Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

DRDOକୁ ୨୯ ହଜାର କୋଟିରୁ ଅଧିକ ଟଙ୍କା ମଞ୍ଜୁରୀ କରିଛନ୍ତି କେନ୍ଦ୍ର ସରକାର

Banajyotshna Ray
Browse all articles by Banajyotshna Ray
·11 months ago·1 min read
DRDOକୁ ୨୯ ହଜାର କୋଟିରୁ ଅଧିକ ଟଙ୍କା ମଞ୍ଜୁରୀ କରିଛନ୍ତି କେନ୍ଦ୍ର ସରକାର

Key Points

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ବନୁଛି ଭାରତ । ସ୍ୱଦେଶୀ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ DRDOକୁ ୨୯ ହଜାର କୋଟିରୁ ଅଧିକ ଟଙ୍କା ମଞ୍ଜୁରୀ କରିଛନ୍ତି କେନ୍ଦ୍ର ସରକାର ।

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ବନୁଛି ଭାରତ । ସ୍ୱଦେଶୀ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ DRDOକୁ ୨୯ ହଜାର କୋଟିରୁ ଅଧିକ ଟଙ୍କା ମଞ୍ଜୁରୀ କରିଛନ୍ତି କେନ୍ଦ୍ର ସରକାର । ରିପୋର୍ଟ ଅନୁସାରେ ଗତ ତିନି ବର୍ଷ ମଧ୍ୟରେ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନକୁ ୨୯ ହଜାର ୫୫୮ ଶହ ୬୬ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ମୋଦି ସରକାର । ୨୦୨୩ ରେ ୩ ହଜାର ୮୪୨.୭୧ କୋଟି ଟଙ୍କା ମୂଲ୍ୟର ୪୦ଟି ପ୍ରକଳ୍ପକୁ ମଞ୍ଜୁର କରିଥିଲେ । ୨୦୨୪ରେ, ଏହି ସଂଖ୍ୟା ୨୨ ହହାର ୧୭୫.୪୯ କୋଟିକୁ ବୃଦ୍ଧି ପାଇଥିଲା ।


୨୦୨୫ରେ ଏପର୍ଯ୍ୟନ୍ତ ୩ ହଜାର ୫୪୦ ଶହ ୪୬ କୋଟି ଟଙ୍କା ମୂଲ୍ୟର ୨୦ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର । ନିକଟରେ ଇନୋଭେସନକୁ ଉତ୍ସାହିତ କରିବା ପାଇଁ, ଡିଆରଡିଓ ପ୍ରତିରକ୍ଷା ଶିଳ୍ପ କରିଡର ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଘରୋଇ କମ୍ପାନୀଗୁଡ଼ିକ ପାଇଁ ଏହାର ପରୀକ୍ଷଣ ସୁବିଧା ଖୋଲିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
centre-clears-rs-29558-crore-for-indigenous-defence-technology-development | Argus News