Videos
|
National

Deepfake Rules / ଡିପଫେକ୍ ଉପରେ କେନ୍ଦ୍ରର କଡ଼ା ଆକ୍ସନ…ଏଆଇ କଣ୍ଟେଣ୍ଟରେ ଲେବଲ୍ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର

Ritu Das
Browse all articles by Ritu Das
·2 weeks ago·2 min read
ଡିପଫେକ୍ ଉପରେ କେନ୍ଦ୍ରର କଡ଼ା ଆକ୍ସନ…ଏଆଇ କଣ୍ଟେଣ୍ଟରେ ଲେବଲ୍ ବାଧ୍ୟତାମୂଳକ  କରିଛନ୍ତି କେନ୍ଦ୍ର ସରକାର
India

Key Points

ଏଆଇ ଯୁଗରେ ବଢ଼ୁଥିବା ଡିପଫେକ୍ ବିପଦକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ
ଏଆଇ ଯୁଗରେ ବଢ଼ୁଥିବା ଡିପଫେକ୍ ବିପଦକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ। ଏଆଇ ଦ୍ୱାରା ପ୍ରସ୍ତୁତ ଭିଡିଓ, ଅଡିଓ, ଫଟୋ ଓ ଟେକ୍ସଟକୁ ନେଇ ନୂଆ ନିୟମ ଆଣିଛି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ।

ଟିଭି ସ୍କ୍ରିନରେ ଥିବା ଏହି ଦୁଇଟି ଭିଡିଓକୁ ଭଲକରି ଦେଖନ୍ତୁ। ଗୋଟିଏ ବ୍ୟକ୍ତିର ଦୁଇଟି ଭିନ୍ନ ଚିତ୍ର। ଗୋଟିଏ ଅରିଜିନାଲ ହୋଇଥିବା ବେଳେ ଅନ୍ୟଟି ଏଆଇ ଦ୍ବାରା ପ୍ରସ୍ତୁତ ଫେକ ଭିଡିଓ। ଏଆଇ କଣ୍ଟେଣ୍ଟରେ ଲେବେଲ୍ ବାଧ୍ୟତାମୂଳକ କରାଯାଇଥିବା ବେଳେ ବେଆଇନ କଣ୍ଟେଣ୍ଟ ହଟାଇବାର ସମୟ ଅବଧିକୁ ୩୬ ଘଣ୍ଟାରୁ କମାଇ ମାତ୍ର ୩ ଘଣ୍ଟା କରାଯାଇଛି। ଡିପଫେକ୍, ମିଥ୍ୟା ସୂଚନା, ପରିଚୟ ଚୋରି ଓ AI ଦ୍ୱାରା ହେଉଥିବା ସାଇବର ଅପରାଧକୁ ରୋକିବା ପାଇଁ IT Rulesକୁ ମଧ୍ୟ ଅଧିକ କଡ଼ା କରିଛନ୍ତି କେନ୍ଦ୍ର ସରକାର।

ଏହାସହ ପଢ଼ନ୍ତୁ: କିଏ ଏହି ଭାବନା କାନ୍ଥ, ଯିଏ ପ୍ରଥମ ମହିଳା 'ଟପ୍ ଗନ୍' ପାଇଲଟ୍ ହୋଇ ରଚିଲେ ଇତିହାସ ?


କୌଣସି ବେଆଇନ ଏଆଇ କଣ୍ଟେଣ୍ଟ ସମ୍ପର୍କରେ ବୈଧ ସୂଚନା ମିଳିଲେ ସମ୍ପୃକ୍ତ ପ୍ଲାଟଫର୍ମକୁ ମାତ୍ର ୩ ଘଣ୍ଟା ମଧ୍ୟରେ ତାହାକୁ ହଟାଇବାକୁ ପଡ଼ିବ। ପୂର୍ବରୁ ଏହି ସମୟସୀମା ୩୬ ଘଣ୍ଟା ରହିଥିଲା।

ଗ୍ରିଭାନ୍ସ ନିଷ୍ପତ୍ତି ସମୟସୀମା ମଧ୍ୟ କମାଯାଇଛି। AI ମାଧ୍ୟମରେ କାହାର ଛଦ୍ମବେଶ ସୃଷ୍ଟି, ଡିପଫେକ୍ ଭିଡିଓ ପ୍ରସ୍ତୁତ କରିବା, ମିଥ୍ୟା କିମ୍ବା ଭ୍ରମାତ୍ମକ ସୂଚନା ପ୍ରଚାର, ଅନୁମତି ବିନା ଅନ୍ତରଙ୍ଗ ଫଟୋ କିମ୍ବା ଭିଡିଓ ପ୍ରସାର ଭଳି ଅପରାଧ ବିରୋଧରେ Information Technology Act ଓ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ କଡ଼ା ଦଣ୍ଡ ବ୍ୟବସ୍ଥା ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜୁଲାଇ 25ରେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ସୋସିଆଲ ମିଡିଆରେ ଲେଖିଥିବା ଏହି ପୋଷ୍ଟକୁ ଦେଖନ୍ତୁ । ଏଥିରେ ତାଙ୍କର ଏକ ଏଆଇ ଦ୍ବାରା ତିଆରି ହୋଇଥିବା ଡିପ ଫେକ ଭିଡିଓ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଡିପ ଫେକ ଭିଡିଓ ମାଧ୍ୟମରେ ତାଙ୍କ ଛବିକୁ ବ୍ୟବହାର କରାଯାଇ ମିଥ୍ୟା ତଥ୍ୟ ଦିଆଯାଇଥିବା ନେଇ ସେ ଚାଣକ୍ୟପୁରୀ ଥାନାରେ ଏକ ଏତଲା ଦେଇଥିବା ଲେଖିଛନ୍ତି । ଏଭଲି ଅନେକ ନେତାଙ୍କୁ ଡିପ ଫେକର ଶିକାର ହେବାକୁ ପଡୁଛି । ସେମାନଙ୍କର ଚେହେରାକୁ ବ୍ୟବହାର କରାଯାଇ ଅନେକ ମଥ୍ୟା ସୂଚନା ପ୍ରଦାନ କରାଯାଉଥିବା ଅଭିଯୋଗ ହେଉଛି।

Related Topics

Explore more stories