Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କ ବଙ୍ଗଳାରେ ନିଆଁ, ମିଳିଲା ବିପୁଳ ଟଙ୍କା: ଏବେ ହେବ ବଦଳି

National

ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କ ବଙ୍ଗଳାରେ ନିଆଁ, ମିଳିଲା ବିପୁଳ ଟଙ୍କା: ଏବେ ହେବ ବଦଳି

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କ ବଙ୍ଗଳାରେ ନିଆଁ, ମିଳିଲା ବିପୁଳ ଟଙ୍କା: ଏବେ ହେବ ବଦଳି

ବିଚାରପତିଙ୍କ ବାସଭବନରୁ ମିଳିଲା ପୁଳା ପୁଳା ଟଙ୍କା । ନିଆଁ ଖୋଲି ଦେଲା ନଗଦ ପେଡ଼ି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଦିଲ୍ଲୀ ହାଇକୋର୍ଟରେ କାର୍ଯ୍ୟରତ ଜଷ୍ଟିସ୍ ୟଶବନ୍ତ ବର୍ମାଙ୍କ ଘରୁ ବିପୁଳ ପରିମାଣର ଟହ୍କା ମିଳିବା ପରେ ତାଙ୍କ ବଦଳି ଲାଗି ସୁପାରିସ୍ କରାଯାଇଛି । ସୁପ୍ରିମକୋର୍ଟ କଲେଜିୟମ୍ ତାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ପୁଣି ପଠାଇବା ଲାଗି ନିଷ୍ପତ୍ତି ନେଇଛନ୍ତି ।


ମିଳିଥିବା ସୂଚନାରେ, ନିକଟରେ ହୋଲି ଛୁଟିରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ୟଶୱନ୍ତ ବର୍ମା ଘରେ ନଥିଲେ । ସେହି ସମୟରେ ତାଙ୍କ ଦିଲ୍ଲୀ ସରକାରୀ ବଙ୍ଗଳାରେ ନିଆଁ ଲାଗି ଯାଇଥିଲା । ଖବର ପାଇ ନିଆଁ ଆୟତ୍ତ କରିବାକୁ ଆସିଥିଲା ଅଗ୍ନିଶମ ବାହିନୀ ଓ ପୋଲିସ ।


ଆଉ ନିଆଁକୁ ଆୟତ୍ତ କରିବା ବେଳେ ବିଚାରପତିଙ୍କ ବଙ୍ଗଳାରୁ ପୁଳା ପୁଳା ନଗଦ ଟଙ୍କା ମିଳିଥିଲା । ମିଳିଥିବା ସୂଚନା ଅନୁସାରେ, ବିପୁଳ ନଗଦ ଟଙ୍କା ମିଳିବା ଖବର ପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସଞ୍ଜୀବ ଖନ୍ନାଙ୍କ ସହ ୫ ଜଣିଆ କଲେଜିୟମ୍ ଜଷ୍ଟିସ୍ ବର୍ମାଙ୍କ ବଦଳି ପାଇଁ ସୁପାରିସ୍ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖନ୍ନା ତୁରନ୍ତ କଲେଜିୟମ୍ ବୈଠକ ଡାକିଥିଲେ । ଏବେ ଆଭ୍ୟନ୍ତରୀଣ ତଦନ୍ତ କରାଯାଇପାରେ । ତେବେ ତଦନ୍ତ ନେଇ କୌଣସି ନିଷ୍ପତ୍ତି ଏଯାଏଁ ନିଆଯାଇ ନାହିଁ । ଜଷ୍ଟିସ୍ ବର୍ମାଙ୍କୁ ୨୦୨୧ ଅକ୍ଟୋବରରେ ଆହ୍ଲାବାଦରୁ ଦିଲ୍ଲୀ ହାଇକୋର୍ଟ ବଦଳି କରାଯାଇଥିଲା । ଏବେ ଜଷ୍ଟିସ୍‌ ବର୍ମାଙ୍କୁ ଘର ବିପୁଳ ଟଙ୍କା ମିଳିବା ପରେ ମହାଭିଯୋଗ ପ୍ରସ୍ତାବ ବି ଆସିପାରେ ।

Sponsored
Cash Found At Delhi High Court Judges Bungalow | Argus News