|
logo
Live
Argus News App
GET APP

Argus News - ସବୁ ଔଷଧ ଦୋକାନରେ ସିସିଟିଭି ବାଧ୍ୟତାମୂଳକ, ଡ୍ରଗ୍ ଇନ୍ସପେକ୍ଟରଙ୍କ ସ୍କାନ୍‌ରରେ ରହିବେ ଔଷଧ ଦୋକାନୀ

National

CCTV in medical stores / ସବୁ ଔଷଧ ଦୋକାନରେ ସିସିଟିଭି ବାଧ୍ୟତାମୂଳକ, ଡ୍ରଗ୍ ଇନ୍ସପେକ୍ଟରଙ୍କ ସ୍କାନ୍‌ରରେ ରହିବେ ଔଷଧ ଦୋକାନୀ

Bikash Mohanty
Browse all articles by Bikash Mohanty
·8 hours ago·2 min read
ସବୁ ଔଷଧ ଦୋକାନରେ ସିସିଟିଭି ବାଧ୍ୟତାମୂଳକ, ଡ୍ରଗ୍ ଇନ୍ସପେକ୍ଟରଙ୍କ ସ୍କାନ୍‌ରରେ ରହିବେ ଔଷଧ ଦୋକାନୀ
Medical Stores

Key Points

ସବୁ ଔଷଧ ଦୋକାନରେ ସିସିଟିଭି ବାଧ୍ୟତାମୂଳକ
ଡ୍ରଗ୍ ଇନ୍ସପେକ୍ଟରଙ୍କ ସ୍କାନ୍‌ରରେ ରହିବେ ଔଷଧ ଦୋକାନୀ
ଔଷଧ କଳାବଜାର ରୋକାଯିବ
ଜିଲ୍ଲାପାଳଙ୍କୁ ଚିଠି ଲେଖ୍ ନିର୍ଦ୍ଦେଶ   
ନ୍ୟାସନାଲ କୋର୍ଡିନେସନ୍ ଅଫ୍ ନାକୌଟିକ୍ କଣ୍ଟ୍ରୋଲ କମିଟି



ଭୁବନେଶ୍ଵର, ୫/୪: ସବୁ ଔଷଧ ଦୋକାନରେ ସିସିଟିଭି ବାଧ୍ୟତାମୂଳକ। ଡ୍ରଗ୍ ଇନ୍ସପେକ୍ଟରଙ୍କ ସ୍କାନ୍‌ରରେ ରହିବେ ଔଷଧ ଦୋକାନୀ । ନିଶା ଔଷଧର ଅବୈଧ କାରବାର କଲେ କିମ୍ବା ବିନା ପ୍ରେସକ୍ରିପସନରେ ଔଷଧ ବିକ୍ରି କରୁଥିବା ଜଣାପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଦେଶରେ ସମାନ ନିୟନ୍ତ୍ରଣ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଔଷଧ କଳାବଜାର ରୋକାଯିବ। ନ୍ୟାସନାଲ କୋର୍ଡିନେସନ୍ ଅଫ୍ ନାକୌଟିକ୍ କଣ୍ଟ୍ରୋଲ କମିଟି ସମସ୍ତ ରାଜ୍ୟର ଜିଲ୍ଲାପାଳଙ୍କୁ ଚିଠି ଲେଖ୍ ଏଭଳି ନିର୍ଦ୍ଦେଶ ଦେଇଛି।

ଜିଲ୍ଲାପାଳମାନେ ଡ୍ରଗ୍ ଇନ୍ସପେକ୍ଟରଙ୍କ ସ‌ହ ଆଲୋଚନା କରି ବ୍ୟବସ୍ଥା କରିବେ। ଏହା ଉପରେ କଡ଼ା ନଜର ରଖାଯିବ। ବର୍ତ୍ତମାନ ଦୋକାନରେ ସିସିଟିଭି ଲାଗିଥିଲେ ବି ସରକାରୀ ବ୍ୟବସ୍ଥା ସହିତ ଅନ୍‌ଲାଇନ୍‌ରେ ଯୋଡ଼ି ହୋଇନି। କେବଳ ଦୋକାନୀ ତାଙ୍କ ସୁରକ୍ଷା ପାଇଁ ସିସିଟିଭି ଲଗାଇଛନ୍ତି । ତେଣୁ ସିସିଟିଭି ଏପରି ସ୍ଥାନରେ ଲଗାଯିବ; ଯେଉଁଠାରୁ ଔଷଧ କାରବାର ସହ ଗ୍ରାହକଙ୍କ ସ୍ପଷ୍ଟ ଉପସ୍ଥିତ ଜଣାପଡ଼ିବ। ଦୋକାନ ବାହାରେ ଓ କାଉଣ୍ଟର ନିକଟରେ ସିସିଟିଭି ରହିବ। ଡ୍ରଗ୍ ଇନ୍ସପେକ୍ଟର ଏକ ରିଅଲ୍ ଟାଇମ୍ ଟ୍ରାକିଂ ବ୍ୟବସ୍ଥା କରିବେ। ମୋବାଇଲ୍ ଆପ୍ ଜରିଆରେ ସମସ୍ତ ସୂଚନା ମିଳିପାରିବ। ଏହାବ୍ୟତୀତ କେନ୍ଦ୍ର ସରକାର ଏକ ନୂଆ କେନ୍ଦ୍ରୀୟ ଡ୍ରଗ୍ଧ ପୋର୍ଟାଲ୍ ତିଆରି କରିବାକୁ ଯୋଜନା କରୁଛନ୍ତି। ଏହାଦ୍ଵାରା କେଉଁ ଔଷଧ କେତେ ପରିମାଣରେ ଓ କାହାକୁ ବିକ୍ରି ହେଉଛି ତାହାର ତଦାରଖ କରାଯାଇପାରିବ। 
ପଢନ୍ତୁ ଏହି ଖବରଔଷଧ କିଣିବା ପୂର୍ବରୁ ଜାଣନ୍ତୁ ଏହି ଖବର: ହଠାତ୍ ବଢିପାରେ ଦର
ଏହି ନୂଆ ନିୟମ ଫଳରେ ଔଷଧ ବିକ୍ରିରେ ସ୍ବଚ୍ଛତା ଆସିବ। ଗ୍ରାହକମାନେ ଔଷଧ କିଣିବା ସମୟରେ ନଜରରେ ରହିବେ। ଦେଶରେ ଅଣାୟତ୍ତ ହେଲାଣି ନିଶା ଔଷଧ କାରବାର । ନାବାଳକ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶାଖୋର ମନୋଭାବ ଚିନ୍ତାଜନକ ହୋଇଛି। ସେମାନେ ମେଡିସିନ୍‌କୁ ନିଶା ଭାବେ ବ୍ୟବହାର କରୁଛନ୍ତି । ଔଷଧ ଦୋକାନୀ ଟଙ୍କା ଲୋଭରେ ନିଶା ବଟିକା ଓ କଫସିରପ ବିକ୍ରି କରୁଛନ୍ତି। ନିଶା ଔଷଧ ଅପବ୍ୟବହାର ରୋକିବା ଦିଗରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ କେତେକ ନିର୍ଦ୍ଦିଷ୍ଟ ଔଷଧର ଅନିୟନ୍ତ୍ରିତ ବିକ୍ରି ଉପରେ ନଜର ରଖାଯିବାକୁ ଯୋଜନା କରାଯାଉଛି ।


ସେପଟେ ସୁନ୍ଦରଗଡ଼ରେ ବିଭିନ୍ନ ଔଷଧ ଦୋକାନୀ ମନମାନି କରୁଥିବା ଅଭିଯୋଗ ଆସୁଛି। ଜିଲ୍ଲାରେ ପ୍ରାୟ ୨୫୦୦ରୁ ୨୮୦୦ ଔଷଧ ଦୋକାନ ରହିଛି। ଏସବୁର ତଦାରଖ ପାଇଁ ଜଣେ ଆସିଷ୍ଟାଣ୍ଟ୍‌ ଡ୍ରଗ୍‌ କଣ୍ଟ୍ରୋଲର୍‌ ଥିବାବେଳେ ସୁନ୍ଦରଗଡ଼ ଓ ରାଉରକେଲା ଡିଆଇ ସର୍କଲ୍‌ ପାଇଁ ଜଣେ ଲେଖାଏ ଡ୍ରଗ୍‌ ଇନ୍ସପେକ୍ଟର ନିୟୋଜିତ ଅଛନ୍ତି। ବିଭାଗ ପକ୍ଷରୁ ଗତ ଦୁଇ ବର୍ଷ ଭିତରେ, ଅର୍ଥାତ୍‌ ୨୦୨୪-୨୫ ଓ ୨୦୨୫-୧୬ ଆର୍ଥିକ ବର୍ଷରେ କେବଳ ୫୦୫ ଥର ଯାଞ୍ଚ କରାଯାଇଥିଲା। ଯାଞ୍ଚବେଳେ ଔଷଧର ମାନ ନେଇ ସନ୍ଦେହ ପ୍ରକାଶ ପାଇବାରୁ ୨୧୫ଟି ନମୁନା ସଂଗୃହୀତ ହୋଇଥିଲା। ତେବେ କେବଳ ୬୪ ଜଣ ଉଲ୍ଲଂଘନକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରାଯାଇଥିଲା।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
CCTV in medical stores: ସବୁ ଔଷଧ ଦୋକାନରେ ସିସିଟିଭି ବାଧ୍ୟତାମୂଳକ, ଡ୍ରଗ୍ ଇନ୍ସପେକ୍ଟରଙ୍କ ସ୍କାନ୍‌ରରେ ରହିବେ ଔଷଧ ଦୋକାନୀ | Argus News