ବିପର୍ଯ୍ୟୟ ମୁକାବିଲା ପାଇଁ ଦେଶର 5 ରାଜ୍ୟକୁ କେନ୍ଦ୍ରୀୟ ସହାୟତା ଘୋଷଣା
·1 year ago·1 min read

ବିପର୍ଯ୍ୟୟ ମୁକାବିଲା ପାଇଁ ଦେଶର 5 ରାଜ୍ୟକୁ କେନ୍ଦ୍ରୀୟ ସହାୟତା ଘୋଷଣା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ସମେତ 5 ରାଜ୍ୟକୁ 1554 କୋଟି 99 ଲକ୍ଷ ଟଙ୍କା ସହାୟତା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏଥିରେ ଓଡିଶା ପାଇଁ 255କୋଟି 24 ଲକ୍ଷ ଟଙ୍କା ରହିଛି । ଗତବର୍ଷ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିଥିବା ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ନାଗାଲାଣ୍ଡ, ତେଲଙ୍ଗାନା ଓ ତ୍ରିପୁରା ପାଇଁ ହାଇ ଲେବୁଲ କମିଟି ଆର୍ଥିକ ସହାୟତା ପ୍ରସ୍ତାବ ଦେଇଥିଲେ ।
ଆନ୍ଧ୍ର ପ୍ରଦେଶକୁ 608 କୋଟି , ନାଗାଲାଣ୍ଡକୁ 171 କୋଟି, ତେଲଙ୍ଗାନାକୁ 232 କୋଟି, ତ୍ରିପୁରାକୁ 289 କୋଟି ଟଙ୍କା ଘୋଷଣା କରାଯାଇଛି । 2024-25ରେ କେନ୍ଦ୍ର ସରକାର ଦେଶର 27ଟି ରାଜ୍ୟରେ SDRF ଫଣ୍ଡ ପାଇଁ 18 ହଜାର 323 କୋଟି ସହୟତା ପ୍ରଦାନ କରିଛନ୍ତି । ସେହିପରି 18 ରାଜ୍ୟରେ NDRF ଫଣ୍ଡ ଭାବେ 4 ହଜାର 808 କୋଟି ଟଙ୍କା ସହାୟତା ଦେଇଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: