CBSE Exam / ଦଶମ, ଦ୍ଵାଦଶ ପରୀକ୍ଷା ପାଇଁ CBSE ଜାରି କଲା ସୂଚୀ

Key Points
ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ହେବ । ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ରେ ସରିବ । ସେହିଭଳି ଦ୍ଵିତୀୟ ପର୍ଯ୍ୟାୟ ମେ୫ରୁ ୨୦ ପର୍ଯ୍ୟନ୍ତ ଚାଲିବ । ସେହିଭଳି ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫେବ୍ରୁଆରୀ ୧୭ରୁ ଏପ୍ରିଲ୍ ୪ ପର୍ଯ୍ୟନ୍ତ ହେବ ।
ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପକ୍ଷରୁ ଦଶମ, ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ସମ୍ଭାବିତ ତାରିଖ ଜାରି କରାଯାଇଛି । ଜାରି ସମ୍ଭାବିତ ସୂଚୀ ଅନୁସାରେ, ୨୦୨୬ ଫେବ୍ରୁଆରୀ ୧୭ରୁ ପରୀକ୍ଷା ଆରମ୍ଭ ହେବ ।
CBSE ପକ୍ଷରୁ ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷା ସହ ଦ୍ଵାଦଶ ଶ୍ରେଣୀ ଖେଳ ପରୀକ୍ଷା, ଦଶମ ଶ୍ରେଣୀ ଦ୍ଵିତୀୟ ବୋର୍ଡ ପରୀକ୍ଷା, ଦ୍ଵାଦଶ ଶ୍ରେଣୀ ସପ୍ଲିମେଣ୍ଟାରୀ ପରୀକ୍ଷା ସୂଚୀ ରହିଛି । ୨୦୨୬ ବର୍ଷରେ ପ୍ରାୟ ୪୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବା ନେଇ CBSE ଆଶା ପ୍ରକାଶ କରିଛି ।
Big Update from #CBSE
— CBSE HQ (@cbseindia29) September 24, 2025
Tentative Date Sheets for Class X & XII 2026
MORE details at https://t.co/Mgv75k9CQ6 pic.twitter.com/SAqQFVoChW
୨୦୪ଟି ବିଷୟରେ ପ୍ରାୟ ୪୫ ଲକ୍ଷ ଶିକ୍ଷାର୍ଥୀ ପରୀକ୍ଷା ଦେବେ । ଭାରତ ସହ ୨୬ଟି ଦେଶରେ ଏହି ପରୀକ୍ଷା ହେବ । ଲିଖିତ ସହ ପ୍ରାକ୍ଟିକାଲ୍, ଖାତାଦେଖା ଏବଂ ଫଳାଫଳ ପ୍ରକାଶନ ଆଦି ସମସ୍ତ ପ୍ରକ୍ରିୟାକୁ ସମୟରେ ସାରିବାକୁ CBSE ଗୁରୁତ୍ଵ ଦେଇଛି ।
CBSE ଅନୁସାରେ, ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ହେବ । ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ରେ ସରିବ । ସେହିଭଳି ଦ୍ଵିତୀୟ ପର୍ଯ୍ୟାୟ ମେ୫ରୁ ୨୦ ପର୍ଯ୍ୟନ୍ତ ଚାଲିବ । ସେହିଭଳି ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫେବ୍ରୁଆରୀ ୧୭ରୁ ଏପ୍ରିଲ୍ ୪ ପର୍ଯ୍ୟନ୍ତ ହେବ ।
📱 Get Argus News App
✨ଏଥିସହ ପଢ଼ନ୍ତୁ: CBSEର ବଡ଼ ନିଷ୍ପତ୍ତି: ଏଣିକି ବର୍ଷରେ ଦୁଇ ଥର ହେବ CBSE ଦଶମ ବୋର୍ଡ ପରୀକ୍ଷା
ସେହିଭଳି ଦ୍ଵାଦଶ ଶ୍ରେଣୀର ପ୍ରାକ୍ଟିକାଲ୍ ପରୀକ୍ଷା ଜାନୁଆରୀ ଓ ଫେବ୍ରୁଆରୀ ୨୦୨୬ରେ ହେବ । ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଲାଗି ୨୦୨୬ ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଆଡମିଟ୍ କାର୍ଡ ଜାରି କରାଯିବ । ୨୦୨୬ ଏପ୍ରିଲ୍ ୪ରେ ଦଶମ ଓ ମେ ୨୦ରେ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ ହୋଇପାରେ ।
ଏହା ପୂର୍ବରୁ CBSE ଦଶମ ବୋର୍ଡ ପରୀକ୍ଷା ପଦ୍ଧତିରେ ବଡ଼ ପରିବର୍ତ୍ତନ ନେଇ ଘୋଷଣା କରିଥିଲା । ଯେଉଁଥିରେ କୁହା ଯାଇଥିଲା, ଛାତ୍ରଛାତ୍ରୀମାନେ ବର୍ଷକୁ ଦୁଇଥର ପରୀକ୍ଷା ଦେବାର ସୁଯୋଗ ପାଇବେ । ଏହାର ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କ ଉପରେ ଚାପ କମ କରିବା ଏବଂ ସେମାନଙ୍କୁ ଆହୁରି ଭଲ ମାର୍କ ରଖିବା ପାଇଁ ଦ୍ୱିତୀୟ ସୁଯୋଗ ଦେବା ।
ନୂତନ ନିୟମ କ’ଣ ?
CBSE ପରୀକ୍ଷା ନିୟନ୍ତ୍ରକ ସନ୍ୟମ ଭରଦ୍ୱାଜ ସୂଚନା ଦେଇ କହିଥିଲେ, ବର୍ତ୍ତମାନ ଦଶମ ବୋର୍ଡ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀରେ ଏବଂ ଦ୍ୱିତୀୟ ମେରେ ଅନୁଷ୍ଠିତ ହେବ । କିନ୍ତୁ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ପରୀକ୍ଷା ଦେବା ବାଧ୍ୟତାମୂଳକ ହେବ । ଏହା ପରେ ଦ୍ୱିତୀୟ ପରୀକ୍ଷା ସମ୍ପୂର୍ଣ୍ଣ ଭାବରେ ଇଚ୍ଛାଧୀନ ହେବ । ଅର୍ଥାତ୍, ଯଦି ଜଣେ ଛାତ୍ର ତାଙ୍କ ପ୍ରଥମ ପରୀକ୍ଷାର ମାର୍କରେ ସନ୍ତୁଷ୍ଟ ନ ହୁଅନ୍ତି, ତେବେ ସେ ଦ୍ୱିତୀୟ ପରୀକ୍ଷା ଦେଇ ପାରିବେ ।