ଆକ୍ରମଣ ପରେ ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା

Key Points
ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସୁରକ୍ଷା
Z କ୍ୟାଟାଗୋରୀ ସୁରକ୍ଷା ପ୍ରଦାନ କଲେ କେନ୍ଦ୍ର ସରକାର
ରେଖା ଗୁପ୍ତାଙ୍କ ସୁରକ୍ଷା ଦାୟିତ୍ବରେ CRPF ଯବାନ
ଆକ୍ରମଣ ପରେ ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସୁରକ୍ଷା । ରେଖା ଗୁପ୍ତାଙ୍କୁ Z କ୍ୟାଟାଗୋରୀ ସୁରକ୍ଷା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ରେଖା ଗୁପ୍ତାଙ୍କୁ ଆକ୍ରମଣ ଘଟଣା ପରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇଛି ଗୃହ ମନ୍ତ୍ରାଳୟ । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ରହିବେ CRPF ଯବାନ । ବାସଭବନ ଓ କାର୍ଯ୍ୟାଳୟରେ CRPF ଯବାନମାନେ ପହଞ୍ଚି ସାରିଛନ୍ତି ।
ଗତକାଲି ଏକ ଜନଶୁଣାଣି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଜନଶୁଣାଣି ମୁଖ୍ୟମନ୍ତ୍ରୀଙ୍କ ସିଭିଲ ଲାଇନ୍ସସ୍ଥିତ ସରକାରୀ ବାସଭବନରେ ଅନୁଷ୍ଠିତ ହୋଇଥିଲା । ଜଣେ ବ୍ୟକ୍ତି ସେଠାରେ ପଥର ଭଳି କୌଣସି ଜିନିଷ ନେଇ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଜଣେ ବ୍ୟକ୍ତି ତାଙ୍କ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପହଞ୍ଚିଥିଲେ, କିନ୍ତୁ ହଠାତ୍ ସେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ଏବଂ ଅପମାନଜନକ ଭାଷା ବ୍ୟବହାର କରିଥିଲେ। ଆକ୍ରମଣକାରୀଙ୍କ ବୟସ ପ୍ରାୟ ୩୫ ବର୍ଷ ଏବଂ ସେ ହାତରେ କିଛି କାଗଜପତ୍ର ଧରିଥିଲେ।
📱 Get Argus News App
✨ଆକ୍ରମଣ କରିବାକୁ ଚେଷ୍ଟା କରିଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦଳ ଏବଂ ସେଠାରେ ଉପସ୍ଥିତ ଲୋକମାନେ ତୁରନ୍ତ ଅଟକ ରଖିଥିଲେ । ଘଟଣା ପରେ, ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ଏବଂ ଘଟଣାର ତଦନ୍ତ କରାଯାଉଛି ।