Videos
|
National

ଏମପକ୍ସର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଜୋରଦାର ପ୍ରସ୍ତୁତି

Ritu Das
Browse all articles by Ritu Das
·1 year ago·1 min read
ଏମପକ୍ସର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଜୋରଦାର ପ୍ରସ୍ତୁତି

ଅର୍ଗସ ବ୍ୟୁରୋ: ଏମପକ୍ସର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଜୋରଦାର ପ୍ରସ୍ତୁତି। ଏହାକୁ ବିଶ୍ବର ବଡ଼ ସ୍ୱାସ୍ଥ୍ୟସଙ୍କଟ ଘୋଷଣା କରାଯିବା ସହ ମୁକାବିଲା ପାଇଁ ସର୍ତକତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ମେଡିକାଲ ଗୁଡ଼ିକରେ ଏମର୍ଜେନ୍ସି ୱାର୍ଡ ପ୍ରସ୍ତୁତ ରଖିବା ସହ ବିମାନବନ୍ଦରରେ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏମପକ୍ସ ପ୍ରଭାବିତ ପଡୋଶୀ ଦେଶରୁ ଆସୁଥିବା ନାଗରିକଙ୍କ ଉପରେ ନଜର ରଖିବା ସହ ସ୍କ୍ରିନିଂ କରାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।

ହସ୍ପିଟାଲ ଗୁଡ଼ିକୁ ଆସୁଥିବା ରୋଗୀଙ୍କ ଶରୀରରେ ଯଦି ଲାଲ ଚିହ୍ନ ରହୁଛି ତେବେ ସେମାନଙ୍କୁ ପୃଥକ ୱାର୍ଡରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀର ସଫଦରଜଙ୍ଗ୍, ଲେଡି ହୋର୍ଡିଙ୍ଗ ମେଡ଼ିକାଲ କଲେଜ ଓ ରାମମନୋହର ଲୋହିଆ ହସ୍ପିଟାଲକୁ ନୋଡାଲ ହସ୍ପିଟାଲରେ ପରିଣତ କରାଯାଇଛି। 

ରୋଗୀ ମାନଙ୍କର ଆରଟିପିସିଆର ଓ ସ୍ୱାବ୍ ଟେଷ୍ଟ କରାଯାଉଛି। ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ବି ଏମପକ୍ସ ମାମଲା ଚିହ୍ନଟ ହୋଇନଥିବା ବେଳେ ନିକଟରେ ପଡୋଶୀ ଦେଶ ପାକିସ୍ତାନରେ ୩ଟି ମାମଲା ଚିହ୍ନଟ ହୋଇଛି। ତେଣୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ମଙ୍କିପକ୍ସକୁ ବୈଶ୍ୱିକ ଜରୁରୀ ସ୍ୱାସ୍ଥ୍ୟ ସଙ୍କଟ ଭାବେ ଘୋଷଣା କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Central Government's | Argus News