Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସାରା ଦେଶରେ ଲାଗୁ ହେଲା CAA

Smruti Parija
Browse all articles by Smruti Parija
·2 years ago·1 min read
ସାରା ଦେଶରେ ଲାଗୁ ହେଲା CAA

ଅର୍ଗସ ବ୍ୟୁରୋ: ଦେଶରେ ଲାଗୁ ହେଲା ସିଏଏ । ସିଏଏକୁ ନେଇ ଜାରି ହେଲା ବିଜ୍ଞପ୍ତି । 3 ଦେଶର ସଂଖ୍ୟାଲଘୁଙ୍କୁ ମିଳିବ ନାଗରିକତା । ଏନେଇ ବିଜ୍ଞପ୍ତି ଜାରି କଲେ କେନ୍ଦ୍ର ସରକାର । ଶରମାର୍ଥୀମାନଙ୍କୁ ମିଳିପାରିବ ନାଗରିକତା । 3 ଦେଶ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନ । ଏହି ଦେଶର 2014 ପୂର୍ବରୁ ଶରଣ ନେଇଥିବା ଶରଣାର୍ଥୀଙ୍କୁ ମିଳିବ ନାଗରିକତା ।   

2019 ଡିସେମ୍ବରରେ ସିଏଏ ପାରିତ ହୋଇଥିଲା । ଏହା ସପକ୍ଷରେ 125 ଓ ବିରୋଧରେ 105 ଖଣ୍ଡ ଭୋଟ୍ ପଡ଼ିଥିଲା । ରାଷ୍ଟ୍ରପତିଙ୍କ ଦ୍ବାରା ଏହି ବିଧେୟକକୁ 2019, 12 ଡିସେମ୍ବରରେ ମଞ୍ଜୁରୀ ମିଳିଥିଲା । 

୨୦୧୪ ଡିସେମ୍ବର ୩୧ ପୂର୍ବରୁ ପଡୋଶୀ ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶରେ ଉତ୍ପୀଡ଼ନର ଶିକାର ହୋଇ ଭାରତରେ ପ୍ରବେଶ କରିଥିବା ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କୁ ନାଗରିକତ୍ୱ ପ୍ରଦାନ କରିବା ଏହି ଆଇନର ଉଦ୍ଦେଶ୍ୟ । ଏହା ଭାରତୀୟ ନାଗରିକଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ । ଏହା ବ୍ୟତୀତ କୌଣସି ବିଦେଶୀ ଭାରତୀୟ ନାଗରିକତ୍ୱ ଗ୍ରହଣ ଲାଗି ନାଗରିକତ୍ୱ ଆଇନ, ୧୯୫୫ରେ ରହିଥିବା ବ୍ୟବସ୍ଥାକୁ ସିଏଏ ପ୍ରଭାବିତ କରିବ ନାହଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେମିତି କରିହେବ ଆବେଦନ ?

-ସମଗ୍ର ପ୍ରକ୍ରିୟା ଅନଲାଇନ୍ ହୋଇଥିବାରୁ ଅନଲାଇନ୍ ପୋର୍ଟାଲ ମାଧ୍ୟମରେ ଆବେଦନ
-ଆବେଦନ ପାଇଁ କୌଣସି ଦସ୍ତାବିଜର ଆବଶ୍ୟକତା ନାହିଁ
-ଆବେଦନକାରୀ କେବଳ ଭାରତକୁ ଆସିଥିବା ବର୍ଷ ନେଇ ତଥ୍ୟ ଦେବେ

Sponsored
Central Government notifies implementation of Citizenship Amendment Act (CAA). | Argus News