|
logo
Live

Argus News - ଭୂପତିନଗରରେ NIA ଟିମ୍‌ ଉପରକୁ ଢେଲା-ପଥର ମାଡ଼

National

ଭୂପତିନଗରରେ NIA ଟିମ୍‌ ଉପରକୁ ଢେଲା-ପଥର ମାଡ଼

Smruti Parija
Browse all articles by Smruti Parija
·2 years ago·2 min read
ଭୂପତିନଗରରେ NIA ଟିମ୍‌ ଉପରକୁ ଢେଲା-ପଥର ମାଡ଼

Key Points

  • ପଶ୍ଚିମବଙ୍ଗରେ ପୁଣି କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିକୁ ଟାର୍ଗେଟ୍
  • ଟିଏମ୍‌ସି ନେତାଙ୍କୁ ଗିରଫ ପାଇଁ ଯାଇଥିବା NIA ଟିମ୍‌ ଉପରେ ଆକ୍ରମଣ
  • ଭୂପତିନଗରରେ NIA ଟିମ୍‌ ଉପରକୁ ଢେଲା-ପଥର ମାଡ଼
  • ପୂର୍ବରୁ ସନ୍ଦେଶଖାଲିରେ ମଧ୍ୟ ଇଡି ଟିମ ଉପରେ ହୋଇଥିଲା ଆକ୍ରମଣ
  • ଘଟଣା ନେଇ ମୁହାଁମୁହିଁ ତୃଣମୂଳ କଂଗ୍ରେସ ଓ ବିଜେପି

ଅର୍ଗସ ବ୍ୟୁରୋ: ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବ୍ୟାକ୍ ଫୁଟରେ ଦିଦିଙ୍କ ଦଳ। କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିଙ୍କ ଉପରେ ଆକ୍ରମଣ କରୁଛନ୍ତି ମମତାଙ୍କ ଗୁଣ୍ଡା । ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲ୍ଲା ଭୂପତିନଗରରେ ଶନିବାର ସକାଳେ ହେଲା ଏନଆଇଏ ଟିମ୍ ଉପରେ ଆକ୍ରମଣ। କୋଲକାତା 2002ରେ ହୋଇଥିବା ଏକ ବୋମା ବିସ୍ଫୋରଣ ମାମଲାର ତଦନ୍ତ ପାଇଁ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏଠାରେ ପହଞ୍ଚିଥିଲା ଏନଆଇଏ ଟିମ୍।

ମାମଲାର ଅଭିଯୁକ୍ତ ତଥା ଟିଏମସି ନେତା ମାନବେନ୍ଦ୍ର ଜେନାଙ୍କୁ ଗିରଫ କରିବା ସମୟରେ ବାଡ଼ି ଠେଙ୍ଗା ଧରି ସାମ୍ନାକୁ ଆସିଥିଲେ ତାଙ୍କର ସମର୍ଥକ। ତାପରେ ଉଗ୍ର ରୂପ ନେଇ ଆରମ୍ଭ କରିଦେଲେ ଆକ୍ରମଣ। ଏନଆଇଏ ଟିମର ଗାଡ଼ି ଉପରେ କଲେ ଢେଲା ପଥର ମାଡ଼। ଏଥିରେ ଗାଡ଼ିର କାଚ ଭାଙ୍ଗିବା ସହ ଏନଆଇଏର ଜଣେ ଅଧିକାରୀ ବି ଆହତ ହୋଇଛନ୍ତି। ଘଟଣା ନେଇ ମାନବେନ୍ଦ୍ର ଜାନା, ତାଙ୍କ ପରିବାର ସଦସ୍ୟ ଓ ସମର୍ଥକଙ୍କ ବିରୋଧରେ ମାମଲା ରୁଜୁ କରିଛି ଏନଆଇଏ। 

ଉଗ୍ର ଟିଏମସି କର୍ମୀଙ୍କ ଆକ୍ରମଣ ସତ୍ବେ ଅଭିଯୁକ୍ତ ମାନବେନ୍ଦ୍ର ଜାନାଙ୍କୁ ଗିରଫ କରିଛି ଏନଆଇଏ ଟିମ୍। ଅନ୍ୟପଟେ ଏ ଘଟଣା ନେଇ ଜୋର ଧରିଛି ରାଜନୈତିକ ଆକ୍ରମଣ ପ୍ରତି ଆକ୍ରମଣ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ଦଳ ଟିଏମସିକୁ କଡ଼ା ସମାଲୋଚନା କରିଛି ବିଜେପି। କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ବି ଦିଦିଙ୍କୁ କରିଛନ୍ତି ଟାର୍ଗେଟ୍। କହିଛନ୍ତି ବେଙ୍ଗଲର ଗୁଣ୍ଡାଙ୍କୁ ସହଯୋଗ କରୁଛି ଦିଦିଙ୍କ ପୋଲିସ। ଘଟଣା ନେଇ ମମତାଙ୍କ ବୟାନ ବି ସାମ୍ନାକୁ ଆସିଛି। ଦକ୍ଷିଣ ଦିନାଜପୁରରେ ଏକ ସଭାକୁ ଯିବା ବେଳେ ମମତା ଏନଆଇଏର ଭୂମିକା ଉପରେ ହିଁ ପ୍ରଶ୍ନ ଉଠାଇଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବେଙ୍ଗଲରେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ଉପରେ ଆକ୍ରମଣର ଇଏ ଏ ଘଟଣା ପ୍ରଥମ ନୁହେଁ। ସନ୍ଦେଶଖାଲିରେ ପ୍ରାୟ ଦୁଇ ମାସ ପୂର୍ବରୁ ଇଡି ଟିମ୍ ଉପରେ ଆକ୍ରମଣ କରିଥିଲେ ଟିଏମସି କର୍ମୀ। ସେତେବେଳେ ସ୍ଥାନୀୟ ଟିଏମସି ନେତା ସାହାଜାହାଁ ଶେଖଙ୍କୁ ଗିରଫ କରିବାକୁ ଯାଇଥିଲେ ଇଡି ଅଧିକାରୀ।  ସାହାଜାହାଁ ଶେଖଙ୍କ ସମର୍ଥକମାନେ ଇଡି ଟିମ୍ ସହ ଯାଇଥିବା କେନ୍ଦ୍ରୀୟ ସୁରକ୍ଷା ବାହିନୀର ଯବାନଙ୍କ ଉପରେ ବି କରିଥିଲେ ଆକ୍ରମଣ। ପଥରମାଡ଼ରେ ଆହତ ହୋଇଥିଲେ 3 ଜଣ ଅଧିକାରୀ।

ଆହୁରି ପଢନ୍ତୁ ଭାରତ ଖବର...

 

Sponsored
ଭୂପତିନଗରରେ NIA ଟିମ୍‌ ଉପରକୁ ଢେଲା-ପଥର ମାଡ଼ | Argus News