Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆସନ୍ତା ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇପାରେ ଜନଗଣନା

Smruti Parija
Browse all articles by Smruti Parija
·1 year ago
ଆସନ୍ତା ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇପାରେ ଜନଗଣନା

 ଅର୍ଗସ ବ୍ୟୁରୋ: ଆସନ୍ତା ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇପାରେ ଜନଗଣନା । ପୁରା ପ୍ରକ୍ରିୟା ସରିବା ପାଇଁ ପ୍ରାୟ ୧୮ ମାସ ସମୟ ଲାଗିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ୨୦୨୧ ସୁଦ୍ଧା ଜନଗଣନା କରିବା ପାଇଁ ସ୍ଥିର ହୋଇଥିଲେ ମଧ୍ୟ କୋଭିଡ ମହାମାରୀ ଯୋଗୁଁ ଏହା ବିଳମ୍ବ ହୋଇଛି । ବର୍ତ୍ତମାନ ୨୦୧୧ ଜନଗଣନା ଅନୁଯାୟୀ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଉଛି ।

ଗୃହ ମନ୍ତ୍ରାଳୟ ଓ ପରିସଂଖ୍ୟାନ ମନ୍ତ୍ରାଳୟ ପକ୍ଷରୁ ୧୫ବର୍ଷର ଜନଗଣନା କରାଯାଇ ମାର୍ଚ୍ଚ ୨୦୨୬ ସୁଦ୍ଧା ରିପୋର୍ଟ ପ୍ରକାଶ ପାଇବ । ଜାତିସଂଘ ପକ୍ଷରୁ ଗତବର୍ଷ ପ୍ରକାଶ ପାଇଥିବା ରିପୋର୍ଟରେ ଜନସଂଖ୍ୟାରେ ଚୀନକୁ ଟପି ଭାରତ ଆଗରେ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
census-may-start-from-september | Argus News