Videos
|
National

Online Game / ଅନଲାଇନ୍‌ରେ ଖେଳାଯାଉଥିବା ଟଙ୍କା ଖେଳକୁ ନେଇ ନୂତନ ଆଇନ

Swoyang prajna Mishra
Browse all articles by Swoyang prajna Mishra
·10 months ago·1 min read
ଅନଲାଇନ୍‌ରେ ଖେଳାଯାଉଥିବା ଟଙ୍କା ଖେଳକୁ ନେଇ ନୂତନ ଆଇନ

Key Points

ଅନଲାଇନ୍ ଗେମ୍‌କୁ ନେଇ ବଡ଼ ନିସ୍ପତ୍ତି
ଅନଲାଇନ୍ ଟଙ୍କା ଖେଳକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ଯୋଜନା
ଅନଲାଇନ୍‌ରେ ଖେଳାଯାଉଥିବା ଟଙ୍କା ଖେଳକୁ ନେଇ ନୂତନ ଆଇନ
ଅକ୍ଟୋବର ୧ ରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେବ ଏହି ନିୟମ

ଅନଲାଇନ୍ ଗେମ୍‌କୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଅନଲାଇନ୍ ଟଙ୍କା ଖେଳକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ଯୋଜନା । ଅନଲାଇନ୍‌ରେ ଖେଳାଯାଉଥିବା ଟଙ୍କା ଖେଳକୁ ନେଇ ନୂତନ ଆଇନ ପ୍ରଣୟନ କରାଯାଇଛି । ଅକ୍ଟୋବର ୧ ରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେବ ଏହି ନିୟମ । ଏହି ଆଇନ କେବଳ ଜୁଆ ସମ୍ବନ୍ଧୀୟ ଖେଳ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ, ବରଂ ଖେଳ ସହିତ ଜଡିତ ପ୍ରଚାର ଏବଂ ଟଙ୍କା କାରବାର ଉପରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏହି ଖେଳ ପରିଚାଳନା, ପ୍ରଚାର କିମ୍ବା ଟଙ୍କା କାରବାରରେ ଲିପ୍ତ ଧରାପଡ଼ିଲେ ବ୍ୟକ୍ତି କିମ୍ବା କମ୍ପାନୀକୁ ଜେଲ୍ ଏବଂ ଲକ୍ଷ ଲକ୍ଷ ଟଙ୍କା ଜରିମାନା ହୋଇପାରେ ।


କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ସରକାର ଗତ ତିନି ବର୍ଷ ଧରି ଅନଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ସହିତ ଆଲୋଚନା କରିଆସୁଛନ୍ତି । ସଂସଦ ଦ୍ୱାରା ଆଇନ ଗୃହୀତ ହୋଇଛି ଏବଂ ଏହାର ନିୟମଗୁଡ଼ିକୁ ଚୂଡ଼ାନ୍ତ କରାଯାଇଛି । ସେ କହିଛନ୍ତି, "ଆମେ ବ୍ୟାଙ୍କ, କମ୍ପାନୀ ଏବଂ ଅନ୍ୟମାନଙ୍କ ସହିତ କଥା ହୋଇଛୁ । ବର୍ତ୍ତମାନ ଏହି ନିୟମଗୁଡ଼ିକୁ କାର୍ଯ୍ୟକାରୀ କରିବାର ସମୟ ଆସିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories