ଟ୍ରେନ୍ରେ ନିଆଁ ଲାଗିଥିବା ଗୁଜବ ପ୍ରଚାରିତ କରିଥିଲା ଚା ବିକାଳି, ସାମ୍ନାକୁ ଆସିଲା ସତ

Key Points
୧୩ ଜଣଙ୍କ ମୃତ୍ୟୁ ପଛରେ ଚା' ବାଲା
ଟ୍ରେନ୍ରେ ନିଆଁ ଗୁଜବ କରିଥିଲା ଚା ବିକାଳି
ଅର୍ଗସ ବ୍ୟୁରୋ: ଟ୍ରେନ୍ରେ କଟି ୧୩ ଜଣଙ୍କ ମୃତ୍ୟୁ ପଛରେ ଚା' ବାଲା । ଦୁର୍ଘଟଣା ସମୟରେ ଟ୍ରେନରେ ଥିବା ଜଣେ ଯାତ୍ରୀ କହିଛନ୍ତି, ନିଆଁ ଲାଗିଥିବା ନେଇ ଗୁଜବ କରିଥିଲେ ଜଣେ ଚା ବିକାଳି । ଆଉ ତା ପରେ ଟ୍ରେନ୍ ଭିତରେ ସୃଷ୍ଟି ହୋଇଥିଲା ଧାଁ ଦଉଡ଼ । ଲୋକ ଟ୍ରେନ୍ର ଏମରଜେନ୍ସି ଚେନ୍ ଟାଣିଲେ, ଟ୍ରେନ୍ ଅଟକିବା କ୍ଷଣି ବିପରୀତ ଟ୍ରାକ୍କୁ ଓହ୍ଲାଇବା ମାତ୍ରେ ଆସୁଥିବା ଟ୍ରେନ୍ ଧକ୍କା ଦେଇଥିଲା ।
ବୁଧବାର ମହାରାଷ୍ଟ୍ର ଜଳଗାଓଁ ନିକଟରେ ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍କକ ଏକ୍ସପ୍ରେସ୍ରେ ନିଆଁ ଲାଗିଥିବା ପ୍ରଚାର ହୋଇଥିଲା । ଯାହା ପରେ ଅନ୍ୟ ଟ୍ରାକକୁ ବିଚଳିତ ହୋଇ ଓହ୍ଲାଇ ପଡ଼ିଥିଲେ ଅନେକ ଯାତ୍ରୀ । ଆଉ ଉକ୍ତ ଟ୍ରାକ୍ରେ ଆସୁଥିବା ଟ୍ରେନ୍ ଯାତ୍ରୀଙ୍କ ଉପରେ ଚଢ଼ି ଚାଲି ଯାଇଥିଲା ।
📱 Get Argus News App
✨ଟ୍ରେନ୍ରେ ଥିବା ଜଣେ ଯାତ୍ରୀଙ୍କ ଅନୁସାରେ, ନିଆଁ ଲାଗିଥିବା ନେଇ ଜଣେ ଚା ବାଲା ଗୁଜବ କରିଥିଲେ । ଏହା ପରେ ଖୋଦ ଚା ବାଲା ହିଁ ଟ୍ରେନ୍ର ଜରୁରୀକାଳୀନ ଚେନ୍ ଟାଣିଥିଲେ । ଆଉ ଟ୍ରେନ୍ ରହିବା କ୍ଷଣି ଜୀବନ ବଞ୍ଚାଇବା ଲାଗି ଯାତ୍ରୀମାନେ ଟ୍ରେନରୁ ଅନ୍ୟ ଟ୍ରାକକୁ ଡେଇଁ ପଡ଼ିଥିଲେ ।