Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Operation Sindoor: ପାକିସ୍ତାନକୁ ଧୁଳି ଚଟାଇଥିବା ହିରୋଙ୍କୁ ମିଳିବ ବଡ଼ ପୁରସ୍କାର

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·1 min read
Operation Sindoor: ପାକିସ୍ତାନକୁ ଧୁଳି ଚଟାଇଥିବା ହିରୋଙ୍କୁ ମିଳିବ ବଡ଼ ପୁରସ୍କାର

Key Points

୧୩ ବାୟୁସେନା ଅଧିକାରୀ ପାଇବେ ବିଶିଷ୍ଟ ଯୁଦ୍ଧସେବା ମେଡାଲ୍‌ ପ୍ରଦାନ କରାଯିବ।

ଏୟାର ଭାଇସ୍‌ ମାର୍ଶଲ ଯୋଶେଫ୍‌ ସୁରେଶ, ଏଭିଏମ୍‌ ପ୍ରଜୁଆଲ ସିଂ, ଏୟାର କମାଣ୍ଡର ଅଶୋକ ରାଜ ଠାକୁର ଯୁଦ୍ଧସେବା ମେଡାଲ୍‌ ପାଇବେ।

ଭାରତୀୟ ବାୟୁସେନାର ୯ ଜଣ ଅଧିକାରୀ, ଯେଉଁମାନେ ଅପରେସନ ସିନ୍ଦୂର ଅଧୀନରେ ପାକିସ୍ତାନର ମୁରିଦ୍‌କେ ଓ ବାହାୱଲପୁରରେ ଲସ୍କର-ଏ-ତୋଇବା ଓ ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନର ମୁଖ୍ୟାଳୟ ସମେତ ପାକିସ୍ତାନୀ ସୈନ୍ୟ ଲକ୍ଷ୍ୟସ୍ଥଳକୁ ଧ୍ୱଂସ କରିଥିଲେ, ସେମାନଙ୍କୁ ଦେଶର ତୃତୀୟ ସର୍ବୋଚ୍ଚ ଯୁଦ୍ଧକାଳୀନ ବୀରତ୍ୱ ପୁରସ୍କାର ବୀରଚକ୍ର ପ୍ରଦାନ କରାଯିବ। ଏହି ସମ୍ମାନ ସ୍ୱାଧୀନତା ଦିବସ ଅବସରରେ ପ୍ରଦାନ କରାଯିବ।

ସେହିଭଳି ୧୩ ବାୟୁସେନା ଅଧିକାରୀ ପାଇବେ ବିଶିଷ୍ଟ ଯୁଦ୍ଧସେବା ମେଡାଲ୍‌ ପ୍ରଦାନ କରାଯିବ। ଏୟାର ଭାଇସ୍‌ ମାର୍ଶଲ ଯୋଶେଫ୍‌ ସୁରେଶ, ଏଭିଏମ୍‌ ପ୍ରଜୁଆଲ ସିଂ, ଏୟାର କମାଣ୍ଡର ଅଶୋକ ରାଜ ଠାକୁର ଯୁଦ୍ଧସେବା ମେଡାଲ୍‌ ପାଇବେ।

ଅପରେସନ ସିନ୍ଦୂର ମେ ମାସରେ ପହଲଗାମ ଆତଙ୍କୀ ହମଲାର ପ୍ରତିଶୋଧ ନେବା ପାଇଁ ଆରମ୍ଭ ହୋଇଥିଲା। ଏହି ଅଭିଯାନରେ ଭାରତୀୟ ବାୟୁସେନା ପାକିସ୍ତାନର ୬ଟି ଯୁଦ୍ଧବିମାନ ମଧ୍ୟ ଖସାଇ ଦେଇଥିଲା। ମୁରିଦ୍‌କେରେ ଏଲଇଟିର ମୁଖ୍ୟାଳୟ ଓ ବାହାୱଲପୁରରେ ଜେଇଏମର ସୁଭାନ ଆଲ୍ଲାହ କ୍ୟାମ୍ପକୁ ଧ୍ୱଂସ କରାଯାଇଥିଲା, ଯାହା ଆତଙ୍କୀ ନିୟୋଜନ ଓ ତାଲିମର ମୁଖ୍ୟ କେନ୍ଦ୍ରଥିଲା। ସେହିପରି ଭାରତୀୟ ସେନା ୨ ଜଣ ବରିଷ୍ଠ ଅଧିକାରୀଙ୍କୁ ସର୍ବୋତ୍ତମ ଯୁଦ୍ଧ ସେବା ମେଡାଲ।

ଅନ୍ୟପଟେ ସେନାର ୪ ଜଣଙ୍କୁ କୀର୍ତ୍ତି ଚକ୍ର, ୪ ଜଣଙ୍କୁ ବୀର ଚକ୍ର, ୮ ଜଣଙ୍କୁ ସୌର୍ୟ୍ୟ ଚକ୍ର ପ୍ରଦାନ କରାଯିବ। ସେହିପରି ଅପରେସନ ସିନ୍ଦୂର ବେଳେ ଏସ-400 ଅପରେଟିଂ କରୁଥିବା ଭାରତୀୟ ବାୟୁ ସେନାର ୨୬ ଅଧିକାରୀ ଓ ଏୟାରମେନଙ୍କୁ ବାୟୁ ସେନା ମେଡାଲ ପ୍ରଦାନ କରାଯିବ। ଏମାନେ ପାକିସ୍ତାନ ଦ୍ବାରା ହୋଇଥିବା ମିଜାଇଲ ଓ ଡ୍ରୋନ ଆକ୍ରମଣକୁ ପଣ୍ଡ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Centre to Honour Military Officers on Independence Day for Operation Sindoor | Argus News