Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୨୫ ବର୍ଷ ପରେ ମୋନିକା କପୁର ଗିରଫ, ଆମେରିକାରୁ ଭାରତ ପ୍ରତ୍ୟର୍ପଣ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
୨୫ ବର୍ଷ ପରେ ମୋନିକା କପୁର ଗିରଫ, ଆମେରିକାରୁ ଭାରତ ପ୍ରତ୍ୟର୍ପଣ

Key Points

ମୋନିକା କପୁର ତଦନ୍ତରେ ସହଯୋଗ କରୁନଥିଲେ ।

ବୁଧବାର ରାତିରେ ଭାରତରେ ପହଞ୍ଚିବା ସମ୍ଭାବନା ରହିଛି ।

ଆମେରିକାରୁ ଭାରତ ଫେରୁଛନ୍ତି ଆଉ ଜଣେ ପଳାତକ । ୨୫ ବର୍ଷ ପରେ ମୋନିକା କପୁର ଗିରଫ ହେବା ପରେ ଆମେରିକାରୁ ଭାରତକୁ ପ୍ରତ୍ୟର୍ପଣ କରିଛି । କପୁରଙ୍କୁ ହେପାଜତକୁ ନେଇ ଭାରତ ଆଣୁଛି ସିବିଆଇ । ଆମେରିକୀୟ ଏୟାରଲାଇନ୍ସର ଏକ ବିମାନ ଯୋଗେ ମୋନିକାଙ୍କୁ ଭାରତ ପଠାଯାଇଛି । ଆମେରିକାରେ ମୋନିକାଙ୍କୁ ଏକ ଲମ୍ବା ଆଇନଗତ ପ୍ରକ୍ରିୟା ସମାପ୍ତ କରିବା ପରେ ଭାରତ ଅଣାଯାଉଛି । ବୁଧବାର ରାତିରେ ଭାରତରେ ପହଞ୍ଚିବା ସମ୍ଭାବନା ରହିଛି ।

୧୯୯୮- ୯୯ରେ ଗହଣା ବ୍ୟବସାୟ ପାଇଁ ନକଲି କାଗଜପତ୍ର ଦେଇ ସରକାରଙ୍କୁ ୧ କୋଟି ୪୪ ଲକ୍ଷ ଟଙ୍କାର ଚୁନା ଲଗାଇଥିଲେ ମୋନିକା । ୨୦ ଡିସେମ୍ବର ୨୦୧୭ରେ କୋର୍ଟ ମୋନିକାଙ୍କ ଦୁଇ ଭାଇ ରାଜନ ଖାନ୍ନା ଏବଂ ରାଜୀବ ଖାନ୍ନାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ମୋନିକା କପୁର ତଦନ୍ତରେ ସହଯୋଗ କରୁନଥିଲେ। ଏହି କାରଣରୁ, ୧୩ ଡିସେମ୍ବର ୨୦୧୬ରେ, ମୋନିକାଙ୍କୁ କୋର୍ଟ ଦ୍ୱାରା ଏକ ଘୋଷିତ ଅପରାଧୀ ଘୋଷଣା କରାଯାଇଥିଲା ।

୨୬ ଏପ୍ରିଲ୍ ୨୦୧୦ରେ, କୋର୍ଟ ମୋନିକା ବିରୋଧରେ NBW ଏବଂ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ୧୯ ଅକ୍ଟୋବର ୨୦୧୦ରେ, ସିବିଆଇ ମୋନିକାଙ୍କ ପ୍ରତ୍ୟର୍ପଣ ପାଇଁ ଆମେରିକୀୟ ଏଜେନ୍ସିକୁ ଅନୁରୋଧ କରିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
CBI Takes Custody of Alleged Economic Offender Monika Kapoor in US | Argus News