିବ ହୋସ୍‌

Manini Pattanayak
Browse all articles by Manini Pattanayak
·2 years ago·2 min read
ଇଲେକ୍ଟ୍ରିକ୍ କାର ବ୍ୟାଟେରୀର ମୂଲ୍ୟ ଶୁଣିଲେ ଉଡିବ ହୋସ୍‌

ନୂଆଦିଲ୍ଲୀ:  ଏହି ଦିନମାନଙ୍କରେ  ଦେଶରେ ଇଲେକ୍ଟ୍ରିକ  ଯାନବାହାନ ର ଖୁବ୍‌ ଡିମାଣ୍ଡ। ରାସ୍ତାରେ  ପେଟ୍ରୋଲ ଏବଂ ଡିଜେଲ  ସହ ଇଲେକ୍ଟ୍ରିକ ଗାଡିର ସଂଖ୍ୟା ବଢୁଛି।  ବାୟୁମଣ୍ଡଳ  ପ୍ରଦୂଷଣ ରୋକିଥାଏ ଇଲେକ୍ଟ୍ରିକ କାର।  ତେଣୁ କିଛି ଲୋକ  ପର୍ଯ୍ୟାବରଣ କୁ ଦୃଷ୍ଟିରେ ରଖି  ଏହି ଗାଡି କିଣିଥାନ୍ତି। ଇଲେକ୍ଟ୍ରିକ କାର୍‌ କିଣି  ଆପଣ  ପ୍ରତି ବର୍ଷ  ହଜାର ହଜାର ଟଙ୍କା ସେଭିଙ୍ଗ କରିପାରିବେ।  ଏଥିରେ ପେଟ୍ରୋଲ ର ଖର୍ଚ୍ଚ ପଡେନା। ଏବଂ ଚାର୍ଜ  କରିବାର ଖର୍ଚ୍ଚ ମଧ୍ୟ ବହୁତ କମ  ପଡିଥାଏ।  କିନ୍ତୁ କିଛି ଏପରି କଥା ଅଛି  ଯାହା ଇଲେକ୍ଟ୍ରିକ କାର କିଣୁଥିବା ବ୍ୟକ୍ତିଙ୍କ ମନରେ ଆସିଥାଏ।  ଇଲେକ୍ଟ୍ରିକ କାରେ ସବୁଠାରୁ ବଡ ଖର୍ଚ୍ଚ ତାର ବ୍ୟାଟେରି ଥାଏ। । ହଁ ଆଜ୍ଞା ଏହି ଗାଡିରେ  ସବୁଠାରୁ ମହଙ୍ଗା ପାର୍ଟ ଏହାର ବ୍ୟାଟେରି। ବ୍ୟାଟେରୀର ଉଚ୍ଚ ଦର ପାଇଁ କିଛି ଲୋକ ଏହି ଗାଡିକୁ କିଣିବାକୁ ନାରାଜ ମଧ୍ୟ ହୋଇଥାନ୍ତି।  
 

କାରର ବ୍ୟାଟେରୀ ଖରାପ ହେବାର କାରଣ

କାରର ବ୍ୟାଟେରୀ ଖରାପ ହେବାର ସାମାନ୍ୟ  ପ୍ରକ୍ରିୟା..  ସମୟ  ଅନୁସାରେ  ବ୍ୟାଟେରି ଏବଂ ଏନର୍ଜି କୁ ଷ୍ଟୋର କରିବାର କ୍ଷମତା  କମ ହେବାରେ ଲାଗିଥାଏ।  ଯେଉଁଥିପାଇଁ ବ୍ୟାଟେରିରେ ବ୍ୟାକଅଫ  କମ ହୋଇଯାଇଥାଏ।  ଗୋଟିଏ ସମୟ ଆସେ ଯେ  ଇଲେକ୍ଟ୍ରିକ କାରର ରେଞ୍ଜ ବହୁତ କମ ହୋଇଥାଏ।   
 

କେତେ ବର୍ଷ ଚାଲିଥାଏ ବ୍ୟାଟେରି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଇଲେକ୍ଟ୍ରିକ କାରର  ବ୍ୟାଟେରୀ  ଲମ୍ବା ସମୟ ଯାଏଁ ଚାଲିଥାଏ । କମ୍ପାନୀ  ପାାଖାପାଖି ୭-୮ ବର୍ଷ  ଓ୍ୱାରେଣ୍ଟି ଦେଇଥାଏ। 
 

ବ୍ୟାଟେରୀ ବଦଳାଇବାର ଖର୍ଚ୍ଚ କେତେ ?

 ଇଲେକ୍ଟ୍ରିକ  କାରର ବ୍ୟାଟେରୀର ମୂଲ୍ୟ କାରର ମୋଟ ମୂଲ୍ୟର 60-65% ହୋଇପାରେ । ଯଦି   ଇଲେକ୍ଟ୍ରିକ   କାରର  ୧୦ ଲକ୍ଷ ହୋଇଥାଏ ତେବେ  ଏହାର ବ୍ୟାଟେରୀର ମୂଲ୍ୟ  ପାଖାପାଖି ୬ ଲକ୍ଷ।   ସେହିପରି ଏହାର ନୂଆ ବ୍ୟାଟେରି ମୂଲ୍ୟ   ୭ ଲକ୍ଷ ଟଙ୍କା। ଇଲେକ୍ଟ୍ରିକ  କାର ରେ  ସବୁଠାରୁ ବଡ ଖର୍ଚ୍ଚ  ଏହାର ବ୍ୟାଟେରି ।   କାର୍‌ର ବ୍ୟାଟେରୀ ଖରାପ  ଖରାପ ହୋଇଗଲେ ତାଙ୍କୁ ଚେଞ୍ଜ କରିବାକୁ ଅଧିକ  ଟଙ୍କା  ପଡିଥାଏ। 
 

ଅଧିକ ପଢନ୍ତୁ ଭାରତ ଖବର 

Sponsored
cars what is the life of electric car battery and replacement cost know before buying | Argus News