|
logo
Live

Argus News - କେନ୍ଦ୍ର ସରକାରଙ୍କ ଯୋଜନା,ଅଳ୍ପ ଟଙ୍କାରେ ବଢ଼ିଆ ଲାଭ

National

କେନ୍ଦ୍ର ସରକାରଙ୍କ ଯୋଜନା,ଅଳ୍ପ ଟଙ୍କାରେ ବଢ଼ିଆ ଲାଭ

Arpita Mohanty
Browse all articles by Arpita Mohanty
·1 year ago·2 min read
କେନ୍ଦ୍ର ସରକାରଙ୍କ ଯୋଜନା,ଅଳ୍ପ ଟଙ୍କାରେ ବଢ଼ିଆ ଲାଭ

ଅର୍ଗସ ବ୍ୟୁରୋ: ଯଦି ଆପଣ ମଧ୍ୟ ନିଜ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି ତାହା ପୁଣି ସ୍ୱଳ୍ପ ବଜେଟରେ ତାହେଲେ କେନ୍ଦ୍ର ସରକାର ଆପଣଙ୍କ ପାଇଁ ଆଣିଦେଇଛନ୍ତି ଏକ ସୁବର୍ଣ୍ଣ ସୁଯୋଗ । ଯାହା ଦ୍ଵାରା ଆପଣ ବହୁତ କମ୍ ବିନିଯୋଗରେ ଆୟ କରିପାରିବେ । ଆଜ୍ଞା ହଁ ଆମେ କହୁଛୁ 'ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଓୌଷଧୀ କେନ୍ଦ୍ର' ବିଷୟରେ । ଦେଶରେ କ୍ରମାଗତ ଭାବେ ଏହାର ସଂଖ୍ୟା ବୃଦ୍ଧି ପାଉଛି । ଏହି ଯୋଜନା ମାଧ୍ୟମରେ ଲୋକଙ୍କୁ ସୁଲଭ ମୂଲ୍ୟରେ ଔଷଧ ଯୋଗାଇବା ହେଉଛି ସରକାରଙ୍କ ଉଦ୍ଦେଶ୍ୟ।

ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧୦,୦୦୦ରୁ ଅଧିକ ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ର ଖୋଲାଯାଇଛି ଏବଂ ସରକାରଙ୍କ ତରଫରୁ ଏହାର ସଂଖ୍ୟା ଆହୁରି ବଢ଼ାଇବାକୁ ଗ୍ବରୁତ୍ବ ଦିଆଯାଉଛି। ଏହି ଓୌଷଧ କେନ୍ଦ୍ରଗୁଡିକରେ ୧୮୦୦ ପ୍ରକାରର ଔଷଧ ଏବଂ ୨୮୫ଟି ଡାକ୍ତରୀ ଉପକରଣ ରଖାଯାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବ୍ରାଣ୍ଡେଡ୍ ଔଷଧ ତୁଳନାରେ ଜନ ଔଷଧୀ କେନ୍ଦ୍ରରେ ଔଷଧ ଗୁଡ଼ିକର ମୂଲ୍ୟ ୫୦ ରୁ ୯୦ ପ୍ରତିଶତ କମ୍ ମୂଲ୍ୟରେ ଉପଲବ୍ଧ ।

ପ୍ରଧାନମନ୍ତ୍ରୀ ଜନ ଔଷଧ କେନ୍ଦ୍ର ଖୋଲିବାକୁ ହେଲେ ଆପଣଙ୍କୁ ଏକ ଆବେଦନ କରିବାକୁ ପଡିବ, ଯାହାର ମୂଲ୍ୟ ୫୦୦୦ ଟଙ୍କା ଅଟେ। ଏହି କେନ୍ଦ୍ରଗୁଡିକ ଖୋଲିବାକୁ ହେଲେ ଆବେଦନକାରୀଙ୍କ ପାଖରେ ଡି ଫାର୍ମା କିମ୍ବା ବି ଫାର୍ମାର ସାର୍ଟିଫିକେଟ୍ ରହିବା ଜରୁରୀ ତାସହିତ ଆପଣଙ୍କ ପାଖରେ ୧୨୦ ବର୍ଗଫୁଟର ସ୍ଥାନ ମଧ୍ୟ ଥିବା ଆବଶ୍ୟକ। ସ୍ବତନ୍ତ୍ର ବର୍ଗ ତଥା ସ୍ବତନ୍ତ୍ର କ୍ଷେତ୍ରର ଆବେଦନକାରୀଙ୍କ ପାଇଁ ସରକାରଙ୍କ ତରଫରୁ ଶୁକ୍ଳ ରିହାତିର ମଧ୍ୟ ବ୍ୟବସ୍ଥା ରହିଛି। ପ୍ରଧାନମନ୍ତ୍ରୀ ଜନ ଔଷଧ କେନ୍ଦ୍ର ଖୋଲିବା ପରେ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। କେନ୍ଦ୍ରରେ ମାସକୁ ୫ ଲକ୍ଷ ଟଙ୍କାର ଔଷଧ କିଣିଲେ ୧୫ ପ୍ରତିଶତ ଛାଡ ରହିବ। ନିର୍ଦ୍ଦିଷ୍ଟ ବର୍ଗ କିମ୍ବା ଅଞ୍ଚଳରେ ଭିତ୍ତିଭୂମି ବ୍ୟୟ ପରିଶୋଧ ପାଇଁ ସରକାରଙ୍କ ତରଫରୁ ଦୁଇ ଲକ୍ଷ ଟଙ୍କା ଅତିରିକ୍ତ ପ୍ରୋତ୍ସାହନ ରାଶି ଭାବେ ମଧ୍ୟ ଦିଆଯାଉଛି। ଏଥିରେ ଆବେଦନ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟସ୍ ହେଉଛି ଆଧାର କାର୍ଡ,ଫାର୍ମାସିଷ୍ଟ ପଞ୍ଜୀକରଣ ପ୍ରମାଣପତ୍ର,ପାନ୍ କାର୍ଡ,ଠିକଣା ପ୍ରମାଣ ଏବଂ ମୋବାଇଲ୍ ନମ୍ବର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେମିତି ଆବେଦନ କରିବେ?

  • ପ୍ରଥମେ ଅଫିସିଆଲ୍ ୱେବସାଇଟ୍ janaushadhi.gov.in କୁ ଯାଆନ୍ତୁ 
  • ମୂଳପୃଷ୍ଠାରେ ଥିବା ମେନୁରେ Apply For Kendra ଉପରେ କ୍ଲିକ୍ କରନ୍ତୁ 
  • ନୂତନ ପୃଷ୍ଠାରେ Click here to Apply ଉପରେ କ୍ଲିକ୍ କରନ୍ତୁ
  • ବର୍ତ୍ତମାନ ସାଇନ୍ ଇନ୍ ଫର୍ମରେ Register now ଚୟନ କରନ୍ତୁ
  • Registration formରେ ଆବଶ୍ୟକ ସୂଚନା ପୂରଣ କରନ୍ତୁ 
  • ଏହା ପରେ, ଡ୍ରପ୍ ବକ୍ସରେ ରାଜ୍ୟ ଚୟନ କରନ୍ତୁ ଏବଂ ID ପାସୱାର୍ଡ ବିଭାଗରେ ନିଶ୍ଚିତ ହୋଇଥିବା ପାସୱାର୍ଡ ଦିଅନ୍ତୁ
  • Terms and Conditions ଉପରେ କ୍ଲିକ୍ କରି ସବମିଟ୍ କରନ୍ତୁ

ଏହି ପଦକ୍ଷେପଗୁଡିକ ଅନୁସରଣ କରି ଆପଣ ଅନଲାଇନରେ PM Jan Aushadhi Kendra ପାଇଁ ଆବେଦନ କରିପାରିବେ।

ଅଧିକ ପଢ଼ନ୍ତୁ ଭାରତ ଖବର

Sponsored
କେନ୍ଦ୍ର ସରକାରଙ୍କ ଯୋଜନା,ଅଳ୍ପ ଟଙ୍କାରେ ବଢ଼ିଆ ଲାଭ | Argus News