Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଧୀରଜ ସାହୁଙ୍କ କଳା ସାମ୍ରାଜ୍ୟର ମୂଳ ଖୋଜିବାକୁ ଏଣ୍ଟ୍ରି ମାରିପାରେ ସିବିଆଇ

National

ଧୀରଜ ସାହୁଙ୍କ କଳା ସାମ୍ରାଜ୍ୟର ମୂଳ ଖୋଜିବାକୁ ଏଣ୍ଟ୍ରି ମାରିପାରେ ସିବିଆଇ

Banajyotshna Ray
Browse all articles by Banajyotshna Ray
·2 years ago
ଧୀରଜ ସାହୁଙ୍କ କଳା ସାମ୍ରାଜ୍ୟର ମୂଳ ଖୋଜିବାକୁ ଏଣ୍ଟ୍ରି ମାରିପାରେ ସିବିଆଇ

ଅର୍ଗସ ବ୍ୟୁରୋ:  କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ କଳା ସାମ୍ରାଜ୍ୟର ମୂଳ ଖୋଜିବାକୁ ଇଡି ସହ ଏଣ୍ଟ୍ରି ମାରିପାରେ ସିବିଆଇ। ଏନେଇ ହାଇକୋର୍ଟରେ ହେଲା ଆବେଦନ। ଓଡ଼ିଶା, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ହୋଇଥିବା ଆଇଟି ରେଡରୁ ପୁଳାପୁଳା ଟଙ୍କା ଜବତ ହେବା ପରେ ଏହା ପଛର କଳା ସାମ୍ରାଜ୍ୟର ପତ୍ତା ଲଗାଇବାରେ ଲାଗି ପଡିଛନ୍ତି ଆଇଟି ଅଧିକାରୀ।

ଦେଶୀ ମଦ ବ୍ୟବସାୟ ହିଁ ଏକମାତ୍ର କାରଣ ନା ଏହା ପଛରେ ରହିଛି ଆଉ କିଛି ଚୋରାଲୁଚା ବେପାର ଏହାର ତଦନ୍ତ ଭାର ଇଡି ଏବଂ ସିବିଆଇ ହାତରେ ଦେବାକୁ ହାଇକୋର୍ଟରେ ପିଆଇଏଲ ଦାଖଲ କରିଛନ୍ତି ଜାମସେଦପୁରର ଦାନିୟଲ ଦାନିଶ ନାମକ ଜଣେ ବ୍ୟକ୍ତି। ମାମଲା ହାଇକୋର୍ଟରେ ପହଞ୍ଚିବା ପରେ ମାମଲାରେ ଇଡି ଓ ସିବିଆଇ ଏଣ୍ଟ୍ରି ମାରିବାର ସମ୍ଭାବନା ବଢିଯାଇଥିବା ଚର୍ଚ୍ଚା ହେଉଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
CBI may hit enter to find roots of Dheeraj Sahu black empire | Argus News