CBSE Digital Evaluation / ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ମୂଲ୍ୟାୟନରେ ପ୍ରଥମ ଥର ପାଇଁ ହୋଇଛି ଡିଜିଟାଲ୍ ବ୍ୟବସ୍ଥା,କେହି ବି ସନ୍ତୁଷ୍ଟ ନହେଲେ ଦେଖିପାରିବେ ଖାତା
·1 hour ago·2 min read

Key Points
ସିବିଏସଇ ମୂଲ୍ୟାୟନରେ ଡିଜିଟାଲ ବ୍ୟବସ୍ଥା
ପ୍ରଥମ ଥର ପାଇଁ ହୋଇଛି ଡିଜିଟାଲ୍ ବ୍ୟବସ୍ଥା
କେହି ବି ସନ୍ତୁଷ୍ଟ ନହେଲେ ଦେଖିପାରିବେ ଖାତା
ସିବିଏସ୍ଇ ଅଧିକାରୀମାନଙ୍କ ସହ ବୈଠକ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୁଆଦିଲ୍ଲୀ,୨୮/୦୫: ଲୋକସଭାର ବିରୋଧୀ ଦଳନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିରନ୍ତର ନିର୍ବାଚନ ପରାଜୟ ରାହୁଲ ଗାନ୍ଧୀଙ୍କୁ ହତାଶ କରିଛି। ରାହୁଲ SIR, EVM ଏବଂ ଡିଜିଟାଲ ଇଣ୍ଡିଆକୁ ବିରୋଧ କରିଥିଲେ ଏବଂ ଭାରତର ବୈଜ୍ଞାନିକ ପ୍ରଗତିରୁ ନିଜକୁ ଦୂରେଇ ରଖିଥିଲେ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ମୂଲ୍ୟାୟନରେ ପ୍ରଥମ ଥର ପାଇଁ ହୋଇଛି ଡିଜିଟାଲ୍ ବ୍ୟବସ୍ଥା । କେହି ବି ସନ୍ତୁଷ୍ଟ ନହେଲେ ଦେଖିପାରିବେ ଖାତା । ସିବିଏସ୍ଇ ଅଧିକାରୀମାନଙ୍କ ସହ ବୈଠକ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ପୁନଃମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପରୀକ୍ଷାରେ ପ୍ରାୟ ୧୭ ଲକ୍ଷ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଯେଉଁଥିରେ ପ୍ରାୟ ୯୮ ଲକ୍ଷ ଉତ୍ତର ଖାତା ଅର୍ଥାତ୍ ସମୁଦାୟ ପ୍ରାୟ ୪୦ କୋଟି ସ୍କାନ୍ ହୋଇଥିବା ପୃଷ୍ଠା ରହିଛି। ସ୍ୱଚ୍ଛତା ଏବଂ ଛାତ୍ରକୈନ୍ଦ୍ରିକ ସୁଧାରକୁ ଦୃଷ୍ଟିରେ ରଖି ସିବିଏସ୍ଇ ପ୍ରଥମ ଥର ପାଇଁ ଏକ ଡିଜିଟାଲ୍ ମୂଲ୍ୟାୟନ ବ୍ୟବସ୍ଥା ପ୍ରବର୍ତ୍ତନ କରିଛି ।
ପଢନ୍ତୁ ଏହି ଖବର: ମାତୃଭାଷା ମାଧ୍ୟମରେ ଶିକ୍ଷାଦାନକୁ ମଜଭୁତ କରିବା: ଧର୍ମେନ୍ଦ୍ର ପ୍ରଧାନ
ଛାତ୍ରଛାତ୍ରୀମାନେ ଏବେ ନିଜ ନିଜର ମାର୍କ ଯାଞ୍ଚ କରିବା ଏବଂ ପ୍ରଶ୍ନ ଉଠାଇବା ପାଇଁ ସ୍କାନ୍ ହୋଇଥିବା ଉତ୍ତର ଖାତାଗୁଡ଼ିକୁ ସେମାନେ ନିଜେ ଦେଖିପାରିବେ । ବର୍ତ୍ତମାନ ସୁଦ୍ଧା ପ୍ରାୟ ୪ ଲକ୍ଷ ଛାତ୍ରଛାତ୍ରୀ ସେମାନଙ୍କର ଉତ୍ତର ଖାତା ଫେରି ପାଇଛନ୍ତି । ଯେଉଁଥିରେ ପ୍ରାୟ ୧୧ ଲକ୍ଷ କପି ସାମିଲ ଅଛି। ଏହି ସମ୍ପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟାର ତଦାରଖ କରିବା ପାଇଁ ସିବିଏସ୍ଇ ଆଇଆଇଟି କାନପୁର ଏବଂ ଆଇଆଇଟି ମାଡ୍ରାସ ଭଳି ଦେଶର ଶୀର୍ଷ ସଂସ୍ଥାଗୁଡ଼ିକୁ ସାମିଲ କରିଛି। ଏହି ପ୍ରକ୍ରିୟାକୁ ସହଜ କରିବା ପାଇଁ ଚାରୋଟି ରାଷ୍ଟ୍ରାୟତ ବ୍ୟାଙ୍କ ଏସବିଆଇ, ଇଣ୍ଡିଆନ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ଏବଂ କାନାରା ବ୍ୟାଙ୍କର ପେମେଣ୍ଟ ଗେଟୱେକୁ ଏହା ସହ ଯୋଡ଼ା ଯାଇଛି। ପ୍ରକ୍ରିୟାରେ କିଛି ବିଭ୍ରାଟ ବା ତ୍ରୁଟି ହୋଇଥିବା କଥାକୁ ସରକାର ସ୍ୱୀକାର କରିଛନ୍ତି ଏବଂ ଏହାର ଦାୟିତ୍ୱ ନେବା ସହ ଏଥିରେ ସଂଶୋଧନମୂଳକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଶିକ୍ଷାମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, କୌଣସି ବି ଛାତ୍ରଛାତ୍ରୀଙ୍କ ସମସ୍ୟା ଯେପରି ଅସମାହିତ ହୋଇ ନରହେ, ତାହା ଅଧିକାରୀମାନେ ସୁନିଶ୍ଚିତ କରିବେ ଏବଂ ଏଥିପାଇଁ ସମସ୍ତ ସ୍ତରରେ ଦାୟିତ୍ବ ଧାର୍ଯ୍ୟ କରାଯିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories