ଅପରେସନ ସିନ୍ଦୂର ପରେ ରାଷ୍ଟ୍ରପତିଙ୍କୁ ଭେଟିଲେ ସିଡିଏସ ଓ ୩ ସେନା ମୁଖ୍ୟ

Key Points
ସେନାର ପରାକ୍ରମକୁ ରାଷ୍ଟ୍ରପତିଙ୍କ ପ୍ରଶଂସା
ରାଷ୍ଟ୍ରପତିଙ୍କୁ ଭେଟିଲେ ୩ସେନା ମୁଖ୍ୟ ଓ ସିଡିଏସ
ଅପରେସନ ସିନ୍ଦୂର ପରେ ରାଷ୍ଟ୍ରପତିଙ୍କୁ ଭେଟିଲେ ସିଡିଏସ ଓ ୩ ସେନା ମୁଖ୍ୟ। ସିଡିଏସ ଜେନେରାଲ ଅନୀଲ ଚୌହ୍ବାନଙ୍କ ସହ ତିନି ସେନାର ମୁଖ୍ୟମାନେ ଘଟଣା ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରିଛନ୍ତି । ବୁଧବାର ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନ, ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ବାୟୁସେନା ମୁଖ୍ୟ ଏ.ପି ସିଂହ ଏବଂ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ.ତ୍ରିପାଠୀ ରାଷ୍ଟ୍ରପତିଙ୍କୁ ଭେଟି ଅପରେସନ ସିନ୍ଦୂର ସମ୍ପର୍କରେ ଅବଗତ କରାଇଛନ୍ତି ।
ସେନାର ପରାକ୍ରମକୁ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି । ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତି ସଶସ୍ତ୍ର ବାହିନୀର ସାହସ ଓ ସମର୍ପଣକୁ ପ୍ରଶଂସା କରିଛନ୍ତି । ଯାହା ଆତଙ୍କବାଦ ପ୍ରତି ଭାରତର କାର୍ଯ୍ୟାନୁଷ୍ଠାକୁ ଏକ ଚମତ୍କାର ସଫଳତା ବୋଲି କୁହାଯାଇଛି ।
