Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର...

ସରକାରୀ ଚାକିରିଆଙ୍କ ପାଇଁ ବଡ ଖବର । ଏପ୍ରିଲ ୧୪ ଛୁଟି । ଭାରତୀୟ ସମ୍ବିଧାନର ପ୍ରଣେତା ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀ ଅର୍ଥାତ୍ ଏପ୍ରିଲ ୧୪କୁ କେନ୍ଦ୍ର ସରକାର ଏକ ସାଧାରଣ ଛୁଟି ଦିବସ ଘୋଷଣା କରିଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି।

ଶେଖାୱତ କହିଛନ୍ତି, ସମ୍ବିଧାନର ପ୍ରଣେତା ତଥା ସମାଜରେ ସମାନତାର ଏକ ଯୁଗର ପ୍ରତିଷ୍ଠାତା ଆମର ସମ୍ମାନିତ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀରେ ଏକ ସାଧାରଣ ଛୁଟିଦିନ ହେବ। ଶେଖାୱତ କହିଛନ୍ତି, ଏହି ନିଷ୍ପତ୍ତି ଗ୍ରହଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାବା ସାହେବଙ୍କ ପ୍ରତି ଦେଶର ନିଷ୍ଠାପର ଭାବନାକୁ ସମ୍ମାନ ଦେଇଛନ୍ତି।

ତେବେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ସାଧାରଣ ଲୋକେ ବି ଏହି ଖବର ଜାଣିରଖିବା ଆବଶ୍ୟକ । କାରଣ ଯଦି କୌଣସି ସରକାରୀ ଅଫିସରେ କାମ ଅଛି ଏବଂ କୌଣସି ବ୍ୟକ୍ତି ଏପ୍ରିଲ ୧୪ ତାରିଖରେ କାମ କରିବାକୁ ଯୋଜନା କରିଛନ୍ତି ତେବେ ଜାଣି ରଖନ୍ତୁ ଏପ୍ରିଲ ୧୪ ତାରିଖରେ ସରକାରୀ ଅଫିସ ଓ ଶିଳ୍ପାନୁଷ୍ଠାନ ବନ୍ଦ ରହିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Centre Declares Holiday For Ambedkar's Birth Anniversary On April 14 | Argus News