ଆଜି ଜନଗଣନା ନେଇ ପ୍ରକାଶ ପାଇବ ବିଜ୍ଞପ୍ତି

Key Points
ଆଜି ଜନଗଣନା ନେଇ ପ୍ରକାଶ ପାଇବ ବିଜ୍ଞପ୍ତି
ଦେଶରେ ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା
ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ତଥ୍ୟ ସଂଗ୍ରହ କରାଯିବ
ଆଜି ଜନଗଣନା ନେଇ ପ୍ରକାଶ ପାଇବ ବିଜ୍ଞପ୍ତି । ଏ ନେଇ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ । ଦେଶରେ ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା । ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକାକରଣ କାର୍ଯ୍ୟ କରାଯିବ । ଏଥିରେ ରହିବ ପରିବାରର ବାସଗୃହ, ସମ୍ପତ୍ତି ଓ ସରକାରୀ ସୁବିଧା ତଥ୍ୟ ।
ଦ୍ଵିତୀୟ ପର୍ଯ୍ୟାୟରେ ଜନଗଣନା କରାଯିବ । ଏଥିରେ ପ୍ରତି ପରିବାରର ବ୍ୟକ୍ତିଙ୍କ ତଥ୍ୟ ରହିବ । ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ତଥ୍ୟ ସଂଗ୍ରହ କରାଯିବ ।ଏହା ସହିତ ଜାତି ଜନଗଣନା ମଧ୍ୟ କରାଯିବ । ଡିଜିଟାଲ୍ ମାଧ୍ୟମରେ ହେବ ଜନଗଣନା । ମୋବାଇଲ୍ ଆପ୍ର ମଧ୍ୟ ବ୍ୟବହାର କରାଯିବ । ନିଜ ଆଡୁ ଜନଗଣନାରେ ସାମିଲ୍ ହୋଇ ତଥ୍ୟ ଦେଇପାରିବେ ଲୋକେ । ତଥ୍ୟର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ହେବ କଡ଼ା ସୁରକ୍ଷା ବ୍ୟବସ୍ଥା ଏହି ଜନଗଣନା ଆରମ୍ଭରୁ 16ତମ ଓ ସ୍ଵାଧୀନତା ପରେ ଅଷ୍ଟମ ।