Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଫୋନ୍ ବଦଳିଲେ ବଢ଼ି ଯାଉଛି ଭଡ଼ା: ଓଲା, ଉବରକୁ ଜବାବ ମାଗିଲା କେନ୍ଦ୍ର

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଫୋନ୍ ବଦଳିଲେ ବଢ଼ି ଯାଉଛି ଭଡ଼ା: ଓଲା, ଉବରକୁ ଜବାବ ମାଗିଲା କେନ୍ଦ୍ର

Key Points

ଓଲା, ଉବରକୁ ନୋଟିସ୍

ଆଣ୍ଡ୍ରୟଡ ଓ ଆଇଫୋନର ଆପରେ ଭିନ୍ନ ଭଡ଼ା

ନୋଟିସ ଜାରି କରି ଜବାବ ମାଗିଲା ସିସିପିଏ 

ଅର୍ଗସ ବ୍ୟୁରୋ: ଜାଗା ସମାନ, କିନ୍ତୁ ଭଡ଼ା ଭିନ୍ନ । ଆଣ୍ଡ୍ରୟଡରେ ଗୋଟିଏ ଭଡ଼ା ଆଉ ଆଇଫୋନ୍‌ରେ ଅଧିକ ଟଙ୍କା । ସମାନ ସ୍ଥାନକୁ ସମାନ ବର୍ଗର ଗାଡ଼ିରେ କାହିଁକି ଭଡ଼ାରେ ତାରତମ୍ୟ । ଏ ନେଇ ୨ କ୍ୟାବ ଏଗ୍ରିଗେଟରଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛି କେନ୍ଦ୍ରୀୟ ଉପଭୋକ୍ତ ସୁରକ୍ଷା ପ୍ରାଧିକରଣ (CCPA) ।


ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି, ଆଣ୍ଡ୍ରୟଡ ଓ ଆଇଫୋନର ଆପରେ ସମାନ ସ୍ଥାନକୁ ସମାନ ଗାଡ଼ିରେ ଭଡ଼ା ଭିନ୍ନ ଦେଖାଉଛି । ଏହି ମାମଲାରେ ସିସିପିଏ ନୋଟିସ ଜାରି କରିବା ସହ ୨ କମ୍ପାନୀକୁ ଜବାବ ମାଗିଛି । ତେବେ ସିସିପିଏ ନୋଟିସ୍ ନେଇ ଓଲା କିମ୍ବା ଉବରର ପ୍ରତିକ୍ରିୟା ମିଳି ପାରିନି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଲା, ଉବରକୁ ଭିନ୍ନ ଭଡ଼ା ନେଇ ନୋଟିସ୍ ଜାରି କରାଯାଇଥିବା ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ସ୍ମାର୍ଟଫୋନ୍ ବଜାରରେ ଆଣ୍ଡ୍ରୟଡ ଓ ଆଇଫୋନ୍ ୨ଟି ଅଲଗା ଅଲଗା ପ୍ଲାଟଫର୍ମ । ଆଣ୍ଡ୍ରୟଡ ତୁଳନାରେ ଆଇଫୋନ୍ ଟିକିଏ ବ୍ୟୟ ବହୁଳ ମଧ୍ୟ ।


ଅଭିଯୋଗ ଅନୁସାରେ, ଓଲା ଓ ଉବର ଆପରେ ଆପଣ ଯଦି ଆଣ୍ଡ୍ରୟଡ୍ ଫୋନରେ କୌଣସି ଏକ ସ୍ଥାନକୁ ଗାଡ଼ି ବୁକ୍ କରୁଛନ୍ତି ତାହେଲେ ଆଇଫୋନରେ ସେହି ସମାନ ସ୍ଥାନକୁ ଭଡ଼ା ମୂଲ୍ୟ କିଛି ଅଧିକ ଦେଖାଉଛି । ଏନେଇ ଦିଲ୍ଲୀର ଜଣେ ବ୍ୟକ୍ତି ସୋସିଆଲ୍ ମିଡିଆରେ ଅଭିଯୋଗ କରିବା ପରେ ମାମଲା ସାମ୍ନାକୁ ଆସିଥିଲା । ଏବେ ମାମଲାର ତଦନ୍ତ ସହ ସିସିପିଏ ୨ କମ୍ପାନୀକୁ ଜବାବ ମାଗିଛି । ମନ୍ତ୍ରୀ କହିଛନ୍ତି, ଉପଭୋକ୍ତାଙ୍କୁ ଠକୁଥିଲେ ଛଡ଼ା ଯିବନି ।

Sponsored
CCPA notice to Uber, Ola over 'differential pricing' based on smartphone | Argus News