Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Nimesulide / ପେନ୍ କିଲର୍ ନିମେସୁଲାଇଡ୍‌କୁ ବ୍ୟାନ କରିଛନ୍ତି ସରକାର

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·1 min read
ପେନ୍ କିଲର୍ ନିମେସୁଲାଇଡ୍‌କୁ ବ୍ୟାନ କରିଛନ୍ତି ସରକାର
Nimesulide Ban

Key Points

୨୦୧୧ରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୧୨ରୁ କମ୍ ବୟସର ପିଲାଙ୍କ ପାଇଁ ନିମେସୁଲାଇଡ୍ ବ୍ୟବହାର ଉପରେ ବ୍ୟାନ ଲଗାଇଥିଲେ ।

ବହୁଳ ଭାବେ ବ୍ୟବହୃତ ପେନ୍ କିଲର୍ ଔଷଧ ନିମେସୁଲାଇଡ୍ ବ୍ୟାନ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଲଗାଇଛନ୍ତି ପ୍ରତିବନ୍ଧକ । ୧୦୦ ମିଲିଗ୍ରାମରୁ ଅଧିକ ନିମେସୁଲାଇଡ୍ ଟାବଲେଟର ଉତ୍ପାଦନ, ବିକ୍ରି ଓ ବଣ୍ଟନ ଉପରେ ପ୍ରତିବନ୍ଧକ ଲାଗିଛି । ସରକାର ସ୍ୱାସ୍ଥ୍ୟ ବିପଦକୁ ନଜରରେ ଏହି କଟକଣା ଲଗାଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଡ୍ରଗ୍ସ ଟେକ୍ନିକାଲ୍ ଆଡଭାଇଜରୀ ବୋର୍ଡର ପରାମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ଡ୍ରଗ୍ସ ଆଣ୍ଡ କସ୍ମେଟିକ୍ ଆକ୍ଟ ୧୯୪୦ର ଧାରା 26A ଅଧିନରେ ଏହି ପ୍ରତିବନ୍ଧକ ଲାଗିଛି । ୧୦୦ ମିଲିଗ୍ରାମରୁ ଅଧିକ ନିମେସୁାଇଲଡ୍ ଔଷଧ ନେବା ମଣିଷ ପାଇଁ ବିପଦଜ୍ଜନକ ହୋଇପାରେ । ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ବଜାରରେ ସୁରକ୍ଷିତ ବିକଳ୍ପ ଉପଲବ୍ଧ ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ନିମେସୁାଇଲଡ୍ ଏକ ନନ୍ ଷ୍ଟେରୟଡନାଲ୍ ଔଷଧ, ଯାହାକୁ ପେନ୍ କିଲର ଭାବେ ବ୍ୟବହାର କରାଯାଏ । ୨୦୧୧ରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୧୨ରୁ କମ୍ ବୟସର ପିଲାଙ୍କ ପାଇଁ ନିମେସୁଲାଇଡ୍ ବ୍ୟବହାର ଉପରେ ବ୍ୟାନ ଲଗାଇଥିଲେ ।

ତେବେ, ସରକାର ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ୟୁରୋପର ଅନେକ ଦେଶରେ ନେମିସୁଲାଇଡ୍ ଟାବଲେଟ୍ ସମ୍ପୂର୍ଣ୍ଣ ରୂପେ ବ୍ୟାନ ରହିଛି । ଫିନଲାଣ୍ଡ, ସ୍ପେନ୍, ଆୟରଲାଣ୍ଡ ଓ ବେଲଜିୟମ ପରି ୟୁରୋପୀୟ ଦେଶ ଏହା ଉପରେ ୨୦୦୭ରୁ ହିଁ କଟାକଣା ଲଗାଇଛନ୍ତି । ଏହା ବ୍ୟତୀତ କାନାଡା, ଜାପାନ, ଆମେରିକା, ଅଷ୍ଟ୍ରେଲିଆ ଓ ୟୁକେ ମଧ୍ୟ ନେମିସୁଲାଇଡ୍ ବ୍ୟବହାର ଉପରେ ବ୍ୟାନ ଲଗାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Nimesulide | Centre Bans High-Dose Nimesulide Oral Drugs Over Health Risk Concerns | Argus News