Census 2027 / ଧର୍ମ-ଜାତିରୁ ନେଇ ବ୍ୟାଙ୍କ ଆକାଉଣ୍ଟ; ଜନଗଣନାରେ ଏସବୁ ପ୍ରଶ୍ନ ପଚାରିବେ ସରକାର
·1 hour ago·2 min read

Key Points
ଜନଗଣନା ପାଇଁ କେନ୍ଦ୍ର ସରକାର ୪୦ ପ୍ରଶ୍ନର ତାଲିକା ଜାରି କରିଛନ୍ତି । ପ୍ରଶ୍ନ ତାଲିକାରେ ବ୍ୟକ୍ତିଙ୍କ ନାଁ, କରୁଥିବା କାର୍ଯ୍ୟ, ଧର୍ମ, ଭାଷା, ସନ୍ତାନ ସଂଖ୍ୟା, ମୋବାଇଲ୍ ନମ୍ବର, ଆଧାର, ପାସପୋର୍ଟ ନମ୍ବର ଆଦି ରହିଛି ।
ନୂଆଦିଲ୍ଲୀ: ଦେଶରେ ଜନଗଣନା (Census of India 2027) ପାଇଁ କେନ୍ଦ୍ର ସରକାର ୪୦ ପ୍ରଶ୍ନର ତାଲିକା ଜାରି କରିଛନ୍ତି । ଅଗଷ୍ଟ ୧୪ ତାରିଖ, ଶୁକ୍ରବାର ଗୃହ ମନ୍ତ୍ରଣାଳୟ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି । ପ୍ରଶ୍ନ ତାଲିକାରେ ବ୍ୟକ୍ତିଙ୍କ ନାଁ, କରୁଥିବା କାର୍ଯ୍ୟ, ଧର୍ମ, ଭାଷା, ସନ୍ତାନ ସଂଖ୍ୟା, ମୋବାଇଲ୍ ନମ୍ବର, ଆଧାର, ପାସପୋର୍ଟ ନମ୍ବର ଆଦି ରହିଛି ।
ଜନଗଣନା ବେଳେ ଆପଣଙ୍କ ଜାତି ମଧ୍ୟ ପଚରାଯିବ । ସୂଚୀରେ ୧୦ଟି ପ୍ରଶ୍ନ ଜାତି ସହ ଜଡ଼ିତ ରହିଛି । ଯେଉଁଥିରେ ପଚରାଯିବ ଆପଣ ଅନୁସୂଚିତ ଜାତି ଅନୁସୂଚିତ ଜନଜାତି (SC/ST) ବର୍ଗର । ଏଥିରେ ଅନ୍ୟ ପଛୁଆ ବର୍ଗ କିମ୍ବା ସାମାନ୍ୟର ବିକଳ୍ପ ନାହିଁ ।
କେନ୍ଦ୍ର ସରକାର ଶୁକ୍ରବାର ଜନଗଣନା ସମୟରେ ପଚରାଯିବାକୁ ଥିବା ୪୦ ପ୍ରଶ୍ନର ସୂଚୀ ଜାରି କରିଛନ୍ତି । ଯେଉଁଥିରେ ଜାତିରୁ ନେଇ କୋଭିଡ୍ ଟୀକାକରଣ ସ୍ଥାନ ଭଳି ପ୍ରଶ୍ନ ମଧ୍ୟ ରହିଛି ।
କେବେଠୁ ଆରମ୍ଭ ହେବ ଜନଗଣନା ?
ବରଫ ବର୍ଷା ହେଉଥିବା ଅଞ୍ଚଳର ଜନଗଣନା ପ୍ରକ୍ରିୟା ସେପ୍ଟେମ୍ବରରୁ ଆରମ୍ଭ ହେବ । ବିଜ୍ଞପ୍ତି ଅନୁସାରେ, ଲଦାଖ ଓ ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ବରଫ ବର୍ଷା ଅଞ୍ଚଳରେ ଲୋକଙ୍କ ଗଣନା ସେପ୍ଟେମ୍ବର ୧ରୁ ୩୦ ପର୍ଯ୍ୟନ୍ତ ହେବ । ଯେତେବେଳେ କି ଦେଶର ଅନ୍ୟ ଅଞ୍ଚଳରେ ଜନଗଣନା ଆଗାମୀ ବର୍ଷ ଆରମ୍ଭ ହେବ ।
ନିଜେ ବି ଦେଇପାରିବେ ତଥ୍ୟ
ସରକାରୀ ତଥ୍ୟ ଅନୁସାରେ, ଜନଗଣନା ପାଇଁ ଜନଗଣନାକାରୀ ସେପ୍ଟେମ୍ବ ୧ରୁ ଯିବେ । ତା ପୂର୍ବରୁ ଅଗଷ୍ଟ ୧୭ରୁ ଅଗଷ୍ଟ ୩୧ ତାରିଖ ମଧ୍ୟରେ ଆପଣ ନିଜ ଆଡ଼ୁ ତଥ୍ୟ (Self-Enumeration) ମାଧ୍ୟମରେ ଅନଲାଇନ୍ରେ ଦେଇପାରିବେ ।
ଏଥିସହ ପଢ଼ନ୍ତୁ: ସ୍ୱାଧୀନତା ଦିବସ ପୂର୍ବରୁ ୧୦୫୭ ଜଣ କର୍ମଚାରୀଙ୍କୁ ବୀରତ୍ୱ ଏବଂ ସେବା ପଦକ ପ୍ରଦାନ
ପଚରାଯିବାକୁ ଥିବା ୪୦ ପ୍ରଶ୍ନ
୧) ବ୍ୟକ୍ତିଙ୍କ ନାମ
୨) ପରିବାରର ମୁଖ୍ୟଙ୍କ ସହ ସମ୍ପର୍କ
୩) ଲିଙ୍ଗ
୪) ଜନ୍ମ ତିଥି ଏବଂ ବୟସ
୫) ବର୍ତ୍ତମାନର ବୈବାହିକ ସ୍ଥିତି
୬) ବିବାହ ସମୟରେ ହୋଇଥିବା ବୟସ
୭) ଜୀବନସାଥୀଙ୍କ ନାଁ
୮) ନାଗରିକତା
୯) ଧର୍ମ
୧୦) ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି
୧୧) ପିତାଙ୍କ ନାଁ
୧୨) ମାତାଙ୍କ ନାଁ
୧୩) ଦିବ୍ୟାଙ୍ଗ
୧୪) ମାତୃଭାଷା ଓ ଜାଣିଥିବା ଅନ୍ୟ ଭାଷା
୧୫) ସାକ୍ଷରତା ଓ ଡିଜିଟାଲ୍ ସାକ୍ଷରତା ସ୍ଥିତି
୧୬) ଶିକ୍ଷାନୁଷ୍ଠାନରେ ଉପସ୍ଥାନ
୧୭) ସର୍ବୋଚ୍ଚ ଶିକ୍ଷା ଓ ବିଷୟ
୧୮) ଗତ ବର୍ଷରେ କେବେ କାମ କରିଥିଲେ
୧୯) ଆର୍ଥିକ ଗତିବିଧିର ଶ୍ରେଣୀ
୨୦) ବ୍ୟବସାୟ
୨୧) ଉଦ୍ୟୋଗ, ବାଣିଜ୍ୟ କିମ୍ବା ସେବାର କ୍ଷେତ୍ର
୨୨) ଶ୍ରମିକ ବର୍ଗର
୨୩) ଅଣ-ଆର୍ଥିକ କାର୍ଯ୍ୟକଳାପ (ନଗଣ୍ୟ, ନାମମାତ୍ର, ଅଣ-ଶ୍ରମିକ ଶ୍ରେଣୀର)
୨୪) କାର୍ଯ୍ୟ ଖୋଜୁଛନ୍ତି ନା କାର୍ଯ୍ୟ କରିବା ପାଇଁ ଉପଲବ୍ଧ ଅଛନ୍ତି
୨୫) କାର୍ଯ୍ୟସ୍ଥଳ ପର୍ଯ୍ୟନ୍ତ ଯାତ୍ରା
୨୬) ଜନ୍ମ ସ୍ଥାନ
୨୭) ଏହା ପୂର୍ବରୁ କେଉଁଠି ରହୁଥିଲେ
୨୮) ସେଠାରୁ କାହିଁକି ଆସିଲେ
୨୯) ଏଠାରେ କେତେ ବର୍ଷ ହେବ ରହିଲେଣି
୩୦) ସ୍ଥାୟୀ ଠିକଣା
୩୧) ବର୍ତ୍ତମାନ ଜୀବିତ ସନ୍ତାନଙ୍କ ସଂଖ୍ୟା
୩୨) ବର୍ତ୍ତମାନ ସୁଦ୍ଧା ଜନ୍ମ ହୋଇଥିବା ଜୀବିତ ଛୁଆଙ୍କ ମୋଟ ସଂଖ୍ୟା
୩୩) ଗତ ବର୍ଷକ ମଧ୍ୟରେ ଜନ୍ମ ହୋଇଥିବା ଜୀବିତ ଶିଶୁଙ୍କ ସଂଖ୍ୟା
୩୪) କୋଭିଡ-୧୯ ଟିକା କେଉଁଠି ନେଇଥିଲେ
୩୫) ମୋଟ ବ୍ୟାଙ୍କ ଆକାଉଣ୍ଟ ସଂଖ୍ୟା
୩୬) ମୋବାଇଲ୍ ନମ୍ବର
୩୭) ଆଧାର ନମ୍ବର
୩୮) ଭୋଟର ପରିଚୟ ପତ୍ର ନମ୍ବର
୩୯) ପାସପୋର୍ଟ ନମ୍ବର
୪୦) ଡ୍ରାଇଭିଂ ଲାଇସେନ୍ସ ଅଛି ନା ନାହିଁ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories