Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସୁଶାନ୍ତ ସିଂହ ମୃତ୍ୟୁ, କ୍ଲୋଜର ରିପୋର୍ଟରେ CBI ଦେଲା ବଡ଼ ତଥ୍ୟ...!

National

ସୁଶାନ୍ତ ସିଂହ ମୃତ୍ୟୁ, କ୍ଲୋଜର ରିପୋର୍ଟରେ CBI ଦେଲା ବଡ଼ ତଥ୍ୟ...!

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ସୁଶାନ୍ତ ସିଂହ ମୃତ୍ୟୁ, କ୍ଲୋଜର ରିପୋର୍ଟରେ CBI ଦେଲା ବଡ଼ ତଥ୍ୟ...!

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ପକ୍ଷରୁ ୪ ବର୍ଷ ପରେ କ୍ଲୋଜର ରିପୋର୍ଟ ଦାଖଲ କରାଯାଇଛି । ମୁମ୍ବାଇ କୋର୍ଟରେ ସିବିଆଇ ପକ୍ଷରୁ କ୍ଲୋଜର ରିପୋର୍ଟ ଦାଖଲ ହୋଇଛି। ପରସ୍ପର ପ୍ରତି ସୁଶାନ୍ତଙ୍କ ବାପା ଏବଂ ରିୟା କରିଥିବା ମାମଲାର କ୍ଲୋଜର ରିପୋର୍ଟ ଦାଖଲ କରାଯାଇଛି। ମୁମ୍ବାଇ ‌କୋର୍ଟରେ ସିବିଆଇ ଏହି ରିପୋର୍ଟ ଦାଖଲ କରି ସ୍ପଷ୍ଟ କରିଛି ଯେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ପଛରେ କୌଣସି ପ୍ରକାର ଷଡ୍‌ଯନ୍ତ୍ର ଥିବା ନେଇ କିଛି ପ୍ରମାଣ ମିଳିନାହିଁ।

ସିବିଆଇ ପକ୍ଷରୁ ରିୟା ଚକ୍ରବର୍ତ୍ତି ଏବଂ ପରିବାରକୁ କ୍ଲିନ ଚିଟ୍‌‌ ଦିଆଯାଇଥିବା ବେଳେ ସୁଶାନ୍ତଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ସୂଚନା ଦିଆଯାଇଛି। ତେବେ ସୁଶାନ୍ତଙ୍କ ପରିବାର ପକ୍ଷରୁ କୋର୍ଟରେ ପ୍ରୋଟେଷ୍ଟ ପିଟିସନ୍‌‌ ଦାଖଲ କରାଯାଇପାରିବ ବୋଲି କୁହାଯାଇଛି। ୩୪ ବର୍ଷୀୟ ସୁଶାନ୍ତଙ୍କର ମୁମ୍ବାଇ ବାନ୍ଦ୍ରାସ୍ଥିତ ଘରେ ଝୁଲନ୍ତା ଅବସ୍ଥାରେ ୧୪ ଜୁନ ୨୦୨୦ରେ ସୁଶାନ୍ତଙ୍କ ମୃତଦେହ ମିଳିଥିଲା।

ସୁଶାନ୍ତଙ୍କ ମୃତ୍ୟୁ ନେଇ ତାଙ୍କ ବାପା କେକେ ସିଂହ ପାଟନାରେ ଏତଲା ରୁଜୁ କରିବାପରେ ସିବିଆଇ ଏହି ମାମଲାର ତଦନ୍ତଭାର ୨୦୨୦ ଅଗଷ୍ଟରେ ଗ୍ରହଣ କରିଥିଲା। ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଏବଂ ଅନ୍ୟ କେତେଜଣ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବା, ଆର୍ଥିକ ଜାଲିଆତି କରିଥିବା ଏବଂ ମାନସିକ ନିର୍ଯାତନା ଦେଇଥିବା ନେଇ ‌କେକେ ସିଂହ ଅଭିଯୋଗ କରିଥିଲେ।

ଏହାର ଜବାବରେ ରିଆ ମଧ୍ୟ ମୁମ୍ବାଇରେ ଅନ୍ୟ ଏକ ଅଭିଯୋଗ କରିଥିଲେ। ସୁଶାନ୍ତଙ୍କ ଭଉଣୀ ତାଙ୍କ ପାଇଁ ଏକ ନକଲି ମେଡିକାଲ ପ୍ରେସ୍‌କ୍ରିପସନ୍‌ ଆଣିଥିବା ସେ ଅଭିଯୋଗ କରିଥିଲେ। ତେବେ ଏହି ୨ଟି ଯାକ ମାମଲାରେ ସିବିଆଇ ତଦନ୍ତ କରିବାପରେ କ୍ଲୋଜର୍‌ ରିପୋର୍ଟ ଦାଖଲ କରିଛି। ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା ଯେ ତାଙ୍କର ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
CBI Files Closure Report In Sushant Singh Rajput Death Case: Sources | Argus News