Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବାସଭବନରେ ସିବିଆଇ ରେଡ୍

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବାସଭବନରେ ସିବିଆଇ ରେଡ୍

ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବାସଭବନରେ ସିବିଆଇ ରେଡ୍ । ରାୟପୁର ଏବଂ ଭିଲାଇ ସ୍ଥିତ ବାସଭବନରେ ଚଢାଉ କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଏଥିସହ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜଣେ ନିକଟତର ସହଯୋଗୀଙ୍କ ଘରେ ବି ରେଡ୍ କରାଯାଉଛି । ଭୂପେଶଙ୍କ ବାସଭବନରୁ 30 ଲକ୍ଷ ଟଙ୍କା ଜବତ କରିଛି ସିବିଆଇ । ମଦ ଦୁର୍ନୀତି ଅଭିଯୋଗରେ ଏହି ଚଢାଉ କରାଯାଉଥିବା ସୂଚନା ମିଳିଛି । ପୂର୍ବରୁ ଭୂପେଶଙ୍କ ଘରେ ଇଡି ରେଡ୍ କରିଥିଲା । ପୂର୍ବରୁ ମହାଦେବ ବେଟିଂ ଆପ ମାମଲାରେ ବାଘେଲଙ୍କ ସମେତ ଏହି ଆପ୍ ପ୍ରମୋଟରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୋଲିସ ।


ଗିରିଶ ତାଲରେଜା ଏବଂ ସୁରଜ ଚୋଖାନୀଙ୍କୁ ଇଡି ମାର୍ଚ୍ଚ ୨ ଏବଂ ମାର୍ଚ୍ଚ ୩ରେ ଗିରଫ କରିଥିଲା। ହାଦେବ ବେଟିଂ ଆପ୍ ମାମଲାର ତଦନ୍ତ ସମୟରେ ଇଡି କହିଥିଲା, ଷ୍ଟକ୍ ମାର୍କେଟରେ ପ୍ରାୟ ୧,୧୦୦ କୋଟି ବିନିଯୋଗ ପାଇଁ ଅନେକ ଡମି ଆକାଉଣ୍ଟ ଏବଂ ନକଲି ବ୍ୟାଙ୍କ ସଂସ୍ଥା ବ୍ୟବହାର କରାଯାଉଛି। ବିଧାନସଭା ନିର୍ବାଚନ ପୂର୍ବରୁ ଭୂପେଶ ବାଘେଲ ମହାଦେବ ବେଟିଂ ଆପ୍‌ରୁ ୫୦୮ କୋଟି ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
CBI raids former Chhattisgarh CM Bhupesh Baghel's residence | Argus News