Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କୌଣସି ଛାତ୍ରଛାତ୍ରୀଙ୍କ କ୍ୟାରିୟର ସହ ଖେଳାଯିବ ନାହିଁ -କେନ୍ଦ୍ର ଶିକ୍ଷାମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·1 min read
କୌଣସି ଛାତ୍ରଛାତ୍ରୀଙ୍କ କ୍ୟାରିୟର ସହ ଖେଳାଯିବ ନାହିଁ -କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ନିଟ୍ ପରୀକ୍ଷାର୍ଥୀଙ୍କ ସ୍ବାର୍ଥକୁ ଧ୍ୟାନ ଦିଆଯିବ । କୌଣସି ଛାତ୍ରଛାତ୍ରୀଙ୍କ କ୍ୟାରିୟର ସହ ଖେଳାଯିବ ନାହିଁ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆ Xରେ ସୂଚନା ଦେଇଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ । 

ଛାତ୍ରଛାତ୍ରୀମାନେ ଏନେଇ ନିଶ୍ଚିନ୍ତ ରହନ୍ତୁ । ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ରହିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର ସରକାର ପରୀକ୍ଷାର୍ଥୀଙ୍କ ହିତ ପାଇଁ ପଦେକ୍ଷପ ନେବେ । ଖୁବଶୀଘ୍ର ନିଟ୍ ପାଇଁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ । ତେଣୁ ପରୀକ୍ଷାର୍ଥୀମାନେ କୌଣସି ଦ୍ୱନ୍ଦ୍ୱ ନ ରଖି ଆଗକୁ ବଢିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Dharmendra Pradhan (@dpradhanbjp) June 14, 2024

 

ଆହୁରି ପଢନ୍ତୁ ଭାରତ ଖବର...

Sponsored
central-education-minister-dharmendra-pradhan-reaction-on-neet-exam | Argus News