Videos
|
National

Cabinet Decisions / ତିନୋଟି ବଡ଼ ଘୋଷଣାା କଲା କେନ୍ଦ୍ର କ୍ୟାବିନେଟ, ଆସନ୍ତୁ ଜାଣିବା କେଉଁମାନଙ୍କୁ ମିଳିବ ଏହାର ଫାଇଦା

Bikash Mohanty
Browse all articles by Bikash Mohanty
·2 hours ago·2 min read
ତିନୋଟି ବଡ଼ ଘୋଷଣାା କଲା କେନ୍ଦ୍ର କ୍ୟାବିନେଟ, ଆସନ୍ତୁ ଜାଣିବା କେଉଁମାନଙ୍କୁ ମିଳିବ ଏହାର ଫାଇଦା
Union Cabinet

Key Points

ଦୀପାବଳି ପୂର୍ବରୁ କେନ୍ଦ୍ର କ୍ୟାବିନେଟର ବଡ଼ ଘୋଷଣା
ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍
୪୦ ପ୍ରତିଶତ ଅକ୍ଷମ ଥିବା ଦିବ୍ୟାଙ୍ଗଙ୍କୁ ପେନସନ
ସାମାଜିକ ସୁରକ୍ଷା ପାଇଁ ପାଖାପାଖି ୫୪ ହଜାର କୋଟିର  ବ୍ୟୟବରାଦ
ନୁଆଦିଲ୍ଲୀ,୧୪/୧୦: ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍ ,୪୦ ପ୍ରତିଶତ ଅକ୍ଷମ ଥିବା ଦିବ୍ୟାଙ୍ଗଙ୍କୁ ପେନସନ ଓ ସାମାଜିକ ସୁରକ୍ଷା ପାଇ ପାଖାପାଖି ୫୪ ହଜାର କୋଟି ଟଙ୍କାର ବ୍ୟୟବରାଦ କରିବାକୁ କେନ୍ଦ୍ର କ୍ୟାବିନେଟ ବଡ଼ ନିଷ୍ପତ୍ତି ନେଇଛି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧକ୍ଷତାରେ ବସିଥିଲା କେନ୍ଦ୍ର କ୍ୟାବିନେଟର ବଡ଼ ବୈଠକ। ଏଥିରେ ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍ ପ୍ରଦାନ କରିବା ସହ ସାମାଜିକ ସୁରକ୍ଷା ଏବଂ ଦିବ୍ୟାଙ୍ଗ ପେନସନ୍ ବ୍ୟବସ୍ଥାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି କେନ୍ଦ୍ର ସରକାର। 

୧. ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍

ଦେଶର ପ୍ରାୟ ୧୧.୪ ଲକ୍ଷ ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍ ପ୍ରଦାନ କରାଯିବ। ଏଥିପାଇଁ ସରକାର ପ୍ରାୟ ୨,୦୦୯ କୋଟି ଟଙ୍କା ବ୍ୟୟ କରିବେ। ଏହି ନିଷ୍ପତ୍ତିକୁ ଦୀପାବଳି ଉପହାର ବୋଲି କହିଛନ୍ତି  କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରେଳ କର୍ମଚାରୀମାନେ ବର୍ଷସାରା ନିଷ୍ଠାର ସହ କାର୍ଯ୍ୟ କରିଥାନ୍ତି। ବିଶେଷକରି ପାର୍ବଣ ଋତୁରେ ଯାତ୍ରୀଙ୍କ ଭିଡ଼ ବଢ଼ୁଥିବା ସମୟରେ ଅନେକ କର୍ମଚାରୀ ନିଜ ପରିବାରଠାରୁ ଦୂରରେ ରହି ରେଳ ଟ୍ରାକ୍, ଟ୍ରେନ୍ ଏବଂ କର୍ମଶାଳାରେ ଅକ୍ଲାନ୍ତ ପରିଶ୍ରମ କରନ୍ତି। ସେମାନଙ୍କ ଅବଦାନକୁ ସମ୍ମାନ ଜଣାଇବା ଲାଗି ଏହି ବୋନସ୍ ନିଷ୍ପତ୍ତି ନିଆଯାଇଛି।

୨. ସାମାଜିକ ସୁରକ୍ଷା ପରିସର ବଢ଼ାଇବାକୁ ୫୩,୪୨୮ କୋଟି ଟଙ୍କା

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦେଶର ସାମାଜିକ ସୁରକ୍ଷା ବ୍ୟବସ୍ଥାର ବିସ୍ତାର ସହ ଜଡ଼ିତ। ୨୦୩୧ ସୁଦ୍ଧା ସାମାଜିକ ସୁରକ୍ଷାର ପରିସରକୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟରେ ୫୩,୪୨୮ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ କରାଯାଇଛି। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଅଧିକ ଲୋକଙ୍କୁ ସାମାଜିକ ସୁରକ୍ଷାର ପରିସରକୁ ଆଣିବା। ଏହାଦ୍ୱାରା ଯୋଗ୍ୟ ହିତାଧିକାରୀଙ୍କ ପାଖରେ ସୁରକ୍ଷାମୂଳକ ଯୋଜନାର ସୁବିଧା ପହଞ୍ଚାଇବା ।

ପଢନ୍ତୁ ଏହି ଖବର: ଆସଲା ବଡ଼ ଖବର: ଏମଏସପିରେ କପା ଏବଂ ସୋୟାବିନ୍ କରିବେ ବିକ୍ରି, ଏହି ତାରିଖ ପୂର୍ବରୁ କରନ୍ତୁ ପଞ୍ଜୀକରଣ

୩. ଦିବ୍ୟାଙ୍ଗ ପେନସନ୍ ନିୟମରେ ବଡ଼ ପରିବର୍ତ୍ତନ

ଦିବ୍ୟାଙ୍ଗ ପେନସନ୍ ପାଇଁ ଥିବା ଯୋଗ୍ୟତା ନିୟମକୁ ସରଳ କରାଯାଇଛି। ପୂର୍ବରୁ ଏହି ପେନସନ୍ ପାଇବା ପାଇଁ ଅତି କମ୍‌ରେ ୮୦ ପ୍ରତିଶତ ଅକ୍ଷମତା ଥିବା ଆବଶ୍ୟକ ଥିଲା। ଏବେ ଏହି ସୀମାକୁ ହ୍ରାସ କରି ୪୦ ପ୍ରତିଶତ କରାଯାଇଛି। ଏହାର ଅର୍ଥ, ୪୦ ପ୍ରତିଶତ ଅକ୍ଷମତା ଥିବା ଯୋଗ୍ୟ ବ୍ୟକ୍ତିମାନେ ମଧ୍ୟ ନିର୍ଦ୍ଧାରିତ ନିୟମ ଅନୁଯାୟୀ ପେନସନ୍ ପାଇବା ପାଇଁ ବିଚାରଯୋଗ୍ୟ ହେବେ। ଏହି ପରିବର୍ତ୍ତନ ଫଳରେ ପୂର୍ବରୁ ଅଧିକ ଅକ୍ଷମତା ସୀମା କାରଣରୁ ପେନସନ୍ ପରିସରରୁ ବାଦ୍ ପଡ଼ୁଥିବା ଅନେକ ବ୍ୟକ୍ତି ଉପକୃତ ହୋଇପାରନ୍ତି। ଏହା ସହ ଜନ୍ମରୁ ଦିବ୍ୟାଙ୍ଗ ଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ପେନସନ୍ ଯୋଜନାରେ ସାମିଲ କରିବା ନେଇ ନିଷ୍ପତ୍ତି ନିଆଯାଇଛି ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

ମୋଟାମୋଟି ଭାବେ, ରେଳ କର୍ମଚାରୀଙ୍କୁ ବୋନସ୍ ପ୍ରଦାନ, ସାମାଜିକ ସୁରକ୍ଷା ପାଇଁ ବଜେଟ୍ ବ୍ୟୟବରାଦ ଏବଂ ଦିବ୍ୟାଙ୍ଗ ପେନସନ୍ ନିୟମର ସରଳୀକରଣ ଏହି ତିନୋଟି ନିଷ୍ପତ୍ତି ମାଧ୍ୟମରେ ସରକାର କର୍ମଚାରୀ ଓ ଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଏବଂ ସାମାଜିକ ସୁରକ୍ଷା ଯୋଗାଇବା ଦିଗରେ ପଦକ୍ଷେପ ନେଇଛନ୍ତି।