Videos
|
National

ବିବାଦୀୟ ଆପ ଉପରେ କେନ୍ଦ୍ର ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ୍

Smruti Parija
Browse all articles by Smruti Parija
·1 year ago·1 min read
ବିବାଦୀୟ ଆପ ଉପରେ କେନ୍ଦ୍ର ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ୍

Key Points

ବିବାଦୀୟ ଆପ ଉପରେ କେନ୍ଦ୍ର ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ୍

ଉଲୁ ଓ ଅଲ୍ଟ ବାଲାଜୀ ସହ ୨୫ ଆପ୍ ବ୍ୟାନ୍

ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ନୋଟିଫିକେସନ ଜାରି

ବିବାଦୀୟ ଆପ ଉପରେ କେନ୍ଦ୍ର ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ୍ । ଉଲୁ ଓ ଅଲ୍ଟ ବାଲାଜୀ ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କେନ୍ଦ୍ର ସରକାର । ଅଶ୍ଳୀଳ କଣ୍ଟେଣ୍ଟ୍ ପ୍ରସାରଣ ଅଭିଯୋଗରେ ଆପ୍ଲିକେସନ୍ ଦେଶରେ ବ୍ୟାନ୍ ହୋଇଛି । ଉଲୁ ଓ ଅଲ୍ଟ ବାଲାଜୀ ସହ ୨୫ ଆପ୍ ବ୍ୟାନ୍ କରିଛନ୍ତି କେନ୍ଦ୍ର ସରକାର । ULLU, ALLT, ଦେଶୀଫ୍ଲିକ୍ସ, ବୁମେକ୍ସ, ନୱରସା ଲାଇଟ୍, ଗୁଲାବ ଆପ୍ ଏବଂ ବିଗ୍ ସଟ୍‌ସ୍ ଭଳି ୨୫ଟି ଆପ୍‌ ଏବଂ ୱେବସାଇଟ୍‌ ବ୍ୟାନ୍ କରାଯାଇଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ନୋଟିଫିକେସନ ଜାରି ହୋଇଛି । ଅଶ୍ଳୀଳ କଣ୍ଟେଣ୍ଟକୁ ପ୍ରମୋସନ କରୁଥିବା ୱେବସାଇଟ୍‌କୁ ତୁରନ୍ତ ବ୍ଲକ କରିବାକୁ ଇଣ୍ଟରନେଟ୍ ସର୍ଭିସ୍ ପ୍ରୋଭାଇଡରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।


ULLU ର ବିଷୟବସ୍ତୁ ସବୁବେଳେ ଆଶ୍ଳୀଳ ଓ ଆପତ୍ତିଜନକ ରହୁଥିଲା । ଏଥିପାଇଁ ଏହାକୁ ବାରମ୍ବାର ତାଗିଦ୍ କରାଯାଉଥିବା ସତ୍ତ୍ୱେ ମଧ୍ୟ କେବେ ବି ଏଥିରେ ପ୍ରତିବନ୍ଧକ ଲଗାଉନଥିଲା । ଚଳିତ ବର୍ଷ ଆରମ୍ଭରୁ ହିଁ ଅଜାଜ୍ ଖାନଙ୍କ ଦ୍ୱାରା ହୋଷ୍ଟ କରାଯାଇଥିବା ହାଉସ ଆରେଷ୍ଟ ନାମକ ଏକ ଶୋ'କୁ ଏହାର ଯୌନ ଜନିତ ବିଷୟବସ୍ତୁ ଯୋଗୁଁ ଷ୍ଟ୍ରିମିଂ ପ୍ଲାଟଫର୍ମରୁ ପ୍ରତ୍ୟାହାର କରାଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


MIB ଅନୁଯାୟୀ, ଡିଜିଟାଲ୍ ପ୍ରକାଶକ ବିଷୟବସ୍ତୁ ଅଭିଯୋଗ ପରିଷଦ (DPCGC) ଦ୍ୱାରା ULLU ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ରିପୋର୍ଟ ଅନୁଯାୟୀ, ଆପ୍ ରୁ 100 ଟି ୱେବ୍ ସିରିଜ୍ ହଟାଇ ଦିଆଯାଇଥିଲା । କିନ୍ତୁ ଜଣାପଡିଲା ଯେ କିଛି ସମୟ ପରେ ପ୍ଲାଟଫର୍ମ ଆପତ୍ତିଜନକ ଭିଡିଓ ଏବଂ ଏପିସୋଡ୍ ପୁନଃ ଅପଲୋଡ୍ କରିଥିଲା ।

central-governments-digital-strike-on-controversial-apps-including-ullu-and-alt-balaji-bans-25-apps | Argus News