ବିଜେପି କାର୍ଯ୍ୟାଳୟରେ ସେଲିବ୍ରେସନ...

ନୂଆଦିଲ୍ଲୀ: ଦୀର୍ଘ 27 ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାର ଗଢିବାକୁ ଯାଉଛି । ସେଥିପାଇଁ ଦିଲ୍ଲୀ ବିଜେପି କାର୍ଯ୍ୟଳୟରେ ବିଜୟ ଉତ୍ସବ ପାଇଁ ବିଜେପି କର୍ମୀଙ୍କ ଭିଡ଼ ଦେଖିବାକୁ ମିଳିଛି । ସେଲିବ୍ରେସନ ଆରମ୍ଭ ହୋଇଯାଇଛି । ବାଜା ବଜାଇ, ନାଚ ଗୀତ କରି ପରସ୍ପରକୁ ଲଡୁ ଖୁଆଇ ସେଲିବ୍ରେଟ୍ କରୁଛନ୍ତି କର୍ମୀ ଓ ନେତା ।
#WATCH | Mumbai: On #DelhiElections2025, Union Minister Piyush Goyal says, "BJP's victory is due to the model of governance of development given by Prime Minister Narendra Modi to the country, through good governance India is moving ahead at a fast pace to become a developed… https://t.co/AkfO79WU2f pic.twitter.com/zdkHOyYdtB
— ANI (@ANI) February 8, 2025
ପ୍ରଧାନମନ୍ତ୍ରୀଙ୍କ ପାଇଁ ଏ ବିଜୟ ବୋଲି କହିଛନ୍ତି ବିଜେପି କର୍ମୀ ଓ ନେତା । ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁଶାସନ ପାଇଁ ଏହା ସମ୍ଭବ ହୋଇପାରିଛି । ବିକଶିତ ଭାରତ ସହ ବିକଶିତ ଦିଲ୍ଲୀ ନିର୍ମାଣ ହେବ । କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ ହାତେଇବାକୁ ଚେଷ୍ଟା କରିଥିଲେ ଯାହା ବିଫଳ ହୋଇଛି ବୋଲି କହିଛନ୍ତି ବିଜେପି କର୍ମୀ ।
📱 Get Argus News App
✨ସମଗ୍ର ଭାରତ ବର୍ଷରେ ମୋଦିଙ୍କ ନେତୃତ୍ୱ ସମସ୍ତେ ଗ୍ରହଣ କରିଛନ୍ତି । ସଫଳ ନେତୃତ୍ୱ ଏବଂ ଅମିତ ଶାହାଙ୍କ ସଫଳ ରଣନୀତି କାର୍ଯ୍ୟକାର୍ତ୍ତାଙ୍କ ପରିଶ୍ରମ ଦିଲ୍ଲୀ ବିଜୟର କାରଣ ବୋଲି କୁହାଯାଉଛି । ଓଡିଶାର 23 ଜଣ ସାଂସଦ ସମସ୍ତ ନିର୍ବାଚନ ମଣ୍ଡଳୀର ଅହରହ କାମ ଓଡ଼ିଆ ବାସୀ ଓ କାର୍ଯ୍ୟକର୍ତ୍ତାମାନଙ୍କୁ ପ୍ରେରଣା ଦେଇଛି । ଅପରପକ୍ଷରେ କେଜ୍ରିୱାଲଙ୍କ ଭୋଟରମାନଙ୍କୁ ପ୍ରତାରଣା କରିବା ଦୂର୍ନୀତି ବିରୋଧରେ କହି ଭୋଟରମାନଙ୍କୁ ଯେଉଁ ପ୍ରଭାବିତ କରୁଥିଲେ ତାହା ଦିଲ୍ଲୀବାସୀ ଜାଣି ଗଲେ । ଏଣୁ ଦିଲ୍ଲୀବାସୀ ମୋଦିଙ୍କ ସଫଳ ନେତୃତ୍ତ୍ୱକୁ ଗ୍ରହଣ କଲେ । ମୋଦିଙ୍କ ନତୃତ୍ତ୍ୱ ଓ ଅମିତ ଶାହାଙ୍କ ରଣନୀତି ଦିଲ୍ଲୀବାସୀ ଗ୍ରହଣ କରିଛନ୍ତି ।
#WATCH | Delhi BJP workers & AAP workers came face to face & raised slogans against each other outside Maharani Bagh counting centre
— ANI (@ANI) February 8, 2025
BJP is set to form the govt in the national capital after 27 years. As per the Election Commission- BJP has won 4 and leading on 44 seats pic.twitter.com/OdmorPLiv8