Decision on Sugar / ଚିନି ଯୋଗାଣ ନେଇ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
·30 mins ago·3 min read

Key Points
ଶସ୍ତା ହେବ ଚିନି !
ଚିନି ବିକ୍ରି ପାଇଁ କୋଟା ସ୍ଥିର କଲେ ସରକାର
ଚିନି ଯୋଗାଣ ନେଇ କେନ୍ଦ୍ରସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ, ୩୧/୦୮: ବଜାରରେ ଚିନିର ପର୍ଯ୍ୟାପ୍ତ ଉପଲବ୍ଧତାଏବଂ କୃତ୍ରିମ ଅଭାବକୁ ରୋକିବା ପାଇଁ କେନ୍ଦ୍ର ସରକାର ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି। ସେପ୍ଟେମ୍ବର ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ବଜାରକୁ ଚିନି ଯୋଗାଣ ପାଇଁ ସରକାର ୧.୩ ନିୟୁତ ଟନ୍ ବା ୧୩ ଲକ୍ଷ ଟନ୍ ଚିନି କୋଟା ଧାର୍ଯ୍ୟ କରିଛନ୍ତି। ନୂଆ ସରକାରୀ ବ୍ୟବସ୍ଥା ଅନୁଯାୟୀ, ଚିନି କଳଗୁଡ଼ିକୁ ରିଲିଜ୍ ଅର୍ଡର ମିଳିବାର ସାତ ଦିନ ମଧ୍ୟରେ ନିର୍ଦ୍ଧାରିତ କୋଟାର ଚିନି ବିକ୍ରି କରିବାକୁ ପଡ଼ିବ। ପୂର୍ବରୁ ମିଲ୍ଗୁଡ଼ିକୁ ଏହି କୋଟା ବିକ୍ରି ପାଇଁ ପ୍ରାୟ ଏକ ମାସ ସମୟ ମିଳୁଥିବା ବେଳେ ଏବେ ଏହି ସମୟସୀମାକୁ ସାତ ଦିନକୁ କମାଇ ଦିଆଯାଇଛି। ସରକାରଙ୍କ ଏହି ପଦକ୍ଷେପ ପଛରେ ବଜାରରେ ଚିନି ଯୋଗାଣକୁ ନିୟମିତ ରଖିବା ଏବଂ ଅଧିକ ଲାଭ ଆଶାରେ ଚିନି ଗଚ୍ଛିତ କରିବା ପ୍ରବୃତ୍ତିକୁ ରୋକିବା ମୁଖ୍ୟ ଉଦ୍ଦେଶ୍ୟ।
କ’ଣ ଏହି ନୂଆ କୋଟା ବ୍ୟବସ୍ଥା?
ସରକାରଙ୍କ ‘ରିଲିଜ୍ ଅର୍ଡର’ ବ୍ୟବସ୍ଥା ଅନୁଯାୟୀ, ଏକ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ କୌଣସି ଚିନି ମିଲ୍ ଖୋଲା ବଜାରରେ କେତେ ପରିମାଣର ଚିନି ବିକ୍ରି କରିପାରିବ, ତାହା ସରକାର ନିର୍ଦ୍ଧାରଣ କରିଥାନ୍ତି। ଅର୍ଥାତ୍, ଚିନି ମିଲ୍ଗୁଡ଼ିକ ଗୋଦାମରେ ରହିଥିବା ସମସ୍ତ ଚିନିକୁ ଏକାଥରକେ ବଜାରକୁ ଛାଡ଼ିପାରିବେ ନାହିଁ। ଯଦି ଏକାଥରେ ବଜାରକୁ ବହୁ ପରିମାଣର ଚିନି ଯୋଗାଣ ହୁଏ, ତେବେ ଚିନିର ଦାମ ହଠାତ୍ କମିଯିବାର ସମ୍ଭାବନା ରହିଥାଏ। ଏହା ଚିନି ମିଲ୍ଗୁଡ଼ିକ ପାଇଁ ଆର୍ଥିକ କ୍ଷତିର କାରଣ ହୋଇପାରେ। ଅନ୍ୟପଟେ, ମିଲ୍ଗୁଡ଼ିକ ଯଦି ଅଧିକ ଦାମରେ ବିକ୍ରି କରିବା ଆଶାରେ ଚିନି ଗଚ୍ଛିତ ରଖନ୍ତି, ତେବେ ବଜାରରେ କୃତ୍ରିମ ଅଭାବ ସୃଷ୍ଟି ହୋଇପାରେ। ଫଳରେ ଚିନିର ଦର ଆକାଶଛୁଆଁ ହୋଇ ଖାଉଟିଙ୍କ ଉପରେ ଅତିରିକ୍ତ ବୋଝ ପଡ଼ିବ। ଏହି ଦୁଇ ପରିସ୍ଥିତି ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ସରକାର ରିଲିଜ୍ ଅର୍ଡର ଏବଂ କୋଟା ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ଲାଗୁ କରୁଛନ୍ତି।
ପଢନ୍ତୁ ଏହି ଖବର: ମହଙ୍ଗା ହେବ କ୍ଷୀର ଦର, ଲିଟର ପିଛା ହୋଇପାରେ ୧୦୨ ଟଙ୍କା
କଳାବଜାରୀ ରୋକିବାକୁ କଡ଼ା ନିୟମ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚିନିର ବର୍ଦ୍ଧିତ ମୂଲ୍ୟ ମଧ୍ୟରେ ଅଧିକ ଲାଭ ପାଇଁ ଷ୍ଟକ୍ ଗଚ୍ଛିତ ରଖିବାର ସମ୍ଭାବନାକୁ ନଜରରେ ରଖି କେନ୍ଦ୍ର ସରକାର ଏହି ନୂଆ ସାତ ଦିନର ସମୟସୀମା ଲାଗୁ କରିଛନ୍ତି। ସେପ୍ଟେମ୍ବର ୧ରୁ ୧୫ ତାରିଖ ମଧ୍ୟରେ ଧାର୍ଯ୍ୟ ହୋଇଥିବା ୧୩ ଲକ୍ଷ ଟନ୍ ଚିନିକୁ ନିର୍ଦ୍ଧାରିତ ସମୟରେ ବଜାରକୁ ଛାଡ଼ିବା ଉପରେ ଗୁରୁତ୍ୱ ଦିଆଯାଇଛି। ସରକାରଙ୍କ ଆକଳନ ଅନୁଯାୟୀ, ଆଗାମୀ ଦିନରେ ପର୍ବପର୍ବାଣୀ ସମୟରେ ଚିନିର ଚାହିଦା ବଢ଼ିବ। ଗଣେଶ ଚତୁର୍ଥୀ ଏବଂ ଓଣମ ଭଳି ପର୍ବପର୍ବାଣୀରେ ମିଠା ଓ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ପାଇଁ ଚିନିର ବ୍ୟବହାର ଅଧିକ ହୋଇଥାଏ। ଏହି ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ସରକାର ଏହି କୋଟା ଧାର୍ଯ୍ୟ କରିଥିବା କୁହାଯାଉଛି।
ଖାଉଟିଙ୍କ ପାଇଁ କ’ଣ ହେବ ଫାଇଦା?
ସରକାରଙ୍କ ନୂଆ ନିଷ୍ପତ୍ତି ଫଳରେ ବଜାରରେ ଚିନିର ନିୟମିତ ଯୋଗାଣ ରହିବାର ଆଶା କରାଯାଉଛି। ସେପ୍ଟେମ୍ବର ୧ରୁ ୧୫ ତାରିଖ ମଧ୍ୟରେ ୧୩ ଲକ୍ଷ ଟନ୍ ଚିନି ବଜାରକୁ ଛାଡ଼ାଯିବ। ମିଲ୍ଗୁଡ଼ିକୁ ମଧ୍ୟ ରିଲିଜ୍ ଅର୍ଡର ପାଇବା ପରେ ସାତ ଦିନ ମଧ୍ୟରେ କୋଟା ବିକ୍ରି କରିବାକୁ ପଡ଼ିବ। ଏହା ଫଳରେ ବଜାରରେ ଚିନିର କୃତ୍ରିମ ଅଭାବ ହେବାର ସମ୍ଭାବନା କମିବ ଏବଂ ଦାମକୁ ନିୟନ୍ତ୍ରଣରେ ରଖିବାରେ ସହାୟତା ମିଳିପାରେ। ଖାଉଟିଙ୍କୁ ମଧ୍ୟ ଅତ୍ୟଧିକ ଦାମରେ ଚିନି କିଣିବାକୁ ପଡ଼ିବ ନାହିଁ ବୋଲି ଆଶା କରାଯାଉଛି।
ସରକାର ଏହା ସହିତ ବଡ଼ କ୍ରେତାମାନଙ୍କ ଉପରେ ମଧ୍ୟ ନଜର ରଖିଛନ୍ତି। ମିଠା ପ୍ରସ୍ତୁତକାରୀ ସଂସ୍ଥା, ଥଣ୍ଡା ପାନୀୟ ନିର୍ମାତା ଏବଂ ଅନ୍ୟ ବଲ୍କ କ୍ରେତାଙ୍କୁ ୧୫ ଦିନରୁ ଅଧିକ ସମୟ ପାଇଁ ଚିନି ଷ୍ଟକ୍ ରଖିବା ଉପରେ କଟକଣା ଲାଗୁ କରାଯାଇଛି। ଏହି ନିୟମ ନଭେମ୍ବର ଶେଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ରହିବ ବୋଲି କୁହାଯାଇଛି। ମୋଟାମୋଟି ଭାବେ, ପର୍ବପର୍ବାଣୀ ପୂର୍ବରୁ ଚିନିର ପର୍ଯ୍ୟାପ୍ତ ଯୋଗାଣ, ଗଚ୍ଛିତୀକରଣ ରୋକିବା ଏବଂ ଦରକୁ ନିୟନ୍ତ୍ରଣରେ ରଖିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏହି ନୂଆ କୋଟା ବ୍ୟବସ୍ଥା ଲାଗୁ କରିଛନ୍ତି।

Related Topics
Explore more stories