Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଟଙ୍କା ନେଇ ପ୍ରଶ୍ନ କରିବା ମାମଲାରେ ମହୂଆଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ  

Manini Pattanayak
Browse all articles by Manini Pattanayak
·2 years ago·1 min read
ଟଙ୍କା ନେଇ ପ୍ରଶ୍ନ କରିବା ମାମଲାରେ ମହୂଆଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ  

ନୂଆଦିଲ୍ଲୀ:  ଟଙ୍କା ନେଇ ପ୍ରଶ୍ନ କରିବା ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ମହୂଆ ମୋଇତ୍ରାଙ୍କ ପାଇଁ ବଢିଲା ଅଡୁଆ। ବିଜେପି ସାଂସଦ ନିଶିକାନ୍ତ ଦୁବେ ଏ ନେଇ ଟ୍ଵିଟ୍ କରିଛନ୍ତି, ଯେଉଁଥିରେ ତାଙ୍କ ଅଭିଯୋଗ ଆଧାରରେ ଲୋକପାଳ ମହୂଆଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିବା ଉଲ୍ଲେଖ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିଜେପି ସାଂସଦ ନିଶିକାନ୍ତ ଦୁବେ ମହୂଆ ମୋଇତ୍ରାଙ୍କ ବିରୋଧରେ 'ପଇସା ନେଇ ପ୍ରଶ୍ନ' କରୁଥିବାର ଅଭିଯୋଗ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଗତ ଅକ୍ଟୋବର ୧୫ ତାରିଖରେ ଏକ ପତ୍ର ଲେଖି ଅଭିଯୋଗ କରିଥିଲେ ଯେ ମହୂଆ ମୋଇତ୍ରାଙ୍କ ପକ୍ଷରୁ ଲୋକସଭାରେ ନିକଟରେ କରାଯାଇଥିବା ୬୧ଟି ପ୍ରଶ୍ନରୁ ୫୦ଟି ପ୍ରଶ୍ନ ଆଦାନୀ ଗ୍ରୁପ ଉପରେ ଆଧାରିତ ଥିଲା। ସେ ଅଭିଯୋଗରେ କହିଥିଲେ ଯେ ଏକ ସମୟରେ ମୋଇତ୍ରାଙ୍କ ନିକଟତମ ଥିବା ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ମଧ୍ୟରେ ଆଦାନୀ ଗ୍ରୁପ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିବା ପାଇଁ ଲାଞ୍ଚ ନେଣଦେଣର ଏପରି ପ୍ରମାଣ ଉପସ୍ଥାପନ କରିଛନ୍ତି ଯେ ଯାହାକୁ ଅଗ୍ରାହ୍ୟ କରାଯାଇ ନପାରେ। ଦୁବେଙ୍କ ଅଭିଯୋଗକୁ ଲୋକସଭା ବାଚସ୍ପତି ଇଥିକ୍ସ କମିଟିକୁ ପଠାଇ ଦେଇଥିଲେ। 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
On Wednesday, BJP MP Nishikanth Dubay revealed that the Lokpal had issued an order for a CBI investigation into corruption allegations against TMC's Mahua Moitra | Argus News